Advertisment

ବଙ୍ଗଳା ଖାଲି କରିବା ନୋଟିସ୍‌କୁ ନେଇ ରାଗିଲେ ମହୁଆ, ଯିବେ ହାଇକୋର୍ଟ

ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେବେ ମହୁଆ।

Mahua Moitra

Mahua Moitra

Advertisment

ତ୍ରୁଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କା ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ପ୍ରଥମେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା। ଏବେ ନୋଟିସ ଜାରି କରି ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୋଟିସ୍‌କୁ ନେଇ ମହୁଆ ମୋଇତ୍ରା ରାଗି ଯାଇଛନ୍ତି। ସେ ଏହି ନୋଟିସକୁ ଚ୍ୟାଲଞ୍ଜ କରି ଦିଲ୍ଲୀ ହାଇକୋର୍ଟ ଯିବେ ବୋଲି କହିଥିବା ଏକ ସୂତ୍ରରୁ ସୂଚନା ମିଳିଛି।

Advertisment

ଗତ ମାସରେ ଅନୈତିକ ଆଚରଣ କାରଣରୁ ମହୁଆଙ୍କୁ ଲୋସଭାରୁ ବହିଷ୍କୃତ କରାଯାଇଥିଲା। ସେ ଖୁବଶୀଘ୍ର ଏହାକୁ ନେଇ ଜଷ୍ଟିସ ମନମୋହନଙ୍କ କୋର୍ଟରେ ବହିଷ୍କାର ନୋଟିସ୍‌ ବିରୋଧରେ ଏକ ରିଟ୍‌ ପିଟିସନ ଦାଖଲ କରିବେ ବୋଲି ମଧ୍ୟ ସୂଚନା ମିଳିଛି।

ମହୁଆଙ୍କ ଓକିଲଙ୍କ ଯୁକ୍ତି ଅନୁଯାୟୀ, ଲୋକସଭା ନିର୍ବାଚନରେ ​​ଟିଏମସି ନେତା ପ୍ରାର୍ଥୀ ଅଟନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ସଂସଦ ଅଧିବେଶନର ଶେଷ ଦିନରୁ ଫଳାଫଳ ଦିନ ପର୍ଯ୍ୟନ୍ତ ସାଂସଦମାନଙ୍କୁ ସେମାନଙ୍କ ଘରେ ରହିବାକୁ ଅନୁମତି ରହିଛି। ମହୁଆଙ୍କୁ ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଛି, ତେଣୁ ଏହି ନିୟମ ତାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

Advertisment

ପୂର୍ବରୁ ଟିଏମ୍‌ସି ନେତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। ଏହାପରେ, ଜାନୁଆରୀ ୮ ରେ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ତାଙ୍କୁ ଏକ ନୋଟିସ୍ ଜାରି କରି ୩ ଦିନ ମଧ୍ୟରେ ବଙ୍ଗଳା ଖାଲି ନ କରିବାର କାରଣ ପଚାରିଥିଲେ। ମଙ୍ଗଳବାର ଦିନ ଇଷ୍ଟେଟ୍ ନିର୍ଦ୍ଦେଶାଳୟ ଆଉ ଏକ ନୋଟିସ୍ ଜାରି କରି ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଗତ ବର୍ଷ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ନିଷ୍କାସିତ କରାଯାଇଥିଲା। ଏହାପରେ ତାଙ୍କୁ ଆବଣ୍ଟିତ କରାଯାଇଥିବା ବଙ୍ଗଳା ଜାନୁଆରୀ ୭ ତାରିଖ ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏହାପରେ ମହୁଆ ବଙ୍ଗଳା ଖାଲି କରି ନ ଥିଲେ।

TMC Mahua Moitra Mahua Moitra Bungalow
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe