Advertisment

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ ନେଇ ସସ୍‌ପେନ୍ସ ଜାରି, ଆଜି ଇସ୍ତଫା ଦେବେ ଏକନାଥ

ମହାୟୁତିର ମହାବିଜୟ ପରେ ଏବେ ଚର୍ଚ୍ଚା, ସିଏମ୍ ସିଟରେ ବସିବ କିଏ? ବିଜେପି ପାଇଁ ବିଜୟର ଶ୍ରେୟ ଆଣିଥିବା ଦେବେନ୍ଦ୍ର ଫଡନାଭିସ୍, ମହାୟୁତିର ମହାନାୟକ ସାଜିଥିବା ଏକନାଥ ସିନ୍ଧେ ନା ବିଜୟର ଭାଗିଦାରୀ ଏନସିପିର ଅଜିତ ପାୱାର।

Who will be Maharashtra CM

Who will be Maharashtra CM

Advertisment

କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମହାୟୁତିର ମହାବିଜୟ ପରେ ଏବେ ଚର୍ଚ୍ଚା, ସିଏମ୍ ସିଟରେ ବସିବ କିଏ? ବିଜେପି ପାଇଁ ବିଜୟର ଶ୍ରେୟ ଆଣିଥିବା ଦେବେନ୍ଦ୍ର ଫଡନାଭିସ୍, ମହାୟୁତିର ମହାନାୟକ ସାଜିଥିବା ଏକନାଥ ସିନ୍ଧେ ନା ବିଜୟର ଭାଗିଦାରୀ ଏନସିପିର ଅଜିତ ପାୱାର। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସସପେନ୍ସ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଏକନାଥ ସିନ୍ଦେ।

Advertisment

ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ରହିଛନ୍ତି ଦେବେନ୍ଦ୍ର ଫଡନାବିସ। ଚର୍ଚ୍ଚା ହେଉଛି ଫଡନାବିସଙ୍କୁ ସମର୍ଥନ କରିଛି ଅଜିତ ପାୱାରଙ୍କ ଏନସିପି। ସେହିପରି ଶିବସେନା ନେତା ଏକନାଥ ସିନ୍ଦେ ପୁଣି ଥରେ ମହାରାଷ୍ଟ୍ର ସିଏମ ହୁଅନ୍ତୁ ବୋଲି ଦାବି କରୁଛନ୍ତି।

ଏସବୁ ଭିତରେ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି ଦେବେନ୍ଦ୍ର ଫଡନାବିସ୍। କୁହାଯାଉଛି ସରକାର ଗଠନ ନେଇ ସେ ବିଜେପିର ଟପ୍ ନେତାଙ୍କୁ ଭେଟିପାରନ୍ତି। ଏମିତି ଚର୍ଚ୍ଚା ଆଲୋଚନା ଭିତରେ ସମସ୍ତଙ୍କର ନଜର ରହିଛି ମହାୟୁତି କାହାକୁ ଦେବେ ସିଏମ୍ ଚୌକି।

Advertisment

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ଏକାକୀ ୧୩୩ ସିଟ୍ ଜିତିଛି। ଯାହାକି ବହୁମତଠାରୁ ମାତ୍ର ୧୨ କମ୍। ଶିବସେନା ୫୭ ଓ ଏନସିପି ଜିତିଛି ୪୧ ସିଟ୍।

Devendra Fadnavis Maharashtra Politics Eknath Shinde Maharashtra Elections
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe