Advertisment

ବିଜେପି ସହ ଅଜିତ୍‌ ହାତ ମିଳାଇବା ପରେ ଚିନ୍ତାରେ ସିନ୍ଦେ ଗୋଷ୍ଠୀ

ଏଠାରେ ବିଜେପି ୧୦୫ ବିଧାନସଭା ସିଟ୍‌ ସହ ସବୁଠାରୁ ଅଧିକ ଆଶନ ଅକ୍ତିଆର କରିଛି। ଦ୍ୱିତୀୟରେ ଏକନାଥ ସିନ୍ଧେଙ୍କ ଶିବସେନାର ୪୦ ବିଧାୟକ ରହିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
From left Ajit Pawar, Devendra Fadnavis and Chief Minister Shinde

From left Ajit Pawar, Devendra Fadnavis and Chief Minister Shinde

ଅଜିତ ପାୱାରଙ୍କ ନେତୃତ୍ୱରେ ଏନ୍‌ସିପି ବିଧାୟକମାନେ ସରକାରରେ ସାମିଲ ହେବା ପରେ ମହାରାଷ୍ଟ୍ର ଶାସକ ମେଣ୍ଟରେ କନ୍ଦଳ ଦେଖାଦେଇଥିବ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅଜିତ ପାୱାର ଗୋଷ୍ଠୀ ସରକାରରେ ସାମିଲ ହେବା ଘଟଣାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଶ୍ୱସ୍ତ ନେତାମାନେ ସହଜରେ ଗ୍ରହଣ କରିପାରୁନଥିବା ଶୁଣିବାକୁ ମିଳୁଛି। ସେମାନେ ଅସହିଷ୍ଣୁ ହୋଇପଡ଼ିଛନ୍ତି।

Advertisment

ସେମାନେ ଏନସିପି ସରକାରରେ ସାମିଲ ହେବାପରେ ଶିବସେନା ଗୋଷ୍ଠୀର ନେତାମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ ପଦବୀ ପାଇନପାରନ୍ତି। ଏହି କାରଣ ପାଇଁ ସେମାନେ ଅସନ୍ତୁଷ୍ଟ ଅଛନ୍ତି ବୋଲି ସିନ୍ଦେ ଗୋଷ୍ଠୀର ବିଧାୟକ ସଂଜୟ ସିର୍ସତ କହିଛନ୍ତି। ତେବେ ଏନେଇ କିଛି ବିବାଦ ନାହିଁ ଏବଂ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ ଏବଂ ତାଙ୍କ ନେତୃତ୍ୱରେ ସରକାର ଚାଲିବ ବୋଲି ସେ ପରେ ସ୍ପଷ୍ଟ କରିଛନ୍ତି।

ବିଶେଷ ଭାବେ ୪ କଥା ଏବେ ସିନ୍ଧେଙ୍କ ସହ ଥିବା ଶିବସେନା ନେତାମାନଙ୍କୁ ଘାରିଛି। ପ୍ରଥମ ହେଲା କ୍ଷମତା ହାତେଇବା ନିମନ୍ତେ ବିଜେପି ପାଖରେ ଜୋର କରିବା, ମନ୍ତ୍ରୀମଣ୍ଡଳର ମୁଖ୍ୟ ବିଭାଗ ମିଳିବା, ରାଜନୀତି ଭବିଷ୍ୟତ, ଲୋକସଭା ଓ ବିଧାନସଭାରେ କେତୋଟି ସିଟ୍‌ରେ ଲଢ଼ିବାର ସୁଯୋଗ ମିଳିବ।

Advertisment

ଏଠାରେ ବିଜେପି ୧୦୫ ବିଧାନସଭା ସିଟ୍‌ ସହ ସବୁଠାରୁ ଅଧିକ ଆସନ ଅକ୍ତିଆର କରିଛି। ଦ୍ୱିତୀୟରେ ଏକନାଥ ସିନ୍ଦେଙ୍କ ଶିବସେନାର ୪୦ ବିଧାୟକ ରହିଛନ୍ତି। ସିନ୍ଦେଙ୍କ ଶିବସେନା ସହ ଛୋଟଦଳ ଓ ନିର୍ଦ୍ଦଳୀୟ ବିଧାୟକଙ୍କ ସହ ମିଶି ବହୁମତ ସହ ବିଜେପି ସରକାର କରିଛି। ତେଣୁ ବିଜେପି ବହୁମତ ସହ ସରକାର କରିବାକୁ ୧୪୫ ବିଧାୟକଙ୍କ ସମର୍ଥନ ପାଇ ସାରିଛି। ଅଜିତ୍‌ଙ୍କ ଏଣ୍ଟ୍ରି ପରେ ଏହି ମେଣ୍ଟ ଭିତରେ ନିର୍ଣ୍ଣାୟକ ପରିସ୍ଥିତି ସୃଷ୍ଟି କରିଛି।

ଅଜିତ୍‌ଙ୍କ ଏଣ୍ଟ୍ରି ପୂର୍ବରୁ ମହାରାଷ୍ଟ୍ର ସରକାରେ ୧୮ ମନ୍ତ୍ରୀ ଥିଲେ। ଯାହା ଭିତରେ ସିନ୍ଦେ ଶିବସେନାର ୯ ଓ ବିଜେପିର ୯ ମନ୍ତ୍ରୀ ଥିଲେ। ହେଲେ ଆଜିତ୍‌ଙ୍କ ଏଣ୍ଟ୍ରି ପରେ ଏବେ ସିନ୍ଦେ ସରକାରରେ ମନ୍ତ୍ରୀ ସଂଖ୍ୟା ୨୭ରେ ପହଞ୍ଚିଛି। ଶିବସେନା ଓ ବିଜେପିର ନେତାମାନଙ୍କ ସମେତ ଅଜିତ୍‌ଙ୍କ ଏନ୍‌ସିପିର ଅନେକ ବିଧାୟକ ମନ୍ତ୍ରୀ ହୋଇଯାଇଛନ୍ତି। ମହାରାଷ୍ଟ୍ର ସରକାରରେ ମୁଖ୍ୟମନ୍ତ୍ରୀ ସମେତ ସର୍ବାଧିକ ୪୨ ମନ୍ତ୍ରୀ ହୋଇପାରିବେ। ତେଣୁ ଏବେ ମାତ୍ର ୧୪ ମନ୍ତ୍ରୀ ପଦ ଖାଲି ପଡ଼ିଛି।

ଅଜିତ୍ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପରେ କହିଥିଲେ ଯେ ଯଥା ସମ୍ଭବ ଅଧିକ ଦଳୀୟ ବିଧାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବାକୁ ପ୍ରୟାଶ କରାଯିବ। ସେପଟେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦକୁ ମଧ୍ୟ ନେଇଛନ୍ତି। ଯାହା ପରେ ସିନ୍ଦେଙ୍କ ଶିବସେନା ନେତାମାନେ ଅସହିଷ୍ଣୁ ହୋଇପଡ଼ିଲେଣି।

ଅଜିତ୍‌ଙ୍କ ଦାବି ମାନିନେଲେ ୩୨ ବିଧାୟକ ତାଙ୍କ ସହ ଅଛନ୍ତି। ତେଣୁ ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ହେଲେ ଏହି ମେଣ୍ଟର ଦଳ କିଏ କେତେ ଆସନରୁ ଲଢ଼ିବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ସେପଟେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨୫ ଓ ଶିବସେନା ୨୩ ସିଟ୍‌ରେ ପ୍ରାର୍ଥୀ ଦେଇଥିଲା। ବିଜେପି ଏଠାରେ ୨୩ ସିଟ୍‌ରେ ଜିତିଥିବା ବେଳେ ଶିବସେନା ୧୮ ସିଟ୍‌ରେ ଜିତିଥିଲା। ଏବେ ଶିବସେନା ଗତଥର ଲଢ଼ିଥିବା ସିଟ୍‌ ଉପରେ ପ୍ରାର୍ଥୀ ଦେବାକୁ ଦାବି କରୁଥିବା ବେଳେ ବିଜେପି ରାଜ୍ୟ ସଭାପତି ଏଠାରେ ୪୮ରୁ ୪୫ ସିଟ୍‌ ଜିତିବେ ବୋଲି କହୁଥିବାରୁ ଏହାକୁ ନେଇ ରାଜନୀତି ସମୀକରଣ ବଦଳିବ ବୋଲି କୁହାଯାଉଛି। ତେଣୁ ଅଜିତ୍‌ କେତେ ସିଟ୍‌ରେ ଏଠାରୁ ନିର୍ବାଚନ ଲଢ଼ିବେ ଓ ଏନ୍‌ଡିଏ ଭବିଷ୍ୟତ ଏଠାରେ ଆଗକୁ କିପରି ରହିବ ତାହା ଆଲୋଚନାର ବିଷୟ ହୋଇଛି।

ସେପଟେ ଜଣାପଡ଼ିଛି ଶେଷ ଖବର ସୁଦ୍ଧା ଅଜିତ୍‌ ସହ ୨୪ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ସିନ୍ଦେଙ୍କ ଶିବସେନାର ସମର୍ଥନ ନମିଳିଲେ ମଧ୍ୟ ଛୋଟ ଦଳ, ନିର୍ଦ୍ଦଳିୟ ବିଧାୟକ ଓ  ଅଜିତ୍‌ଙ୍କ ସମର୍ଥିତ ବିଧାୟକଙ୍କୁ ନେଇ ବିଜେପି ସଂଖ୍ୟା ଗରିଷ୍ଠ ମ୍ୟାଜିକ୍ ନମ୍ୱର ୧୪୯ ପାଇଯିବ। ତେଣୁ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଅଜିତ୍‌-ସିନ୍ଦେ-ବିଜେପି ସରକାର ସମୀକରଣ ଏବେ ଆଲୋଚନାକୁ ଆସିଛି। ଆସନ୍ତା ସାଧାରଣ ନିର୍ବାଚନ ଏଠାରେ କିପରି ମୋଡ଼ ନେଇଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। 

Bjp Shiv Sena Maharashtra Politics NCP