Advertisment

ଉତ୍ତରପ୍ରଦେଶ କନଷ୍ଟେବଳ ପରୀକ୍ଷା ପେପର ଲିକ୍‌ ମାମଲା; ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ

ଉତ୍ତରପ୍ରଦେଶ କନଷ୍ଟେବଳ ପରୀକ୍ଷାରେ ହୋଇଥିବା ପେପର ଲିକ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୀବ ନୟନ ମିଶ୍ରାଙ୍କୁ ବାନ୍ଧିଛି ପୁଲିସ୍‌ ।

author-image
Niharika Rout
Arrest

Arrest

ଉତ୍ତରପ୍ରଦେଶ କନଷ୍ଟେବଳ ପରୀକ୍ଷାରେ ହୋଇଥିବା ପେପର ଲିକ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୀବ ନୟନ ମିଶ୍ରାଙ୍କୁ ବାନ୍ଧିଛି ପୁଲିସ୍‌ । ଆଜି ସକାଳୁ STF ଟିମ୍‌ ତାଙ୍କୁ ନୋଏଡାରୁ ଗିରଫ କରିଛି। ଅଭିଯୁକ୍ତଜଣକ ପୂର୍ବରୁ ବି ବହୁ ପରୀକ୍ଷାର ପେପର୍‌ ଲିକ୍‌ କରି ଜେଲ୍‌ ଯାଇଥିବା ଜଣାଯାଇଛି।

Advertisment

ଏହି ପରୀକ୍ଷା ଗତ ୧୮ ଫେବୃୟାରୀରେ ହୋଇଥିଲା। ତେବେ ପରୀକ୍ଷାର କିଛି ଦିନ ପରେ ପେପର ଲିକ୍‌ ହୋଇଥିବା ଖବର ସାମନାକୁ ଆସିଥିଲା। ଏହାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ପରୀକ୍ଷାକୁ ବାତିଲ କରି ଆସନ୍ତା ୬ ମାସରେ ପୁଣି ଥରେ କନଷ୍ଟେବଳ ପରୀକ୍ଷା କରାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏହି ମାମଲାର ଯାଞ୍ଚ ଦାୟିତ୍ୱ STFକୁ ଦିଆଯାଇଥିଲା।

STF ଏହି ମାମଲାର ଯାଞ୍ଚ ଆରମ୍ଭ କରି ଗତ ଫେବୃୟାରୀରେ ନିରଜ ଯାଦବ ନାମକ ଯୁବକଙ୍କୁ ଗିରଫ କରିଥିଲା। ମଥୁରାର ଜଣେ ଯୁବକ ତାଙ୍କ ନିକଟକୁ ଉତ୍ତର ପଠାଇଥିବା ଜଣାପଡ଼ିଥିଲା। ଏହାପରେ ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର କଡ଼ା ପଦକ୍ଷେଦ ଗ୍ରହଣ କରି ପୁଲିସ୍‌ ଭର୍ତ୍ତି ବୋର୍ଡ ଅଧ୍ୟକ୍ଷା ପଦରୁ ଆଇପିଏସ୍‌ ଅଫିସର ରେଣୁକା ମିଶ୍ରାଙ୍କୁ ହଟାଇ ଦେଇଥିଲେ । ତାଙ୍କ ସ୍ଥାନରେ ରାଜୀବ କୃଷ୍ଣାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

Advertisment

ଏହାପରେ ଯାଞ୍ଚକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ STF ଟିମ୍‌ ମେରଠରୁ ଏହି ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଥିଲା। ଏହାପରେ ଆଜି ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି STF ଟିମ୍‌ ।

ଏହି ପ୍ରଶ୍ନପତ୍ର ଗୁଜରାଟରେ ଛପା ଯାଇଥିବା ବେଳେ ତାହାକୁ ଉତ୍ତରପ୍ରଦେଶ ଅଣା ଯାଇଥିଲା। ଏହାକୁ ଅହମ୍ମଦାବାଦରୁ ଉତ୍ତପ୍ରଦେଶର ଗୋଦାମ ପର୍ଯ୍ୟନ୍ତ ନିଆଯାଉଥିଲା। କିନ୍ତୁ ସିଲ୍‌ ବନ୍ଦ ବାକ୍ସ ମଧ୍ୟରୁ ଗୋଟିଏ ବାକ୍ସ ଲିକ୍‌ ହୋଇ ଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିଲା।

ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିଲେ, ପରିକ୍ଷାର୍ଥୀଙ୍କ ଜୀବନ ସହ ଖେଳକୁ କେବେ କି ବରଦାସ୍ତ କରାଯିବନି। ଆସନ୍ତା ୬ ମାସ ମଧ୍ୟରେ ପୁଣି ଥରେ କନଷ୍ଟେବଳ ପରୀକ୍ଷା କରାଯିବ। ଯୁବ ବର୍ଗଙ୍କ ସହ ଅନ୍ୟାୟ ହେଲେ ତଥା ସେମାନଙ୍କ ଭବିଷ୍ୟତ ସହ ଖେଳିଲେ ଏହା ରାଷ୍ଟ୍ରୀୟ ପାପ ସହ ସମାନ । ତେଣୁ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗୀ ଚେତାବନୀ ଦେଇଥିଲେ।

Uttar Pradesh Arrest