Advertisment

ମହୁଆଙ୍କୁ ହାଜର ହେବାକୁ ସମନ କଲା ଇଡି

ଟଙ୍କା ନେଇ ଲୋକସଭାରେ ପ୍ରଶ୍ନ କରିବା ଅଭିଯୋଗରେ ମହୁଆଙ୍କୁ ଗତବର୍ଷ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ଏଯାଏ ଏହାର ଶୁଣାଣି ହୋଇନାହିଁ।

author-image
Hemant Lenka
Mahua

Mahua

ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ିଛି। ଲୋକସଭାରୁ ବହିଷ୍କୃତ ହୋଇଥିବା ମହୁଆଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାଜର ହେବାକୁ ସମନ କରିଛି।

Advertisment

ବିଦେଶ ମୁଦ୍ରା ପରିଚାଳନା ଆଇନ ଉଲ୍ଲଙ୍ଘନ ମାମଲାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ମହୁଆଙ୍କୁ ଜେରା କରିବାକୁ ଇଡି ଚାହୁଁଛି। ତେଣୁ ତାଙ୍କୁ ତଦନ୍ତକାରୀ ସଂସ୍ଥା ସମନ କରି ଫେବୃଆରୀ ୧୯ରେ ହାଜର ହେବାକୁ କହିଛି। ତେବେ ସ୍ପଷ୍ଟ ଭାବେ ମହୁଆ କେମିତି ଫେମାକୁ ଉଲ୍ଲଙ୍ଘନ କରିଛନ୍ତି, ସେକଥା ଇଡି କିଛି ବି କହିନାହିଁ।

ଟଙ୍କା ନେଇ ଲୋକସଭାରେ ପ୍ରଶ୍ନ କରିବା ଅଭିଯୋଗରେ ମହୁଆଙ୍କୁ ଗତବର୍ଷ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ଏଯାଏ ଏହାର ଶୁଣାଣି ହୋଇନାହିଁ।

Advertisment

ମହୁଆ ନଗଦ ୨ କୋଟି ଟଙ୍କା ଓ ଅନ୍ୟାନ୍ୟ ଦାମୀ ଉପହାର ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ଠାରୁ ନେଇଥିଲେ। ଏହାପରେ ସେ ତାଙ୍କୁ ବ୍ୟବସାୟିକ ଫାଇଦା ଦେବାକୁ ସଂସଦରେ ମୋଦି ସରକାରକୁ ଟାର୍ଗେଟ କରି ପ୍ରଶ୍ନ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।

ଖାଲି ସେତିକି ନୁହେଁ, ମହୁଆ ସାଂସଦ ଭାବେ ପାଇଥିବା ଇ-ମେଲ ଆଇଡି ଓ ପାସୱାର୍ଡ ମଧ୍ୟ ବ୍ୟବସାୟୀଙ୍କୁ ଦର୍ଶନଙ୍କୁ ଦେଇଥିଲେ। ଦର୍ଶନଙ୍କ ଲୋକ ଲୋକସଭା ୱେବସାଇଟରୁ ଆସେସ କରିବା ସହ ସିଧାସଳଖ ମହୁଆଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ। ତେବେ ଏହାକୁ ମହୁଆ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

ତଥାପି ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଛି। ଲୋକପାଳଙ୍କ ନିର୍ଦ୍ଦେଶରେ ଏପରି ତଦନ୍ତ ଆରମ୍ଭ ହୋଇଛି। ସିବିଆଇ ଅବଶ୍ୟ ମହୁଆଙ୍କୁ ଗିରଫ କରିପାରିବ ନାହିଁ କିମ୍ବା ତାଙ୍କ ଠିକଣାରେ ସର୍ଚ୍ଚ ଅପରେସନ କରିପାରିବ ନାହିଁ। କିନ୍ତୁ ସୂଚନା ପାଇଁ ସିବିଆଇ ମହୁଆଙ୍କୁ ପ୍ରଶ୍ନ କରିପାରିବ।

ED Raid Mahua Moitra