/odisha-reporter/media/post_attachments/uploadimage/library/16_9/16_9_0/IMAGE_1679668689.jpg)
Manoj Sinha
ଆଇନ ପାଠ୍ୟକ୍ରମରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପାଖରେ କୌଣସି ପ୍ରକାରର ଡିଗ୍ରୀ ନଥିଲା ବୋଲି କହିଛନ୍ତି ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା। ଗାନ୍ଧି କେବଳ ହାଇସ୍କୁଲ ପାସ୍ କରିଥିଲେ। ସେ କୌଣସି ପ୍ରକାରର ଡିଗ୍ରୀ ହାସଲ କରି ନଥିଲେ ବୋଲି ଶ୍ରୀ ସିହ୍ନା କହିଛନ୍ତି।
ଗ୍ୱାଲିୟରରେ ଥିବା ଆଇଟିଏମ ବିଶ୍ୱବିଦ୍ୟାଳୟରେ ସେ ଭାଷଣ ଦେବା ବେଳେ ଡିଗ୍ରୀ ହାସଲ କରିବା ପ୍ରକୃତ ଶିକ୍ଷା ନୁହଁ ବୋଲି ପିଲାମାନଙ୍କୁ ବୁଝାଇବା ବେଳେ ଏପରି କଥା କହିଛନ୍ତି।
ସେ କହିଛନ୍ତି, “କିଏ କହିବ ଗାନ୍ଧି ଜୀ ଅଶିକ୍ଷିତ ଥିଲେ ବୋଲି? ମୁଁ କାହିଁ ଭାବୁନି ଯେ ଏପରି କେହି କହିବେ। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ଗାନ୍ଧିଙ୍କ ପାଖରେ ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟର ଡିଗ୍ରୀ ନଥିଲା? ଆମ ମାନଙ୍କ ମଧ୍ୟରେ ଅନେକ ଅଛନ୍ତି, ଯେଉଁମାନେ ଭାବୁଛନ୍ତି ଯେ ମହାତ୍ମା ଗାନ୍ଧିଙ୍କ ପାଇଁ ଆଇନ ଡିଗ୍ରୀ ଥିଲେ।
ନା, ତାଙ୍କ ପାଖରେ ଡିଗ୍ରୀ ନଥିଲା। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଲା, ସେ ଗୋଟିଏ ହାଇସ୍କୁଲ ଡିପ୍ଲୋମା ହାସଲ କରିଥିଲେ। ସେ ଓକିଲାତି କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ତାଙ୍କ ପାଖରେ କୌଣସି ଡିଗ୍ରୀ ନଥିଲା। ତାଙ୍କ ପାଖରେ ଡିଗ୍ରୀ ନଥିଲେ ମଧ୍ୟ ସେ କେତେ ଶିକ୍ଷିତ ଓ ଜ୍ଞାନୀ ଥିଲେ, ସେକଥା ସମସ୍ତେ ଜାଣିଛନ୍ତି। ସେ ଦେଶର ପିତା ବନିଥିଲେ।
ତେଣୁ ମୁଁ ଆପଣମାନଙ୍କୁ କହିଦେବାକୁ ଚାହୁଁଛି ଯେ ସବୁବେଳେ ଡିଗ୍ରୀ ପଛରେ ଯାଆନ୍ତୁ ନାହିଁ। ଡିଗ୍ରୀ ହାସଲ କରିବା କ’ଣ ଶିକ୍ଷା? ଡିଗ୍ରା ହାସଲ କରିବା ଶିକ୍ଷା ନୁହେଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
