Advertisment

ରାଜନେତା ହେବେ ପୂର୍ବତନ ପୁଲିସ୍‌ ଡିଜି, ଏଥର ଲଢ଼ିବେ ନିର୍ବାଚନ

ରାଜନେତା ହେବାକୁ ମନ ବଳାଇଛନ୍ତି ମୁମ୍ବାଇର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକ । ଏଥିନିମନ୍ତେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ କରି ସାରିଲେଣି ବ୍ଲୁ ପ୍ରିଣ୍ଟ।

sanjay-pandey

sanjay-pandey

Advertisment

ରାଜନେତା ହେବାକୁ ମନ ବଳାଇଛନ୍ତି ମୁମ୍ବାଇର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକ । ଏଥିନିମନ୍ତେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ କରି ସାରିଲେଣି ବ୍ଲୁ ପ୍ରିଣ୍ଟ। ଫାଇଲାନ୍‌ ହୋଇସାରିଲାଣି ସବୁ ଯୋଜନା। ଏଥର ବିଧାନସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ ମୁମ୍ବାଇର ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକ ସଞ୍ଜୟ ପାଣ୍ଡେ। ମୁମ୍ବାଇର ବର୍ସୋବା ବିଧାନସଭା ସିଟ୍‌ରୁ ସେ ନିର୍ବାଚନ ଲଢ଼ିବେ।

Advertisment

ତେବେ କେଉଁ ପାର୍ଟିରେ ଯୋଗ ଦେବେ, କେଉଁ ଦଳ ଟିକେଟରେ ସେ ମଇଦାନକୁ ଯିବେ ତା’ ଉପରୁ ପରଦା ହଟାଇଛନ୍ତି ଖୋଦ ସଞ୍ଜୟ ପାଣ୍ଡେ । ସେ କୌଣସି ପାର୍ଟିରୁ ନୁହେଁ ବରଂ ନିର୍ଦ୍ଦଳୀୟ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ଗରମାଧ୍ୟମକୁ ସୂଚନା ଦେଇଛନ୍ତି।

ଏଥିସହ ସେ କହିଛନ୍ତି, ସକ୍ରିୟ ରାଜନୀତିକୁ ଓହ୍ଲାଇବାକୁ ଦୀର୍ଘ ସମୟ ହେଲା ଚିନ୍ତା କରୁଥିଲି। ତେଣୁ ଏଥର ବିଧାନସଭା ନିର୍ବାଚନ ଲଢ଼ିବି ବୋଲି ନିଷ୍ପତ୍ତି ନେଇଛି। ଏହି ଅଞ୍ଚଳରେ ମୁଁ ବହୁ ବର୍ଷ ହେଲା ରହି ଆସୁଥିବାରୁ ଏଠାକାର ସବୁ ବର୍ଗ ମୋତେ ସମର୍ଥନ ଜଣାଇବେ ବୋଲି ଆଶା ରଖିଛି।

Advertisment

ଏଥିସହ ସେ କହିଛନ୍ତି, ମୁଁ କୌଣସି ଦଳରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛି। ଏହା ପରିବର୍ତ୍ତେ ମୁଁ ନିଜର ରାଜନୈତିକ ଦଳ ଗଠନ କରିବି । ଏହାର ରେଜିଷ୍ଟ୍ରେଶନ ପ୍ରକ୍ରିୟା ଚାଲୁ ରହିଛି।

ସୂଚନାଯୋଗ୍ୟ, ସଞ୍ଜୟ ପାଣ୍ଡେଙ୍କୁ ଫୋନ୍‌ ଟ୍ୟାପିଂ ମାମଲାରେ ୨୦୨୨ ମସିହାରେ ସିବିଆଇ ବାନ୍ଧିଥିଲା। ଏହାପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

Election Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe