Advertisment

କ୍ରାଶ ହେଲା ହେଲିକପ୍ଟର, ୩ ମୃତ

ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ ଅଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Helicopter Crash

Helicopter Crash

ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର। ମହାରାଷ୍ଟ୍ର ପୁଣେରେ ଏକ ଘରୋଇ ହେଲିକପ୍ଟର କ୍ରାଶ ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି। ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ ଅଛନ୍ତି।

Advertisment

ସୂଚନା ଅନୁଯାୟୀ, ଆଜି ସକାଳୁ ମହାରାଷ୍ଟ୍ର ପୁଣେ ଜିଲ୍ଲାର ବାବଧାନ ବୁଦ୍ରୁକ ଗାଁରେ ହେଲିକପ୍ଟର କ୍ରାଶ ହୋଇଛି। ଏନେଇ ଗାଁ ଲୋକେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ହେଲିକପ୍ଟରରେ ଥିବା ୩ ଜଣ ଗୁରୁତର ଥିବା ମଧ୍ୟ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦିଆଯାଇଥିଲା। 

ସୂଚନା ପାଇ ପୁଲିସ ଓ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ୨ ପାଇଲଟ୍‌ ସମେତ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Advertisment

ଉକ୍ତ ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ଥିଲା। ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ସେତେବେଳେ ଏହି ହେଲିକପ୍ଟରଟି ଅକ୍ସଫୋର୍ଡ ଗଲ୍ଫ ରିସର୍ଟରୁ ମୁମ୍ବାଇ ଅଭିମୁଖେ ଯାଉଥିଲା। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। 

Maharashtra Helicopter Crash