Advertisment

ଜହ୍ଲାଦ ପାଲଟିଲା ସ୍ୱାମୀ, ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା

ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।

man sets wife on fire

man sets wife on fire

Advertisment

ଝିଅଟିଏ ଜନ୍ମ ହେଲେ କୁହାଯାଏ ଯେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି। ଝିଅମାନେ ଆଜି ପୁଅ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢ଼ିଲେଣି। ସେମାନେ ପୁଅଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ନିଜ ବାପା-ମା'ଙ୍କୁ ଗର୍ବିତ କରୁଛନ୍ତି। କିନ୍ତୁ ଏବେବି ସମାଜରେ ଏଭଳି କିଛି ଲୋକେ ଅଛନ୍ତି ଯେଉଁମାନେ କି ପୁରୁଣା ମାନସିକତାରେ ଅଟକି ରହିଛନ୍ତି। ଝିଅ ଜନ୍ମକୁ ବରଦାସ୍ତ କରୁନହାନ୍ତି। ସେମାନଙ୍କୁ କେବଳ ପୁଅ ଦରକାର। ଏହି ମାନସିକତା ହେତୁ ସେମାନେ ଯେକୌଣସି ସ୍ତରକୁ ଚାଲି ଯାଉଛନ୍ତି, ଆଉ ଘଟାଉଛନ୍ତି ନାରକୀୟ କାଣ୍ଡ।

Advertisment

ମହାରାଷ୍ଟ୍ରର ପରଭଣି ଜିଲ୍ଲାର ଗାଓଁଖେଡ଼ା ଅଞ୍ଚଳ। ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳି ଦେଇଛି। ସ୍ତ୍ରୀ ତୃତୀୟ ଝିଅକୁ ଜନ୍ମ ଦେଇଥିବାରୁ ଜହ୍ଲାଦ ପାଲଟି ଯାଇଛି ସ୍ୱାମୀ। ଡିସେମ୍ବର ୨୬ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଶନିବାର ପୁଲିସ ଏନେଇ ସୂଚନା ଦେଇଛି।

ସୂଚନା ମୁତାବକ, ୩୪ ବର୍ଷୀୟ ମୈନା କୁଣ୍ଡଲିକ୍‌ କାଲେଙ୍କ ପୂର୍ବରୁ ଦୁଇଟି ଝିଅ ଥିଲା। କିଛି ଦିନ ତଳେ ସେ ତୃତୀୟ ଝିଅକୁ ଜନ୍ମ ଦେଇଥିଲେ। ଏହାକୁ ନେଇ ସ୍ୱାମୀ କୁଣ୍ଡଲିକ ଉତ୍ତମ କାଲେ ରାଗି ଯାଇଥିଲେ। ତିନୋଟି ଝିଅ ଜନ୍ମ କରିଥିବାରୁ ସ୍ତ୍ରୀକୁ ସେ ପ୍ରତିଦିନ ଗାଳିଗୁଲଜ କରୁଥିଲେ। କେବଳ ସେତିକି ନୁହେଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲଗାତର ଝଗଡ଼ା ହେଉଥିଲା। କୁଣ୍ଡଲିକ ଉତ୍ତମ ମୈନାଙ୍କୁ ମାର୍‌ପିଟ୍‌ ମଧ୍ୟ କରୁଥିଲେ।

Advertisment

ତେବେ ଡିସେମ୍ବର ୨୬ ତାରିଖ ରାତିରେ ଏହି ବିବାଦ ବଢ଼ି ଯାଇଥିଲା। କୁଣ୍ଡଲିକ୍‌ ଉତ୍ତମ ରାଗରେ ସ୍ତ୍ରୀ ମୈନା ଉପରେ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳି ଦେଇଥିଲେ। ନିଆଁ ଲାଗିବା ମାତ୍ରେ ମହିଳା ଜଣକ ଚିତ୍କାର କରି ଦୌଡିବାକୁ ଲାଗିଥିଲେ। ଆଖପାଖର ଲୋକମାନେ ଦୌଡି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ବହୁତ କଷ୍ଟରେ ଲିଭିଥିଲା, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଗୁରୁତର ଭାବେ ଜଳିଯାଇଥିବା ମୈନାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ପୂରା ଘଟଣାକୁ ନେଇ ମୈନାଙ୍କ ଭଉଣୀ ନିଜ ଭିଣେଇ କୁଣ୍ଡଲିକ୍‌ ଉତ୍ତମଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ପୂରା ମାମଲାର ତଦନ୍ତ ଜାରି ରହିଛି।

Man Sets Wife On Fire Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe