Advertisment

ଭୟଙ୍କର ଦୁର୍ଘଟଣା: ଯାତ୍ରୀବାହୀ ବସ୍‌ ଓଲଟି ଲାଗିଗଲା ନିଆଁ, ୨୫ ଜୀବନ୍ତ ଦଗ୍ଧ

ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାନାରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ବସ୍‌ରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି।

Accident

Accident

Advertisment

ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାନାରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ବସ୍‌ରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି।

Advertisment

ବସ୍‌ଟି ନାଗପୁରରୁ ପୁଣେ ଅଭିମୁଖେ ପ୍ରାୟ ୩୩ ଯାତ୍ରୀଙ୍କୁ ଧରି ଯାଉଥିଲା। ମାତ୍ର ରାତି ପ୍ରାୟ ଦେଢଟା ବେଳେ ବସ୍‌ଟି ବୁଲଢାନା ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍‌ ବସ୍‌ର ଚକା ଫାଟିଯାଇଥିଲା। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିବା ଏହାର ଡ୍ରାଇଭର କହିଛନ୍ତି।

ବସ୍‌ଟି ଓଲଟି ପଡ଼ିଥିବା ବେଳେ ସଙ୍ଗେସଙ୍ଗେ ସେଥିରେ ନିଅଁ ଲାଗି ଯାଇଥିଲା। ଉକ୍ତ ସମୟରେ ବସ୍‌ର ଅଧିକାଂଶ ଯାତ୍ରୀ ଶୋଇ ପଡ଼ିଥିଲେ। ଆଖି ପିଛୁଳାକେ ନିଆଁ ସମଗ୍ର ବସ୍‌କୁ ବ୍ୟାପି ଯାଇଥିବା ବେଳେ ଯାତ୍ରୀମାନେ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ୨୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

Advertisment

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜଳନ୍ତା ବସ୍‌ରୁ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ୨୫ ଯାତ୍ରୀଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିବାରୁ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ଏକ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଫଳରେ ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ମୃତକ ଓ ଗୁରୁତରଙ୍କ ସୂଚନା ନିମନ୍ତେ ବୁଲଢାନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ହେଲ୍ପଲାଇନ୍‌ ନଂ ଜାରି କରାଯାଇଛି।

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଡ୍ରାଇଭରଙ୍କ ବୟାନର ଛାନଭିନ କରୁଛି। 

Accident Roadaccident Maharashtra Burnt To Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe