Advertisment

କ୍ୟାମେରା ଆଗରେ ହାତାହାତି ହେଲେ ଦୁଇ ବଡ଼ ନେତା

ଏନ୍‌ସିପି ଶରଦ ପାଓ୍ୱାର ଗୋଷ୍ଠୀର ଦୁଇ ବଡ଼ ନେତା ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ହୋଇଛନ୍ତି।

NCP leader Scuffle

NCP leader Scuffle

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସମସ୍ତେ ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିବାରେ ଲାଗିଛନ୍ତି। ଏଥି ସହିତ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହାରି ଭିତରେ କ୍ୟାମେରା ଆଗରେ ହାତାହାତି ହୋଇଛନ୍ତି ଗୋଟିଏ ଦଳର ହିଁ ଦୁଇ ବଡ଼ ନେତା।

Advertisment

ଏନ୍‌ସିପି ଶରଦ ପାଓ୍ୱାର ଗୋଷ୍ଠୀର ଦୁଇ ବଡ଼ ନେତା ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏପରିକି ଉଭୟ ପରସ୍ପର ଉପରକୁ ହାତ ଉଠାଇବା ଯାଏ ମଧ୍ୟ କଥା ଯାଇଛି। ତେବେ ପରେ ଉପସ୍ଥିତ ଲୋକେ ଦୁହିଁଙ୍କ ମଧ୍ୟରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତି ପଡିଛି।

ସୂଚନା ମୁତାବକ, ଅକ୍ଟୋବର ୨୭ ତାରିଖ ସନ୍ଧ୍ୟାରେ ମୁଂବ୍ରା ବିଧାନସଭା ଆସନରେ ଏହି ଘଟଣା ଘଟିଛି। ଏନ୍‌ସିପି(ଶରଦ ପାଓ୍ୱାର) ନେତା ଜିତେନ୍ଦ୍ର ଆହ୍ୱାଡ ଏଠାକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଏହି ସମୟରେ ନିର୍ବାଚନୀ ଘୋଷଣା ପତ୍ରକୁ ନେଇ କ୍ୟାମେରା ସାମ୍ନାରେ ହିଁ ଦଳର ରାଜ୍ୟ ସଂଖ୍ୟାଲଘୁ ଉପାଧ୍ୟକ୍ଷ ୟୁନୁସ ଶେଖଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଯଦିଓ ସମଗ୍ର ଘଟଣାର ସବିଶେଷ ତଥ୍ୟ ଜଣା ପଡିନାହିଁ କେଉଁ ପ୍ରସଙ୍ଗରେ ଏହି ଉତ୍ତେଜନା ସୃଷ୍ଟି ହୋଇଛି। କୁହାଯାଉଛି ଯେ ଏହା ଉଭୟଙ୍କ ପାଇଁ ସମସ୍ୟା ବଢ଼ାଇପାରେ।

Advertisment

କହିରଖୁ ଯେ, ମୁଂବ୍ରା-କଳଓ୍ୱା ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଜିତେନ୍ଦ୍ର ଆହ୍ୱାଡଙ୍କୁ ରାଜନୈତିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି। ଯେଉଁଥିରେ ଦଳଗତ ବିବାଦ ଅଧିକ ଦେଖିବାକୁ ମିଳୁଛି। ମୁଂବ୍ରା ଭଳି ପ୍ରମୁଖ ନିର୍ବାଚନମଣ୍ଡଳୀରେ ଏନସିପି ଅଜିତ ପାୱାର ଦଳ ଏବଂ ଏନସିପି ଶରଦ ପାୱାର ଦଳ ନିଜନିଜର ପ୍ରଭାବ ବିସ୍ତାର କରିବା ପାଇଁ ଲାଗିପଡିଛନ୍ତି।

NCP Sarad Pawar Maharashtra Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe