Advertisment

ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ, ୭ ମୃତ

ବିଳମ୍ବିତ ରାତିରେ ନିଆଁ ଲିଭା ଯାଇଥିଲେ ବି ଆଜି ସକାଳେ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଛି।

Blast In Pharma Factory

Blast In Pharma Factory

Advertisment

ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ। ହୁତୁହୁତୁ ହୋଇ ଜଳି ଉଳି ଉଠିଲା କାରଖାନା। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ଏକ ଔଷଧ ଫ୍ୟାକ୍ଟ୍ରିରେ ସିରିଜ ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ନିଆଁ ଲାଗିଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Advertisment

ମହାଡାର ଏମ୍‌ଆଇସିଡିରେ ଅବସ୍ଥିତି ବ୍ଲୁ ଜେଟ୍‌ ହେଲ୍‌ଥ କେୟାର୍‌ କମ୍ପାନୀରେ ଶୁକ୍ରବାର ସକାଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ପୁଲିସ ସୂଚନା ମୁତାବକ, ନିଆଁ ଲାଗିବା ସମୟରେ କାରଖାନା ଭିତରେ ୫୭ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୪୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସୋମନାଥ କହିଛନ୍ତି, ଆମେ ୭ଜଣଙ୍କ ମୃତଦେହ ପାଇଛୁ। ଆହୁରି ୪ଜଣଙ୍କ ନିଖୋଜ ଅଛନ୍ତି। ଏମାନେ ସମସ୍ତେ କାରଖାନାର ଶ୍ରମିକ ବୋଲି ସନ୍ଦେହ କରାଯାଉଛି। ନିଆଁରେ ଜଳିଯିବା ଯୋଗୁ ଅନେକ ଲୋକଙ୍କ ମୃତଦେହ ଚିହ୍ନିବା ମୁସକିଲ ହୋଇପଡିଛି। ବିଳମ୍ବିତ ରାତିରେ ନିଆଁ ଲିଭା ଯାଇଥିଲେ ବି ଆଜି ସକାଳେ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଛି।

Advertisment

ବିସ୍ଫୋରଣ ପରେ ଔଷଧ କାରଖାନା ପରିସରରେ ରଖାଯାଇଥିବା ରସାୟନ ପଦାର୍ଥରେ ଭର୍ତ୍ତି ବ୍ୟାରେଲ ଗୁଡିକ ଫାଟି ଯାଇଥିଲା। ଫଳରେ ଭୟଙ୍କର ରୂପେ ଫ୍ୟାକ୍ଟ୍ରି ଭିତରେ ନିଆଁ ଲାଗିଥିଲା। ବିସ୍ଫୋରଣ ସମୟରେ ଅଧିକାଂଶ ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଥିଲେ ବୋଲି ପୁଲିସ କହିଛି।

ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ପରେ କେଉଁ କାରଣ ଯୋଗୁ କାରଖାନା ଭିତରେ ବିସ୍ଫୋରଣ ହେଲା ତାହା ଜଣାପଡିବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Mumbai Pharma Factory Blast In Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe