Advertisment

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କିଏ ହାତେଇବ ଶାସନ ଗାଦି? କାଲି ଆସିବ ଫଳାଫଳ

ମହାରାଷ୍ଟ୍ରରେ ମରାଠି ଅସ୍ମିତା ବନାମ ଧର୍ମ ଯୁଦ୍ଧକୁ ନେଇ ନିର୍ବାଚନ ଲଢାଯାଇଥିବା ବେଳେ ଝାଡ଼ଖଣ୍ଡରେ ଆଦିବାସୀଙ୍କ ହକ, ଅନୁପ୍ରବେଶକୁ ମୁଦ୍ଦା କରି ନିର୍ବାଚନ ଲଢିଥିବା ନେତା ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହିଁ ରହିଛନ୍ତି ।

author-image
Niharika Rout
Election

Election

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ କିଏ ହାତେଇବ ଶାସନ ଗାଦି, କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ ତାହା କାଲି ସ୍ପଷ୍ଟ ହେବ । କାରଣ ଉଭୟ ରାଜ୍ୟରେ କାଲି ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Advertisment

ମହାରାଷ୍ଟ୍ରର ୨୮୮ ଆସନ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଝାଡଖଣ୍ଡର ୮୧ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ କରିଛନ୍ତି ଭୋଟର । ମହାରାଷ୍ଟ୍ରରେ ମରାଠି ଅସ୍ମିତା ବନାମ ଧର୍ମ ଯୁଦ୍ଧକୁ ନେଇ ନିର୍ବାଚନ ଲଢାଯାଇଥିବା ବେଳେ ଝାଡ଼ଖଣ୍ଡରେ ଆଦିବାସୀଙ୍କ ହକ, ଅନୁପ୍ରବେଶକୁ ମୁଦ୍ଦା କରି ନିର୍ବାଚନ ଲଢିଥିବା ନେତା ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହିଁ ରହିଛନ୍ତି ।

P-MARQର ଆକଳନ ଅନୁସାରେ, ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୧୩୭ରୁ ୧୫୭ ସିଟ୍ ମିଳିପାରେ। ମହା ବିକାଶ ଅଘାଡିକୁ ମିଳିପାରେ ୧୨୬ରୁ ୧୪୬ ଓ ଅନ୍ୟାନ୍ୟଙ୍କୁ ମିଳିପାରେ ୨ରୁ ୮ଟି ସିଟ୍।

Advertisment

ସେପଟେ ଝାଡଖଣ୍ଡରେ ଏନଡିଏ ଆଗରେ ଥିବା ଏକଜିଟ୍ ପୋଲ୍ ଆକଳନରେ ଜଣାପଡ଼ିଛ। MATRIZEର ଆକଳନ ଅନୁସାରେ ଝାଡଖଣ୍ଡରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୪୨ରୁ ୪୭ଟି ସିଟ୍ ମିଳିବା ସମ୍ଭାବନା ରହିଛି। ସେହିପରି ମହାଗଠବନ୍ଧନକୁ ୨୫ରୁ ୩୦ ଆସନ ମିଳିପାରେ। ଅନ୍ୟାନ୍ୟ ଦଳ ୧ରୁ ୪ଟି ଆସନ ପାଇପାରନ୍ତି।

Maharashtra Jharkhand