Advertisment

ଜଙ୍ଗଲରେ ବନ୍ଧା ହୋଇ ପଡ଼ିଥିଲେ ମହିଳା, ପକେଟରୁ ମିଳିଲା US ପାସପୋର୍ଟ

ଗଛରେ କେହି ତାଙ୍କୁ ଚେନରେ ବାନ୍ଧି ପଳାଇ ଥିବାବେଳେ, ସେ ଗଲା ୪୦ ଦିନ ହେବ କିଛି ବି ଖାଇ ନାହାନ୍ତି।

Lalita Kayi Kumar S

Lalita Kayi Kumar S

Advertisment

ମହାରାଷ୍ଟ୍ରର ଏକ ଜଙ୍ଗଲରୁ ଜଣେ ୫୦ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଗଛରେ କେହି ତାଙ୍କୁ ଚେନରେ ବାନ୍ଧି ପଳାଇ ଥିବାବେଳେ, ସେ ଗଲା ୪୦ ଦିନ ହେବ କିଛି ବି ଖାଇ ନାହାନ୍ତି।

Advertisment

ପୁଲିସ ରିପୋର୍ଟ ଅନୁସାରେ, ମହିଳାଙ୍କ ପକେଟରୁ ଆମେରିକା ପାସପୋର୍ଟ ସାଙ୍ଗକୁ ଆଧାରକାର୍ଡ ମିଳିଛି। ଏଥିରୁ ଜଣାଯାଉଛି ଯେ, ବୃଦ୍ଧାଙ୍କ ନାମ ଲଳିତା କୟି କୁମାର ଏସ୍। ସେ ମୂଳତଃ ଆମେରିକାର ବାସିନ୍ଦା। କିନ୍ତୁ ତାମିଲନାଡୁରେ ରୁହନ୍ତି।

ଶନିବାର ସୋନୁରିଲ ଗାଁର ଜଣେ ବ୍ୟକ୍ତି ଜଙ୍ଗଲରେ କେହି କାନ୍ଦୁଥିବାର ଶୁଣି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖେ ତ, ଜଣେ ମହିଳା ବନ୍ଧା ହୋଇ ପଡ଼ିଛନ୍ତି। ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

Advertisment

ମହିଳାଙ୍କ ଅବସ୍ଥା ଏତେ ଖରାପ ହୋଇ ଯାଇଛି ଯେ, ସେ କିଛି କହି ପାରୁନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ଏବଂ ଜଙ୍ଗଲରେ ତାଙ୍କୁ କିଏ ବାନ୍ଧିଲା ସେ ବାବଦରେ ଡାକ୍ତରଙ୍କୁ ଲେଖିକି ଜଣାଇଛନ୍ତି।

ମହିଳା ଜଣକ ଲେଖିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଜଙ୍ଗଲରେ ବାନ୍ଧି ପଳାଇଛନ୍ତି। ଝଗଡ଼ା ହେବା କାରଣରୁ ତାଙ୍କ ସ୍ୱାମୀ ଏପରି କରିଛନ୍ତି। ଏଥିସହ ସେ ୪୦ ଦିନ ହେବ କିଛି ଖାଇନଥିବା କହିଛନ୍ତି।  ପୁଲିସ ଏନେଇ ଏକ ମାମଲା ରୁଜୁ କରି ତାଙ୍କ ସ୍ୱାମୀଙ୍କୁ ଖୋଜାଖୋଜି କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe