Advertisment

ଇଡିରେ ହାଜର ହେବାକୁ ଆଉ ସପ୍ତାହେ ସମୟ ପାଇଲେ ମହୁଆ

ପୂର୍ବରୁ ତାଙ୍କୁ ଇଡି ସମନ କରି ଫେବୃଆରୀ ୧୯ରେ ହାଜର ହେବାକୁ କହିଥିଲା।

Mahua

Mahua

Advertisment

ଟିଏମସି ନେତ୍ରୀ ତଥା ଲୋକସଭାରୁ ବହିଷ୍କୃତ ହୋଇଥିବା ମହୁଆ ମୋଇତ୍ରାଙ୍କୁ ପୁଣି ଥରେ ସମନ କରିଛି ଇଡି। ବିଦେଶ ମୁଦ୍ରା ପରିଚାଳନା ଆଇନ ଉଲ୍ଲଙ୍ଘନ ମାମଲାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

Advertisment

ଏହି ମାମଲାରେ ମହୁଆଙ୍କୁ ଜେରା କରିବାକୁ ଇଡି ଚାହୁଁଛି। ପୂର୍ବରୁ ତାଙ୍କୁ ଇଡି ସମନ କରି ଫେବୃଆରୀ ୧୯ରେ ହାଜର ହେବାକୁ କହିଥିଲା। କିନ୍ତୁ ଆଜି ସେ ହାଜର ହୋଇନାହାନ୍ତି। ତେଣୁ ତାଙ୍କୁ ଇଡି ସମନ କରି ସପ୍ତାହକ ମଧ୍ୟରେ ହାଜର ହେବାକୁ କହିଛି। ତେବେ ସ୍ପଷ୍ଟ ଭାବେ ମହୁଆ କେମିତି ଫେମାକୁ ଉଲ୍ଲଙ୍ଘନ କରିଛନ୍ତି, ସେକଥା ଇଡି କିଛି ବି କହିନାହିଁ।

ମିଳିଥିବା ସୂଚନା ଅନୁସାରେ, ୪୯ ବର୍ଷୀୟ ମହୁଆ ଆଜି ହାଜର ହୋଇପାରିବେ ନାହିଁ ବୋଲି ପ୍ରଥମେ ଇଡିକୁ ଜଣାଇଥିଲେ। ହାଜର ହେବା ପାଇଁ ସେ କିଛି ସମୟ ମାଗିଥିଲେ। ଏହାକୁ ଗ୍ରହଣ କରି ଇଡି ତାଙ୍କୁ ହାଜର ହେବାକୁ ଆଉ ଗୋଟିଏ ସପ୍ତାହ ସମୟ ଦେଇଛି। ସେ ହାଜର ହେବା ପରେ ଫେମା ଅଧୀନରେ ଇଡି ତାଙ୍କ ବୟାନ ରେକର୍ଡ କରିବ।

Advertisment

ଗୋଟିଏ ଏନଆରଇ ଆକାଉଣ୍ଟ ସହ ମହୁଆଙ୍କର କିଛି ନେଣଦେଣ ହୋଇଥିଲା। ଏହି ସମୟରେ ନିୟମକୁ ଉଲ୍ଲଙ୍ଘନ କରାଯାଇଥିବା ଇଡି ଜାଣିବାକୁ ପାଇଛି। ତେଣୁ ଏ ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ମହୁଆଙ୍କୁ ଜେରା କରିବାକୁ ଚାହୁଁଛି।

ଟଙ୍କା ନେଇ ଲୋକସଭାରେ ପ୍ରଶ୍ନ କରିବା ଅଭିଯୋଗରେ ମହୁଆଙ୍କୁ ଗତବର୍ଷ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ଏଯାଏ ଏହାର ଶୁଣାଣି ହୋଇନାହିଁ।

ମହୁଆ ନଗଦ ୨ କୋଟି ଟଙ୍କା ଓ ଅନ୍ୟାନ୍ୟ ଦାମୀ ଉପହାର ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ଠାରୁ ନେଇଥିଲେ। ଏହାପରେ ସେ ତାଙ୍କୁ ବ୍ୟବସାୟିକ ଫାଇଦା ଦେବାକୁ ସଂସଦରେ ମୋଦି ସରକାରକୁ ଟାର୍ଗେଟ କରି ପ୍ରଶ୍ନ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।

ଖାଲି ସେତିକି ନୁହେଁ, ମହୁଆ ସାଂସଦ ଭାବେ ପାଇଥିବା ଇ-ମେଲ ଆଇଡି ଓ ପାସୱାର୍ଡ ମଧ୍ୟ ବ୍ୟବସାୟୀଙ୍କୁ ଦର୍ଶନଙ୍କୁ ଦେଇଥିଲେ। ଦର୍ଶନଙ୍କ ଲୋକ ଲୋକସଭା ୱେବସାଇଟରୁ ଆସେସ କରିବା ସହ ସିଧାସଳଖ ମହୁଆଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ। ତେବେ ଏହାକୁ ମହୁଆ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

ତଥାପି ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଛି। ଲୋକପାଳଙ୍କ ନିର୍ଦ୍ଦେଶରେ ଏପରି ତଦନ୍ତ ଆରମ୍ଭ ହୋଇଛି। ସିବିଆଇ ଅବଶ୍ୟ ମହୁଆଙ୍କୁ ଗିରଫ କରିପାରିବ ନାହିଁ କିମ୍ବା ତାଙ୍କ ଠିକଣାରେ ସର୍ଚ୍ଚ ଅପରେସନ କରିପାରିବ ନାହିଁ। କିନ୍ତୁ ସୂଚନା ପାଇଁ ସିବିଆଇ ମହୁଆଙ୍କୁ ପ୍ରଶ୍ନ କରିପାରିବ।

ED Raid Lok Sabha Mahua Moitra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe