Advertisment

ମହୁଆଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ହାଇକୋର୍ଟ

୪୯ ବର୍ଷୀୟ ମହୁଆ ମୋଇତ୍ରାଙ୍କୁ ସଂସଦରେ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା।

author-image
Madhupriya Mistry
Mahua Moitra

Mahua Moitra

ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବହିଷ୍କୃତ ସାଂସଦ ମହୁଆ ମୋଇତ୍ରାଙ୍କୁ ପୁଣି ଝଟ୍‌କା। ଲାଞ୍ଚ ନେବା ଅଭିଯୋଗକୁ ନେଇ କରାଯାଉଥିବା ବୟାନବାଜୀ ଉପରେ ରୋକ ଲଗାଇବା ପାଇଁ ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।

Advertisment

ବିଜେପି ସାଂସଦ ନୀଶିକାନ୍ତ ଦୁବେ ଓ ଓକିଲ ଜୟ ଅନନ୍ତ ଦେହାଦ୍ରାଇ ଲାଞ୍ଚ ଅଭିଯୋଗକୁ ନେଇ କରୁଥିବା ବୟାନବାଜୀ ଉପରେ ରୋକ ଲଗାଇବା ପାଇଁ ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରା ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଫଳରେ ମହୁଆ ମୋଇତ୍ରାଙ୍କୁ ଶକ୍ତ ଝଟ୍‌କା ଲାଗିଛି।

ଗତମାସରେ ସୁପ୍ରିମକୋର୍ଟରୁ ମଧ୍ୟ ମହୁଆଙ୍କୁ ଝଟ୍‌କା ଲାଗିଥିଲା। ବହିଷ୍କାର ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଅଦାଲତ କହିଥିଲେ ଯେ ମହୁଆଙ୍କ ସଂସଦରୁ ବହିଷ୍କାର ବଳବତ୍ତର ରହିବ। ବର୍ତ୍ତମାନ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ଲୋକସଭା ମହାସଚିବଙ୍କୁ ନୋଟିସ୍‌ ଜାରି ମାମଲାର ଜବାବ ମାଗିଥିଲେ ସର୍ବୋଚ୍ଚ ଅଦାଲତ। ଆସନ୍ତା ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।   

Advertisment

କହିରଖୁ ଯେ, ୪୯ ବର୍ଷୀୟ ମହୁଆ ମୋଇତ୍ରାଙ୍କୁ ସଂସଦରେ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ସଂସଦରେ ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କଲା ଭଳି ପ୍ରଶ୍ନ ପଚାରିବା ବଦଳରେ ସେ ୨ କୋଟି ଟଙ୍କା ଲାଞ୍ଚ ଓ ଲଗ୍‌ଜୁରୀ ଉପହାର ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଏଥିକ୍ସ କମିଟି ପୂର୍ବତନ ସାଂସଦଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ସୁପାରିଶ କରିଥିଲେ।

କେବଳ ସେତିକି ନୁହେଁ ସଂସଦର ଓ୍ୱେବ୍‌ସାଇଟ୍‌ ଲଗ୍‌ଇନ୍‌ ପାଇଁ ଅନ୍ୟ ଜଣ ସହ ଏହାର ପାସଓ୍ୱାର୍ଡ ସେୟାର କରିଥିବା ନେଇ ମଧ୍ୟ ମହୁଆଙ୍କ ବିରୋଧରେ ଅଭିଯୋଗ ରହିଛି।

Delhi High Court Mahua Moitra Mahua Moitra Bribe Case