Mahua Moitra
ସଂସଦର ଏଥିକ୍ସ କମିଟିର ବୈଠକରେ ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ସାଂସଦ ମହଆ ମୋଇତ୍ରାଙ୍କୁ ସାଙ୍ଗରେ ଧରି ବୈଠରୁ ବହାରି ଗଲେ ବିରୋଧୀ ସଦସ୍ୟ। ଜଣେ ମହିଳାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରାଯିବାରୁ ବିରୋଧୀମାନେ ଏଭଳି ଓ୍ୱାକ୍ ଆଉଟ୍ କରିଥିବା କହିଛନ୍ତି।
ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲାରେ ଆଜି ଏଥିକ୍ସ କମିଟିରେ ହାଜର ହୋଇଥିଲେ ଟିଏମ୍ସି ସାଂସଦ ମହୁଆ ମୋଇତ୍ରା। ପ୍ରଥମେ ସେ ନିଜ ପକ୍ଷ ରଖିଥିଲେ। ଏହାପରେ କମିଟି ତାଙ୍କୁ ଜେରା କରିଥିଲା। ତେବେ ଏହି ସମୟରେ ମହୁଆ ମୋଇତ୍ରାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିବା ବିରୋଧୀ ଅଭିଯୋଗ ଆଣି ହଙ୍ଗାମା କରିଛନ୍ତି।
ସେମାନଙ୍କ ଅଭିଯୋଗ ମୁତାବକ, ଆପଣଙ୍କ କେଉଁ ସମୟରେ କାହା ସହ ଦେଖାସାକ୍ଷାତ ହେଉଛନ୍ତି, କାହା ସହ କେତେବେଳେ କଥା ହେଉଛନ୍ତି, ହୋଟେଲରେ କାହା ସହ ମିଶୁଛନ୍ତି, ରାତିରେ କାହା ସହ କଥା ହେଉଛନ୍ତି ଭଳି ମହୁଆଙ୍କୁ ପ୍ରଶ୍ନ ପଚରାଯାଇଛି। ଏହି ପ୍ରଶ୍ନ ଗୁଡିକ ବେଶ୍ ବ୍ୟକ୍ତିଗତ। ଏହାକୁ ଗୋପନୀୟ ରଖାଯିବ ବୋଲି ପୂର୍ବରୁ କମିଟି କହିଥିଲା। କିନ୍ତୁ ତାହା କରାଯାଇ ନାହିଁ। ମହିଳାଙ୍କୁ ଅଯୁକ୍ତିକର ପ୍ରଶ୍ନ ପଚରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ଏହାକୁ ନେଇ ବିରୋଧୀ ସଦସ୍ୟ ରାଗି ଯାଇଛନ୍ତି। କମିଟି ବୈଠକକୁ ଅଧାରେ ଛାଡି ସାଂସଦମାନେ ବାହାରକୁ ଚାଲି ଆସିଛନ୍ତି। କ୍ୟାମେରା ଆଗରେ ମହୁଆ ମୋଇତ୍ରା କିଛି ନକହି ରାଗରେ ଚାଲିଯାଇଛନ୍ତି। ସେପଟେ ବିଏସ୍ପି ସାଂସଦ ଦାନିଶ ଅଲୀ ବିରୋଧୀ ଓ୍ୱାକ୍ ଆଉଟ୍ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଆଜି ଏଥିକ୍ସ କମିଟିରେ ହାଜର ହୋଇଥିଲେ ମହୁଆ ମୋଇତ୍ରା। ଏଥିକ୍ସ କମିଟି ୨ ଘଣ୍ଟା ଯାଏ ଆଇଟି, ବିଦେଶ ଓ ଗୃହ ମନ୍ତ୍ରଣାଳୟର ରିପୋର୍ଟ ଯାଞ୍ଚ କରିବା ପରେ ମହୁଆଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା। ଏହାପରେ ସେ କମିଟି ଆଗରେ ହାଜର ହୋଇ ଦେଢ଼ ଘଣ୍ଟା ଯାଏ ନିଜ ପକ୍ଷ ରଖିଥିଲେ। ଏହି ସମୟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରସଙ୍ଗ କରାଯାଉଥିବା କହିଥିଲେ। ସେ କିଛି ଭୁଲ୍ କରିନାହାନ୍ତି ବୋଲି ମଧ୍ୟ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1698922072.jpg)