Advertisment

ମହୁଆ ବିବାଦ: ଟିଏମସି କହିଲା ତଦନ୍ତ ରିପୋର୍ଟ ଆସୁ

ଟିଏମସି ସାଂସଦ ଡେରେକ୍ ଓ'ବ୍ରାଏନ୍ ଦଳୀୟ ନେତା ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସଂସଦୀୟ ତଦନ୍ତ ଦାବି କରିଛନ୍ତି।

Mahua Moitra

Mahua Moitra

Advertisment

ଟଙ୍କା ନେଇ ସଂସଦରେ ପ୍ରଶ୍ନ କରିବା ଅଭିଯୋଗରେ ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଏହି ମାମଲାରେ ଟିଏମ୍‌ସି ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସଜବାଜ ହେଉଥିବା ଜଣାପଡିଛି। କେବଳ ସେତିକି ନୁହେଁ ଦଳ ଏହି ଘଟଣାକୁ ନେଇ ତାଙ୍କୁ ଜବାବ ମଧ୍ୟ ମାଗିଛି।

Advertisment

ଟିଏମସି ସାଂସଦ ଡେରେକ୍ ଓ'ବ୍ରାଏନ୍ ଦଳୀୟ ନେତା ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସଂସଦୀୟ ତଦନ୍ତ ଦାବି କରିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆଙ୍କ ବିରୋଧରେ ଆସିଥିବା କ୍ୟାଶ ଫର କ୍ୟୁରୀ ବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ଜବାବରେ ଏହା କହିଛନ୍ତି ଡାରେକ। ରବିବାର ସେ କହିଛନ୍ତି, ସଂସଦର ସଠିକ୍ ଫୋରମ୍ ଦ୍ୱାରା ଏହାର ତଦନ୍ତ ହେବା ଦରକାର।

ଓବ୍ରାଏନ୍ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୋଗ ଉପରେ ମୋଇତ୍ରାଙ୍କ ସ୍ଥିତି ସ୍ପଷ୍ଟ କରିବାକୁ ଦଳ ତାଙ୍କୁ ପରାମର୍ଶ ଦେଇଛି, ଯାହା ସେ ପୂର୍ବରୁ କରି ସାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂସଦୀୟ ତଦନ୍ତ ସରିବା ପରେ ଦଳୀୟ ନେତୃତ୍ୱ ଉଚିତ ନିଷ୍ପତ୍ତି ନେବେ।

Advertisment

ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ, ଜଣେ ବ୍ୟବସାୟୀଙ୍କ ଠାରୁ ନଗଦ ଟଙ୍କା ଏବଂ ଉପହାର ବଦଳରେ ସଂସଦରେ ପ୍ରଶ୍ନ ପଚାରିଥିଲେ ମହୁଆ। ଦୁବେ ଓକିଲ ଜୟ ଅନନ୍ତ ଦେହାଦରାଇଙ୍କ ଏକ ଚିଠିର ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ମହୁଆଙ୍କୁ ଲାଞ୍ଚ ଦିଆଯାଉଥିବାର 'ଅକାଟ୍ୟ ପ୍ରମାଣ' ରହିଛି ବୋଲି ଦାବି କରାଯାଇଛି।

ଏହି ଅଭିଯୋଗକୁ ଖଣ୍ଡନ କରି ମୋଇତ୍ରା କହିଛନ୍ତି ଯେ, ଯେଉଁ ସବୁ ଅଭିଯୋଗ ଆସିଛି ତାହା ମିଥ୍ୟା। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଫେକ୍ ଡିଗ୍ରୀ କଥା କହି ପରୋକ୍ଷରେ ଦୁବେଙ୍କୁ କଟାକ୍ଷ କରିଛନ୍ତି। ଏଥିସହ ଗଣମାଧ୍ୟମ ତାଙ୍କ ବିରୋଧରେ କୌଣସି ଅପମାନଜନକ ବିଷୟବସ୍ତୁ ପ୍ରକାଶ କରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେବାକୁ ସେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଅକ୍ଟୋବର ୩୧ରେ ଦିଲ୍ଲୀ ହାଇକୋର୍ଟ ମୋଇତ୍ରାଙ୍କ ଆବେଦନର ଶୁଣାଣି କରିବେ।

ପୂର୍ବରୁ ବିଜେପି ପ୍ରଶ୍ନ କରିଥିଲା ଯେ ମହୁଆ ଯାହା କରିଛନ୍ତି ତାହା ନିନ୍ଦନୀୟ। ଏପରି ସ୍ଥିତିରେ ଟିକେ ଟିକେ କଥାରେ ତାଙ୍କ ଦଳର ନେତ୍ରୀ ମମତା ବାନାର୍ଜୀ ନିଜର ଆଭିମୁଖ୍ୟ ରଖୁଥିବା ବେଳେ ମହୁଆଙ୍କ ପ୍ରସଙ୍ଗରେ କାହିଁକି ନୀରବ ବୋଲି ପ୍ରଶ୍ନ କରିଥିଲା। ଏହାପରେ ଟିଏମସି ଆଜି ତାର ଆଭିମୁଖ୍ୟ ରଖିଛି।

TMC Mahua Moitra TMC MP Mahua Moitra Bribe Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe