Advertisment

ଶରଦ ପାୱାରଙ୍କ ନାତିଙ୍କୁ ଇଡି ଘାଣ୍ଟିଲା ୧୧ ଘଣ୍ଟା

ଶରଦ ପାୱାରଙ୍କ ନାତି ତଥା ବିଧାୟକ ରୋହିତ ପାୱାରଙ୍କୁ ଗତକାଲି ୧୧ ଘଣ୍ଟା କାଳ ପଚରାଉଚରା କରିଛି ଇଡି।

Sarad Pawar with Grandson

Sarad Pawar with Grandson

Advertisment

ବ୍ୟାଙ୍କ ଘୋଟାଲା ମାମଲାରେ ଏନସିପି ପ୍ରମୁଖ ଶରଦ ପାୱାରଙ୍କ ନାତିଙ୍କୁ ଘାଣ୍ଟିଛି ଇଡି। ଶରଦ ପାୱାରଙ୍କ ନାତି ତଥା ବିଧାୟକ ରୋହିତ ପାୱାରଙ୍କୁ ଗତକାଲି ୧୧ ଘଣ୍ଟା କାଳ ପଚରାଉଚରା କରିଛି ଇଡି। ଏହି ଘଟଣାକୁ ନେଇ ରୋହିତଙ୍କ ସମର୍ଥକ ଉତ୍ତ୍ୟକ୍ତ ହୋଇ ଯାଇଥିବା ବେଳେ ସମଗ୍ର ରାଜ୍ୟରେ ବିରୋଧ ପ୍ରଦର୍ଶନ କରିଛନ୍ତି।

Advertisment

ଗତକାଲି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ରୋହିତ ପାୱାର ନିଜ ପାର୍ଟିର ଏମପି ସୁପ୍ରିୟା ସୁଲେ ଓ ଅନ୍ୟ ସମର୍ଥକଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେ ଦଳୀୟ କାର୍ଯ୍ୟାଳୟକୁ ଯାଇ ଶରଦ ପାୱାରଙ୍କ ଆର୍ଶିବାଦ ଦେଇଥିଲେ। ଏହାପରେ ବିଧାନ ଭବନ ଯାଇ ଛତ୍ରପତି ଶିବାଜି ମହାରାଜାଙ୍କ ମୂର୍ତ୍ତି ଉପରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ।

ମହାରାଷ୍ଟ୍ର ରାଜ୍ୟ ସହକାରୀ ବ୍ୟାଙ୍କ ଘୋଟାଲା ମାମଲାରେ ଇଡି ରୋହିତଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିଛି। ରାତି ପ୍ରାୟ ୧୦ଟାରେ ରୋହିତ ଇଡି କାର୍ଯ୍ୟାଳୟରୁ ବାହାରି ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଶରଦ ପାୱାର ଓ ସୁପ୍ରିୟା ସୁଲଷ ତାଙ୍କ ଅପେକ୍ଷା କରିଥିବାରୁ ସେ ଉଭୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ରୋହିତ ଇଡି କାର୍ଯ୍ୟାଳୟରେ ଥିବା ବେଳେ ଶହ ଶହ ସଂଖ୍ୟାରେ ପାର୍ଟି କର୍ମକର୍ତ୍ତା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ରୋହିତ କହିଛନ୍ତି, ମୁଁ ଆରମ୍ଭରୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛି। ସେମାନେ ମାଗିଥିବା ଡକ୍ୟୁମେଣ୍ଟ ପ୍ରଦାନ କରି ସାରିଛୁ। ଏଥିସହ ଆଉ କିଛି ଡକ୍ୟୁମେଣ୍ଟ ସେମାନେ ଚାହୁଁଛନ୍ତି। ଏଥିନିମନ୍ତେ ଆସନ୍ତା ୧ ତାରିଖରେ ମୋତେ ପୁଣି ଥରେ ଡାକିଛନ୍ତି। ମୁଁ ଆଗକୁ ବି ଇଡିକୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବି।

Sarad Power Mumbai NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe