Advertisment

ଶେଷ ହେବ ସସ୍‌ପେନ୍ସ! ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ

ଆଜି ଦିଲ୍ଲୀରେ ମହାୟୁତିର ବୈଠକ ବସୁଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଉପରେ ମୋହର ବାଜିପାରେ।

Mahayuti Meeting

Mahayuti Meeting

Advertisment

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ଆଜି ଶେଷ ହେବ ଏହି ସସ୍‌ପେସ। କିଏ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିତ ତାଙ୍କ ନାଁ ଆଜି ଘୋଷଣା ହୋଇପାରେ। ଆଜି ଦିଲ୍ଲୀରେ ମହାୟୁତିର ବୈଠକ ବସୁଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଉପରେ ମୋହର ବାଜିପାରେ।

Advertisment

ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଏଥର ମଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହାରି ଭିତରେ ମହାୟୁତି ମେଣ୍ଟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ଶିବସେନା ନେତା ଏକନାଥ ସିନ୍ଦେ।

ପ୍ରେସମିଟ୍ କରି ସିନ୍ଦେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚୟନ ନେଇ ମହାୟୁତି ମେଣ୍ଟ ନିଷ୍ପତ୍ତିକୁ ସମ୍ମାନ ଜଣାଇବେ। ବାଲାସାହେବ ଠାକରେଙ୍କ ସ୍ୱପ୍ନ ମୋଦି ଓ ଅମିତ ଶାହ ପୂରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପିର ନିଷ୍ପତ୍ତିକୁ ସମ୍ମାନ ଜଣାଇବୁ। ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ନେବେ। ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ଏବାବଦରେ ଜଣାଇଥିବା କହିଛନ୍ତି ଏକନାଥ ସିନ୍ଦେ।

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିକୁ ପ୍ରଚଣ୍ଡ ବହୁମତ ମିଳିଛି। ମହାୟୁତି ମେଣ୍ଟ ୨୮୮ମଧ୍ୟରୁ ୨୩୦ଟି ସିଟ୍ ଜିତିଛି। ଏଥିରେ କେବଳ ବିଜେପି ୧୩୨ଟି ଆସନ ଜିତିଛି। ସେହିପରି ଶିବସେନା ୫୭ ଟି ସିଟ୍ ଏବଂ ଏନସିପି ୪୧ଟିରେ ବିଜୟୀ ହୋଇଛି। 

Maharashtra Politics Maharashtra CM Mahayuti Alliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe