Advertisment

ପରମବୀର ସିଂହଙ୍କ ନାଁରେ ଥିବା ସବୁ ମାମଲା ବନ୍ଦ କଲେ ମହାରାଷ୍ଟ୍ର ସରକାର

ପୂର୍ବରୁ ମହାରାଷ୍ଟ୍ରରେ କ୍ଷମତାରେ ଥିବା ମହା ବିକାଶ ଅଘାଡି ସରକାର ପରମବୀର ସିଂହଙ୍କୁ ବିଶୃଙ୍ଖଳା ଓ ଅନିୟମିତତା ଅଭିଯୋଗରେ ନିଲମ୍ବିତ କରିଥିଲେ। ତାଙ୍କ ବିରୋଧରେ ଏମଭିଏ ସରକାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରିଥିଲେ।

BJP

BJP

Advertisment

ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ନାଁରେ ଥିବା ସମସ୍ତ ମାମଲାକୁ ଆଜି ମହାରାଷ୍ଟ୍ର ସରକାର ବନ୍ଦ କରିଛନ୍ତି। ଏଥିସହ ୨୦୨୧ ଡିସେମ୍ବର ମାସରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବା ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ନେଇଛନ୍ତି। ନିଲମ୍ବିତ ଅବଧିକୁ ଏବେ ଅନ ଡ୍ୟୁଟି ଭାବେ ବିବେଚନା କରାଯିବ।

Advertisment

ପୂର୍ବରୁ ମହାରାଷ୍ଟ୍ରରେ କ୍ଷମତାରେ ଥିବା ମହା ବିକାଶ ଅଘାଡି ସରକାର ପରମବୀର ସିଂହଙ୍କୁ ବିଶୃଙ୍ଖଳା ଓ ଅନିୟମିତତା ଅଭିଯୋଗରେ ନିଲମ୍ବିତ କରିଥିଲେ। ତାଙ୍କ ବିରୋଧରେ ଏମଭିଏ ସରକାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରିଥିଲେ।

ହେଲେ ଆଜି ରାଜ୍ୟରେ କ୍ଷମତାସୀନ ଏକନାଥ ସିନ୍ଦେ ସରକାର ପରମବୀରଙ୍କ ବିରୋଧରେ ଥିବା ସବୁ ପ୍ରକାରର ଅଭିଯୋଗ ଓ ନିଲମ୍ବିତ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, “ପରମବୀର ସିଂହଙ୍କ ବିରୋଧରେ ଚାଲିଥିବା ବିଭାଗୀୟ ତଦନ୍ତକୁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଭୁଲ ବୋଲି କହିଛନ୍ତି।

Advertisment

ଏଥିସହ ତଦନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ ବିଭାଗୀୟ ତଦନ୍ତ ପାଇଁ ସେ ନିଲମ୍ବିତ ହୋଇଥିଲେ। ଏହା ଏବେ ଭୁଲ ପ୍ରମାଣିତ ହୋଇଛି। ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ସିଏଟି ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏହାକୁ ମହାରାଷ୍ଟ୍ର ସରକାର କାର୍ଯ୍ୟକାରୀ କରିଛନ୍ତି।”

୨୦୨୧ରେ ପରମବୀର ସିଂହଙ୍କୁ ମୁମ୍ବାଇ ପୁଲିସ୍‌ ମୁଖ୍ୟ ପଦରୁ ବିଦା କରାଯାଇଥିଲା ଓ ତାଙ୍କୁ ରାଜ୍ୟ ହୋମ ଗାର୍ଡ ବିଭାଗକୁ ବଦଳି କରାଯାଇଥିଲା। ଏହାପୂର୍ବରୁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବିସ୍ଫୋରକ ଖଚିତ ଗାଡ଼ି ଜବତ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ଅଫିସର ସଚିନ ବାଜେ ଗିରଫ ହୋଇଥିଲେ।

ବଦଳି ପରେ ପରମବୀର ସିଂହ ଅଭିଯୋଗ କରିଥିଲେ ଯେ ତତ୍କାଳୀନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ ସଚିନ ବାଜେଙ୍କ ଦ୍ୱାରା ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବାକୁ କହିଥିଲେ।

ଏହାକୁ ଅନୀଲ ଅଗ୍ରାହ୍ୟ କରିଥିଲେ। ଅମ୍ବାନୀଙ୍କ ସୁରକ୍ଷା ତ୍ରୁଟିରୁ ଧ୍ୟାନଚ୍ୟୁତ କରିବା ପାଇଁ ପରମବୀର ଏପରି କହୁଥିବା ସେ ଅଭିଯୋଗ କରିଥିଲେ। ଏହି ବାକଯୁଦ୍ଧ ମଧ୍ୟରେ ପରମବୀରଙ୍କ ବିରୋଧରେ ଏକାଧିକ ବଟି ଆଦାୟ ଓ ଟଙ୍କା ହଡ଼ପ ମାମଲା ରୁଜୁ ହୋଇଥିଲା।

Maharashtra Police Devendra Fadnavis Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe