Advertisment

ଭୋଟିଂ କେନ୍ଦ୍ରରେ ଭିଡିଓ ରେକର୍ଡିଂ, ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ

ପ୍ରାର୍ଥୀଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

author-image
Madhupriya Mistry
Voiting

Voiting

ଭୋଟିଂ କେନ୍ଦ୍ରରେ ଭିଡିଓ ରେକର୍ଡିଂ କରିବା ପଡିଲା ମହଙ୍ଗା। ପ୍ରାର୍ଥୀଙ୍କ ବିରୋଧରେ ରୁଜୁ ହେଲା ମାମଲା। ମହାରାଷ୍ଟ୍ରର ଶିରୋରରେ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ଭୋଟିଂ ବୁଥ ଭିତରେ ଭିଡିଓ ରେକର୍ଡିଂ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ଏହି ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଶିରୋରରେ ନିର୍ବାଚନ ମଣ୍ଡିଳିରୁ ଭାରତୀୟ ଜନତା କିସାନ ପାର୍ଟି (ବିଜେକେପି)ର ପ୍ରାର୍ଥୀ ନାରାୟଣ ଅଙ୍କୁଶ ଓ ଅନ୍ୟ ତିନି ଜଣଙ୍କ ବିରୋଧରେ ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ, ଶିରୁର ଲୋକସଭା ନିର୍ବାଚନମଣ୍ଡଳୀ ରିଟର୍ଣ୍ଣିଂ ଅଧିକାରୀ ଅଜୟ ମୋରେ କହିଛନ୍ତି, 'ଅଙ୍କୁଶ ମୁଣ୍ଡୱା ନିର୍ବାଚନମଣ୍ଡଳୀରେ ଭୋଟିଂ ବୁଥ ଭିତରକୁ ଆସି ଭୋଟର ତାଲିକା ନେଇଥିବା ନେଇ ଅନ୍ୟ ପ୍ରାର୍ଥୀଙ୍କ ଉପରେ ଆପତ୍ତି ଉଠାଇଥିଲେ ଯେଉଁଥିରେ ସେହି ପ୍ରାର୍ଥୀଙ୍କ ନାମ ଲେଖାଯାଇଥିଲା। ଅଙ୍କୁଶ ଅଭିଯୋଗ କରିଥିଲେ ଯେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମତଦାନ ବୁଥ ଭିତରେ ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହାପରେ ସେ ତାଙ୍କ ଫୋନରେ ଭିଡିଓ ରେକର୍ଡିଂ କରିବା ଆରମ୍ଭ କରିଥିଲେ।

Advertisment

ତେବେ ନିୟମ ଅନୁଯାୟୀ ମତଦାନ କେନ୍ଦ୍ରରେ ଭିଡିଓ ରେକର୍ଡିଂ କରିବା କିମ୍ବା ଫଟୋ ଉଠାଇବା ପାଇଁ ଅନୁମତି ନାହିଁ। ଅନ୍ୟ ଏକ ଘଟଣାରେ ଶିବସେନା(ୟୁବିଟି) ର ଜଣେ ନେତା ମାଭଲ ଆସନରେ ଭୋଟ୍ ଦେବା ସମୟରେ ହଙ୍ଗାମା ସୃଷ୍ଟି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

କହିରଖୁ ଗତକାଲି ଳକୋସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଥିଲା। ଦେଶର ୧୦ଟି ରାଜ୍ୟର ୯୬ଟି ଆସନରେ ଭୋଟିଂ ହୋଇଥିଲା।

Maharashtra Govt Loksabha Election 2024 Maharashtra