Advertisment

ସକାଳୁ ସକାଳୁ ଭୂକମ୍ପ ଝଟକାରେ ଦୋହଲିଲା ମହାରାଷ୍ଟ୍ର

ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଗୁରୁବାର ସକାଳେ ଲଗାତର ଭାବେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି।

author-image
Niharika Rout
Earthquake

Earthquake

ସକାଳୁ ସକାଳୁ ଭୂକମ୍ପ ଝଟକାରେ ଦୋହଲିଲା ମହାରାଷ୍ଟ୍ର। ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଗୁରୁବାର ସକାଳେ ଲଗାତର ଭାବେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରାୟ ୧୦ ମିନିଟ୍‌ ବ୍ୟବଧାନରେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି।

Advertisment

ହିଙ୍ଗୋଳିରେ ପ୍ରଥମ ଭୂକମ୍ପ ଝଟକା ସକାଳ ୬ଟା ୮ ମିନିଟ୍‌ରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଥିଲା। ଏହାପରେ ଭୂକମ୍ପର ଦ୍ୱିତୀୟ ଝଟକା ସକାଳ ୬ଟା ୧୯ ମିନିଟ୍‌ରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଛି।

ଭୂକମ୍ପର ଝଟ୍‌କା ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇପଡି ସଙ୍ଗେ ସଙ୍ଗେ ବାହାରକୁ ଚାଲି ଆସିଥିଲେ। ତେବେ ଭୂକମ୍ପ ଯୋଗୁ ଏଯାଏଁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Advertisment
Maharashtra Earthquake