/odisha-reporter/media/post_attachments/uploadimage/library/16_9/16_9_0/Bagger_1678349702.jpg)
Bagger
ଏଣିକି ଆଉ ଛକ କିମ୍ବା ଗଳି କନ୍ଦିରେ ମାଗି ପାରିବେନି ଭିକ। ଭିକ ମାଗିଲେ ହେବ ଜେଲ୍। ଦେଶର ଭିନ୍ନ ଭିନ୍ନ ସହରରେ ଶହ ଶହ ଲୋକେ ଭିକ୍ଷା ବୃତ୍ତି କରି ଚଳି ଆସୁଛନ୍ତି। ପେଟ ପୋଷିବା ପାଇଁ ଅନ୍ୟ ପାଖରେ ହାତ ପତାଉଛନ୍ତି। ଏଭଳି ସ୍ଥିତିରେ ଏବେ ଏହି ଭକ ମାଗିବା ଉପରେ ପ୍ରଶାସନ କଟକଣା ଲଗାଇଛନ୍ତି। ମହାରାଷ୍ଟ୍ରରେ ଲାଗୁ ହୋଇଛି ଏଭଳି କିଛି କଟକଣା।
ଭାରତ ଭିନ୍ନ ଭିନ୍ନ ସହରରେ ଏବେ ଜି-୨୦ ସମ୍ମିଳନୀ ଆୟୋଜିତ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଲିସ ଭିକ ମାଗିବା ଉପରେ କଡା କଟକଣା ଲାଗୁ କରିଛ। ସହରର କୌଣସି ବି ସ୍ଥାନରେ ଲୋକେ ଭିକ ମାଗିପାରିବେ ନାହିଁ ବୋଲି ଗତ ବୁଧବାର ନାଗପୁର ସିଟି ପୁଲିସ କମିଶନର ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି।
ଏହି ନିର୍ଦ୍ଦଶ ଆଧାରରେ ମାର୍ଚ୍ଚ ୯ ତାରିଖରୁ ଅର୍ଥାତ୍ ଆଜିଠୁ ଏପ୍ରିଲ୍ ୩୦ ଯାଏଁ ଭିକ ମାଗିବା ଉପରେ କଟକଣା ଲଗାଯାଇଛି। ଯଦି ଏହି ନିୟମକୁ କେହି ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ ଆଇପିସି ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରାଧୀଙ୍କୁ ଜୋରିମାନା ସମେତ ଏକ ମାସ କିମ୍ବା ୬ ମାସ ଯାଏଁ ଜେଲ୍ ଯିବାକୁ ପଡିବ।
ସୂଚନା ମୁତାବକ, ଦେଶର ବିଭିନ୍ନ ସହରରେ ଏବେ ଜି-୨୦ ସମ୍ମିଳନୀ ଆୟୋଜନ କରାଯାଉଛି। ଅନେକ ଦେଶର ବହୁ ପ୍ରତିକ୍ଷିତ ଲୋକ ଏଥିରେ ସାମିଲ ହେଉଛନ୍ତି। ଭାରତର ଛବି କିଭଳି ବିଶ୍ୱ ବଜାରରେ ଉଚ୍ଚରେ ରହିବ ସେଥିପାଇଁ ଚାଲିଛି ଚେଷ୍ଟା। ତେଣୁ ଏହାକୁ ଦୃଷ୍ଟିରେ ରଖି ଭିକ ମାଗିବା ଉପରେ କଟକଣା ଲଗାଯାଇଛି। ରାସ୍ତାରେ ଲୋକେ ଭିକ୍ଷା ମାଗିବା ଦ୍ୱାରା ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
