Advertisment

ବାପାର ପାପ କାମକୁ ସହି ନପାରି ଆତ୍ମହତ୍ୟା କଲା ଝିଅ

ନିଜ କାମନାର ଲାଳସା ମେଣ୍ଟାଇବା ପାଇଁ ଝିଅକୁ ବି ଛାଡ଼ିଲେନି।

author-image
Tapas Behera
undefined

Rape

ବାପା ନାମରେ କଳଙ୍କ। ନିଜ କାମନାର ଲାଳସା ମେଣ୍ଟାଇବା ପାଇଁ ନିଜ ଝିଅକୁ ବି ଛାଡ଼ିଲାନି। ବାପାର ପାପ କାମକୁ ସହି ନପାରି ଶେଷରେ ଝିଅ ନେଲା ଚରମ ନିଷ୍ପତ୍ତି। ବାପାର ଯୌନ ନିର୍ଯାତନା ସହି ନପାରି ଝିଅ ଆତ୍ମହତ୍ୟା ଭଳି ଶେଷ ରାସ୍ତାକୁ ବାଛି ନେଲେ। ଏମିତି ଏକ ଘଟଣା କ୍ରମରେ ଜଣେ ୧୪ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଭସାଇ ତାଲୁକାରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରୁ ପୁଲିସ ଏକ ସୁଇସାଇଡ୍‌ ନୋଟ୍ ଜବତ କରିଛି। ଯେଉଁଥିରେ ଏହି ଆତ୍ମହତ୍ୟା ପାଇଁ ଝିଅ ତାର ବାପାଙ୍କୁ ଦାୟୀ କରିଛି।

Advertisment

୩ ଦିନ ପୂର୍ବରୁ ନାବାଳିକା ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ଗୁରୁବାର ସୁଇସାଇଡ୍‌ ନୋଟ୍ ଜବତ କରାଯାଇଛି। ମୃତ୍ୟୁ ପରେ ସମ୍ପୃକ୍ତ ନାବାଳିକାର ମୃତଦେହକୁ ସରକାରୀ ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ପୁଲିସ ଏକ ମାମଲା ମଧ୍ୟ ରୁଜୁ କରିଛି।

ସୁଇସାଇଡ୍‌ ନୋଟରେ ଉଲ୍ଲେଖ ଅଛି ଯେ, ନାବାଳିକାଙ୍କ ବାପା ଝିଅକୁ ବାରମ୍ବାର ଯୌନ ନିର୍ଯାତନା ଦିଅନ୍ତି। ଏମିତି ବାପାର ଘୃଣ୍ୟ ଆଚରଣ ସମ୍ପର୍କରେ ସେ ମାକୁ କହିଛନ୍ତି। କିନ୍ତୁ ବାପାଙ୍କ ବିରୋଧରେ ମୁହଁ ଖୋଲିବା ପରିବାର ଲୋକେ ଅସହାୟ ଥିଲେ। ଏହି ସୁଇସାଇଡ୍‌ ନୋଟରେ ବାପା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ପୁଲିସ କହିଛି।

Advertisment
India