Advertisment

ମଦ୍ରାସା ଶିକ୍ଷକଙ୍କ ଦରମା ଦୁଇ ଗୁଣ ବଢ଼ାଇଲେ ସରକାର

ମୌଲାନା ଆଜାଦ ସଂଖ୍ୟାଲଘୁ ଆର୍ଥିକ ବିକାଶ ନିଗମକୁ ସରକାର ଦେଉଥିବା ରାଶିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଏହି ନଗମକୁ ୭୦୦ କୋଟି ଟଙ୍କା ଦେଉଥିଲେ। କିନ୍ତୁ ଆଜି ଏହାକୁ ୧ ହଜାର କୋଟିକୁ ବୃଦ୍ଧି କରାଯାଇଛି।

maharashtra

maharashtra

Advertisment

ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କ ପାଖରେ ପହଞ୍ଚିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର କ୍ଷମତାସୀନ ବିଜେପ-ଶିବସେନା ଓ ଏନସିପି ସରକାର। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ସଂଖ୍ୟାଲଘୁଙ୍କ ପାଇଁ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

Advertisment

ମୌଲାନା ଆଜାଦ ସଂଖ୍ୟାଲଘୁ ଆର୍ଥିକ ବିକାଶ ନିଗମକୁ ସରକାର ଦେଉଥିବା ରାଶିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଏହି ନଗମକୁ ୭୦୦ କୋଟି ଟଙ୍କା ଦେଉଥିଲେ। କିନ୍ତୁ ଆଜି ଏହାକୁ ୧ ହଜାର କୋଟିକୁ ବୃଦ୍ଧି କରାଯାଇଛି।

ଜୁଲାଇ ମାସରେ ବଜେଟ ଉପସ୍ଥାନ ବେଳେ ରାଜ୍ୟ ସରକାର ନିଗମ ପାଇଁ ଥିବା ଋଣ ଗ୍ୟାରେଣ୍ଟକୁ ୩୦ କୋଟିରୁ ୫୦୦ କୋଟିକୁ ବୃଦ୍ଧି କରିଥିଲେ। ନିଗମ ପକ୍ଷରୁ ସଂଖ୍ୟାଲଘୁ ସଂପ୍ରଦାୟର ଶିକ୍ଷାର୍ଥୀ, ଟର୍ମ ଲୋନ ଓ ମାଇକ୍ରୋ ଫାଇନାନ୍ସକୁ ଋଣ ଦେଇଥାଏ। ଏବେ ରାଜ୍ୟ ସରକାର ନିଗମର ଶେୟାରକୁ ୭୦୦ କୋଟିରୁ ୧୦୦୦ କୋଟି ବୃଦ୍ଧି କରିଛନ୍ତି। ଏହା ଉପରେ କ୍ୟାବିନେଟ ମୋହର ମାରିଛି।

Advertisment

ଏହାବାଦ ରାଜ୍ୟ କ୍ୟାବିନେଟ ମଦ୍ରାସାର ବିଇଡି ଓ ଡିଇଡି ଶିକ୍ଷକଙ୍କ ଦରମାକୁ ବୃଦ୍ଧୁ କରିବାକୁ ନିଷ୍ପତ୍ତି ନେଇଛି। ବିଇଡି ଓ ବିଇଡି ଶିକ୍ଷକଙ୍କୁ ମଦ୍ରାସାରେ ଗଣିତ, ବିଜ୍ଞାନ ଓ ହିନ୍ଦୀ ଶିକ୍ଷା ପ୍ରଦାନ କରିବା ପାଇଁ ଠିକାରେ ନିଯୁକ୍ତି ମିଳିଥାଏ। ମଦ୍ରାସା ପାଠ୍ୟ ଖସଡ଼ାରେ ଏହି ୩ ବିଷୟ ନାହିଁ। ତେଣୁ ବାହାରକୁ ଶିକ୍ଷକଙ୍କୁ ଡାକି ଏ ବିଷୟରେ ପିଲାଙ୍କୁ ଶିକ୍ଷା ଦିଆଯାଏ। 

ଡିଇଡି ଶିକ୍ଷକଙ୍କ ପାରିଶ୍ରମିକ ୬ ହଜାର ବଦଳରେ ମାସିକ ୧୨ ହଜାର ହୋଇଛି। ବିଏ ଓ ବିଇଡି ଶିକ୍ଷକମାନେ ୮ ହଜାର ଟଙ୍କା ବଦଳରେ ମାସିକ ୧୮ ହଜାର ଟଙ୍କା ପାଇବେ।

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ମୁସଲିମ ଭୋଟର କ୍ଷମତାସୀନ ସରକାର ବିରୋଧରେ ଭୋଟ ଦେଇଥିଲେ। ଆଗକୁ ବିଧାନସଭା ନିର୍ବାଚନ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଂଖ୍ୟାଲଘୁଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି।

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe