Advertisment

ନିଜ ବୟାନରେ କାଏମ ରହିଲେ ମହୁଆ

ମଙ୍ଗଳବାର ଅଧିବେଶନରେ ମହୁଆ ଅପଶବ୍ଦ ବ୍ୟବହାର କରିଥିଲେ।

Mahua Moitra

Mahua Moitra

Advertisment

ବିଜେପି ଲୋକମାନେ ମୋତେ ଜ୍ଞାନ ଦେଉଛନ୍ତି। ସଂସଦୀୟ ଶୈଳୀ ବିଷୟରେ ମୋତେ କହୁଛନ୍ତି। କିନ୍ତୁ ମୁଁ ସେଓକୁ ସେଓ କହିବି, କମଳା ନୁହେଁ। ଲୋକ ସଭାରେ ଅପଶବ୍ଦ ବ୍ୟବହାର କରି ଚର୍ଚ୍ଚାରେ ଥିବା ଟିଏମସି ସାଂସଦ ମହୁଆ ମୋଇତ୍ର ଏହା କହିଛନ୍ତି। ତେବେ ମହୁଆ ତାଙ୍କ ବିବୃତ୍ତିରେ କାଏମ ରହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ନାହିଁ ମୋ ଠାରୁ କେଉଁ ପ୍ରକାର ଭାଷା କଳ୍ପନା କରାଯାଉଛି। ମଙ୍ଗଳବାର ଅଧିବେଶନରେ ମହୁଆ ଅପଶବ୍ଦ ବ୍ୟବହାର କରିଥିଲେ। ମଙ୍ଗଳବାର ଲୋକସଭା ବଜେଟ ସେସନରେ ମହୁଆ ମୋଇତ୍ର ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ।

Advertisment

ଯାହାକୁ ନେଇ ଟିଏମସିର ଜଣେ କର୍ମୀ ମହୁଆ ମୋଇତ୍ରଙ୍କୁ ସମର୍ଥନ କରି ଖୋଲାଖୋଲି ଅଭଦ୍ର ଶବ୍ଦଟି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ସଂସଦରେ ସାଂସଦମାନଙ୍କ ପ୍ରତି ଆପଣ ଯେଉଁ ଶବ୍ଦ ପ୍ରୟୋଗ କରିଛନ୍ତି ତାହା ଠିକ ଅଉଛି। ଜବାବରେ ମହୁଆ ମୋଇତ୍ର ମୁଁ ଖୁସି ବୋଲି ଉଲ୍ଲେଖ କରିଛନ୍ତି। ତେବେ ମହୁଆ ମୋଇତ୍ର ସଂସଦରେ ବ୍ୟବହାର କରିଥିବା ଶବ୍ଦକୁ ନେଇ ବିଜେପି କଡ଼ା ନିନ୍ଦା କରିଛି । ଗୃହର ମହୁଆ ମୋଇତ୍ରଙ୍କୁ କ୍ଷମା ମାଗିବାକୁ ବିଜେପି ଦାବି କରିଛି । ଲୋକସଭାରେ ଟିଡିପି ନେତା କେ ରାମ ମୋହନ ନାଇଡୁ ସଂସଦରେ ଉଦବୋଧନ ଦେଥିଲା ବେଳେ ସେହି ସମୟରେ ମହୁଆ ଅରୁଚିକର ଶବ୍ଦ ବ୍ୟବାହର କଥିଲେ।

ଏହି ପ୍ରସଙ୍ଗରେ ବିରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ମହୁଆଙ୍କୁ କ୍ଷମା ମାଗିବା ପାଇଁ କହିଥିବା ବେଳେ ସେ କର୍ଣ୍ଣପାତ କରି ନାହାନ୍ତି। । ଏହାର ତାଙ୍କର ସଂସ୍କାର ବୋଲି ସେ ସମାଲୋଚନା କରିଛନ୍ତି। ଓଲଟି ବିଜେପିକୁ ଜବାବ ଦେଇ ମହୁଆ କହିଛନ୍ତି ଯେ, ମୁଁ କଣ କହିବି ସେଥିପାଇଁ ବିଜେପି ଠାରୁ ଅନୁମୁତି ନେବି କି ?

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe