ପରସ୍ପରର ଛାଇ ମାଡ଼ନ୍ତିନି, ଏବେ ଗୋଟିଏ କମିଟିରେ ମହୁଆ-ନିଶିକାନ୍ତ

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହି କମିଟିରେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା, କଙ୍ଗନା ରଣାଓ୍ୱତ ଓ ଜୟା ବଚ୍ଚନ ପ୍ରମୁଖ ଅଛନ୍ତି।

Mahua and Nishikant

ମହୁଆ ମୋଇତ୍ରା ଓ ନିଶିକାନ୍ତ ଦୁବେ

Madhupriya Mistry
  • Published: Saturday, 28 September 2024
  • Updated: 28 September 2024, 02:20 PM IST

Sports

Latest News

ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଟିଏମସି ସାଂସଦ ମହୁଆ ମୋଇତ୍ରା ଦୁଇ ଜଣ ଅଲଗା ଦଳର ହୋଇଥିଲେ ମଧ୍ୟ ଏମାନଙ୍କ ଭିତରେ ଥିବା ଆକ୍ରୋଶ ସମସ୍ତଙ୍କୁ ଜଣା। ପରସ୍ପରର ଛାଇ ଦେଖିଲେ ଉଭୟଙ୍କ ନାହି ଡିଏଁ। ଏପରି ସ୍ଥିତିରେ ଉଭୟ ଗୋଟିଏ କମିଟିର ସଦସ୍ୟ ହୋଇଛନ୍ତି। ଯାହା ଏବେ ଚର୍ଚ୍ଚାରେ।

ଆଇନଗତ ନିୟମକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଦୁଇ ଦିନ ତଳେ ୨୪ଟି ନୂଆ ଷ୍ଟାଣ୍ଡିଂ କମିଟି ଗଠନ କରିଛନ୍ତି। ଏହି କମିଟିରେ ବିଭିନ୍ନ ରାଜନୈତିକ ଦଳର ବହୁ ହାଇ ପ୍ରୋଫାଇଲ ନେତା ଅଛନ୍ତି, ଯେଉଁମାନଙ୍କୁ ନୀତି ନିର୍ଦ୍ଧାରଣ ଏବଂ ପ୍ରଶାସନରେ ପ୍ରମୁଖ ଭୂମିକା ଦିଆଯାଇଛି। ସେଥିମଧ୍ୟରୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟିରେ ସ୍ୱତନ୍ତ୍ର ଓ ବିବାଦୀୟ ସଦସ୍ୟ ଏକାଠି ରହିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

Also Read

ଝାଡ଼ଖଣ୍ଡର ଗୋଡ୍ଡାରୁ ୪ ଥର ବିଜେପି ସାଂସଦ ହୋଇଥିବା ନିଶିକାନ୍ତ ଦୁବେଙ୍କୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଜେପିରେ ତାଙ୍କର ଦୀର୍ଘଦିନର ରାଜନୈତିକ କ୍ୟାରିୟର ରହିଛି। ତାଙ୍କର ପ୍ରଭାବ ବ୍ୟାପକ ଥିବାରୁ ତାଙ୍କ ନିଯୁକ୍ତି ଉଲ୍ଲେଖନୀୟ।

ଦୁବେଙ୍କ ସହ ଏହି କମିଟିରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କୃଷ୍ଣନଗର ନିର୍ବାଚନମଣ୍ଡଳୀର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ମଧ୍ୟ ଅଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କ ସାପ ଓ ନେଉଳ ଭଳି। ପୂର୍ବ ସରକାରରେ ମହୁଆ ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ଫଶି ସାଂସଦ ପଦ ହରାଇଥିଲେ। ଆଉ ସେ ପଦ ହରାଇବା ପଛରେ ନିଶିକାନ୍ତ ଥିଲେ ମୁଖ୍ୟ ସୂତ୍ରଧର। ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସବୁ ସୀମାସରହଦ ମଧ୍ୟ ପାର କରିଥିଲା। ଏପରି ସ୍ଥିତିରେ ଉଭୟ ଗୋଟିଏ କମିଟିରେ ରହିଛନ୍ତି। ଯାହା ଉପରେ ଏବେ ସମସ୍ତଙ୍କ ନଜର।

ଏହି କମିଟିରେ ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ ବିଜେପି ସାଂସଦ କଙ୍ଗନା ରାଣାୱତ ମଧ୍ୟ ଅଛନ୍ତି। ବଲିଉଡରେ ନିଜର ସଫଳ କ୍ୟାରିୟର ପାଇଁ ଜଣାଶୁଣା ରାଣାୱତ ନିକଟରେ ନିଜର ସ୍ପଷ୍ଟ ବୟାନ ଏବଂ ଦୃଢ଼ ରାଜନୈତିକ ଆଭିମୁଖ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

ଅନ୍ୟ ଜଣେ ଉଲ୍ଲେଖନୀୟ ସଦସ୍ୟ ହେଉଛନ୍ତି ସମାଜବାଦୀ ପାର୍ଟିର ସମ୍ମାନଜନକ ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନ। ସଂସଦର ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏବଂ ଏନଡିଏକୁ କଟାକ୍ଷ କରିବାକୁ ଭୁଲି ନାହାନ୍ତି ଏହି ନେତ୍ରୀ ଜଣଙ୍କ। ପ୍ରଖ୍ୟାତ ସଙ୍ଗୀତଜ୍ଞ ତଥା ରାଜ୍ୟସଭା ସାଂସଦ ଇଲାୟାରାଜା ମଧ୍ୟ ଏହି କମିଟିର ସଦସ୍ୟ ରହିଛନ୍ତି।

ଗତ ଡିସେମ୍ବରରେ କ୍ୟାଶ୍ ଫର୍ କ୍ୱେରି ମାମଲାରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ମହୁଆଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ପରେ ଦିଲ୍ଲୀ ହାଇକୋର୍ଟରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯେଉଁଥିରେ ନିଶିକାନ୍ତ ଦୁବେ ଏବଂ ସୁପ୍ରିମ୍ କୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ଉପରେ ସୋଶାଲ ମିଡିଆରେ ସମ୍ବନ୍ଧୀୟ ପୋଷ୍ଟ କରିବା ଉପରେ ରୋକ୍ ଲଗାଇବା ପାଇଁ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଥିଲା।

ଏସବୁ ଆହ୍ୱାନ ସତ୍ତ୍ୱେ ମହୁଆ ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ କୃଷ୍ଣନଗରରୁ ଜିତି ସଂସଦକୁ ଫେରିଛନ୍ତି। ସେହିପରି ନିଶିକାନ୍ତ ଦୁବେ ଗୋଡ୍ଡାରୁ ଲଗାତାର ଚତୁର୍ଥ ଥର ପାଇଁ ଲୋକସଭାରେ ନିଜ ଆସନ ହାସଲ କରିଥିବା ବେଳେ କଙ୍ଗନା ରାଣାୱତ ମଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।

ଭାରତର ବିକାଶ ଓ ପ୍ରଗତି ପାଇଁ ପ୍ରମୁଖ କ୍ଷେତ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ନୀତି ପ୍ରଣୟନରେ ଏହି ସ୍ଥାୟୀ କମିଟି ଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ତେବେ ଦୁବେ ଓ ମୋଇତ୍ରାଙ୍କ ଭଳି ନେତାଙ୍କ ଉପସ୍ଥିତି, ଯେଉଁମାନଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଛି, କମିଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବାରେ ସକ୍ଷମ ହେବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏହି କମିଟିଗୁଡ଼ିକ କାର୍ଯ୍ୟ ଆରମ୍ଭ କରିବା ପରେ ଏହି ହାଇପ୍ରୋଫାଇଲ୍ ସଦସ୍ୟମାନେ ବର୍ତ୍ତମାନର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଏବଂ ମେଣ୍ଟ ମଧ୍ୟରେ କିପରି ନିଜ ନିଜ ଭୂମିକା ନିର୍ବାହ କରନ୍ତି ତା' ଉପରେ ଫୋକସ୍ ରହିବ। ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସଂକ୍ରାନ୍ତ ଜାତୀୟ ସଂସଦୀୟ ସ୍ଥାୟୀ କମିଟି ଡିଜିଟାଲ ଭିତ୍ତିଭୂମି, ସାଇବର ସୁରକ୍ଷା ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପର ନିୟନ୍ତ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ କିପରି ସମାଧାନ କରିବ ତାହା ଉପରେ ତୀକ୍ଷ୍ଣ ନଜର ରଖିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story