Advertisment

Lionel Messi: ମେସିଙ୍କ କାର୍ଯ୍ୟକ୍ରମରେ ହଙ୍ଗାମା: ଗିରଫ ହେଲେ ମୁଖ୍ୟ ଆୟୋଜକ

ପୂର୍ବରୁ ସତାଦ୍ରୁଙ୍କ ଉଦ୍ୟମ ଯୋଗୁ ଫୁଟବଲ ଆଇକନ ପେଲେ ଓ ଡିଆଗୋ ମାର୍ଡୋନା ଭାରତ ଆସିଥିଲେ। ଏବେ ସେ ମେସିଙ୍କୁ ଭାରତ ଆଣିଛନ୍ତି। ଆଗକୁ ସେ ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ମଧ୍ୟ ଭାରତ ଆଣିବାକୁ ଯୋଜନା କରିଥିଲେ।

Messi1

ମେସିଙ୍କ ସହ ମୁଖ୍ୟ ଆୟୋଜକ

Advertisment

ଫୁଟବଲ ସୁପରଷ୍ଟାର ଲିଓନେଲ ମେସି(Lionel Messi)ଙ୍କ କୋଲକାତା ସ୍ଥିତି 'G.O.A.T. Tour of India 2025'ରେ ବ୍ୟାପକ ହଙ୍ଗାମା ଦେଖିବାକୁ ମିଳିଛି। ମେସି ଆଜି କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିଥିଲେ ହେଁ ପ୍ରବଳ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଫ୍ୟାନ୍ସମାନେ ମେସିଙ୍କୁ ଠିକ ଭାବେ ଦେଖି ନ ପାରିବାରୁ ଷ୍ଟାଡିୟମରେ ଭଙ୍ଗାରୁଜା କରିଛନ୍ତ।

Advertisment

ଖାସ ଏଥିପାଇଁ ମେସି ୨୦ ମିନିଟ ମଧ୍ୟରେ ଷ୍ଟାଡିୟମ ଛାଡ଼ି ଚାଲି ଯାଇଥିଲେ। ତେବେ କାର୍ଯ୍ୟକ୍ରମ ଆୟୋଜନରେ ବ୍ୟାପକ ଅବ୍ୟବସ୍ଥା ଘଟଣାରେ ପୁଲିସ୍‌ ମୁଖ୍ୟ ଆୟୋଜକ ସତାଦ୍ରୁ ଦତ୍ତଙ୍କୁ ଗିରଫ କରିଛି। ସେ ହିଁ ମେସିଙ୍କ କାର୍ଯ୍ୟକ୍ରମର ଆୟୋଜକ କୋଲକାତାରେ କରିଥିଲେ। ଘଟଣା ପରେ ତାଙ୍କ ଗିରଫ କରାଯାଇଥିବା ଅତିରିକ୍ତ ଡିଜି(ଆଇନ ଶୃଙ୍ଖଳା) ଜାଭେଦ ଶାମିମ ନିଶ୍ଚିତ କରିଛନ୍ତି। 

ସତାଦ୍ରୁ ଦତ୍ତ ହେଉଛନ୍ତି ମୁଖ୍ୟ ଆୟୋଜକ ତଥା କାର୍ଯ୍ୟକ୍ରମର ପ୍ରମୋଟର। ମେସିଙ୍କ ଭାରତ ଗସ୍ତ ପଛରେ ସେ ହିଁ ରହିଥିଲେ। କୋଲକାତାର ବିଭିନ୍ନ ସ୍ଥାନରେ ଲାଗିଥିବା ମେସିଙ୍କ ବ୍ୟାନର ଓ ପୋଷ୍ଟର ତଳେ 'A Satadru Dutta Initiative' ଉଲ୍ଲେଖ କରାଯାଇଥିଲା। ମେସିଙ୍କ ଆଗମନ ପୂର୍ବରୁ ସତାଦ୍ରୁ କହିଥିଲେ କହିଥିଲେ ଯେ “୧୪ ବର୍ଷ ପରେ ମେସି ଭାରତ ଆସୁଥିବାରୁ ଗୋଟିଏ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି।

Advertisment

ମେସିଙ୍କୁ ଦେଖିବା ପାଇଁ ଏହା ଫ୍ୟାନ୍ସଙ୍କ ପାଖରେ ଗୋଟିଏ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ଫୁଟବଲ ସହ ଭାରତର ସଂଯୋଗ ପୁଣି ବଢ଼ିବାରେ ଲାଗିଛି। ଭାରାତୀୟ ଫୁଟବଲକୁ କେବେ ହେଲେ ଏତେ ସଂଖ୍ୟକ ପ୍ରାୟୋଜକ କେବେ ଆସି ନଥିଲେ।” 

ପୂର୍ବରୁ ସତାଦ୍ରୁଙ୍କ ଉଦ୍ୟମ ଯୋଗୁ ଫୁଟବଲ ଆଇକନ ପେଲେ ଓ ଡିଆଗୋ ମାର୍ଡୋନା ଭାରତ ଆସିଥିଲେ। ଏବେ ସେ ମେସିଙ୍କୁ ଭାରତ ଆଣିଛନ୍ତି। ଆଗକୁ ସେ ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ମଧ୍ୟ ଭାରତ ଆଣିବାକୁ ଯୋଜନା କରିଥିଲେ। କିନ୍ତୁ ଶନିବାର ମେସିଙ୍କ ବହୁ ପ୍ରତିକ୍ଷୀତ କୋଲକାତା ଆଗମନ ଦୁଃସ୍ୱପ୍ନରେ ପରିଣତ ହୋଇଛି। 

ମେସି ଆଜି ମଧ୍ୟାହ୍ନରେ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିଥିଲେ। ସେ ପହଞ୍ଚିବା ମାତ୍ରେ ତାଙ୍କୁ ରାଜନେତା, ପୁଲିସ୍‌ ଅଧିକାରୀ, ବିଭିନ୍ନ ବରିଷ୍ଠ ଅଧିକାରୀ ଓ ଆୟୋଜକମାନେ ଘେରି ଯାଇ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। ଷ୍ଟାଡିୟମରେ ପୂର୍ବରୁ ମେସିଙ୍କୁ ଦେଖିବାକୁ ଅପେକ୍ଷା କରିଥିବା ଲୋକମାନେ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଯୋଗୁ ନିଜର ପ୍ରିୟ ଫୁଟବଲରଙ୍କୁ ଦେଖି ପାରି ନଥିଲେ।

ମେସି ଭିଡ଼ ଦେଖି ମଧ୍ୟ ଚକିତ ହୋଇଥିଲେ। ଏହା ଫ୍ୟାନ୍ସମାନଙ୍କୁ ବ୍ୟଥିତ କରିଥିଲା। ସେମାନେ ନିଜର ଅସନ୍ତୋଷ ପ୍ରକାଶ କରି ଭଙ୍ଗା ରୁଜା ଆରମ୍ଭ କରିଥିଲେ। ମେସିଙ୍କୁ ଶତାଧିକ ଲୋକ ଘେରି ଯିବାରୁ ସତାଦ୍ରୁ ମଧ୍ୟ ମାଇକ ଯୋଗେ ପଛକୁ ଘୁଞ୍ଚିବାକୁ କହିଥିଲେ। ହେଲେ ସ୍ଥିତି ସମୟ ବିତିବା ସହ ଅଧିକ ବିଗିଡ଼ି ଯାଇଥିଲା। ମେସି ବାଧ୍ୟ ହୋଇ ପଡ଼ିଆ ମଧ୍ୟ ଛାଡ଼ିଥିଲେ। 

ଘଟଣା ପରେ ପୁଲିସ୍‌ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରି ସତାଦ୍ରୁଙ୍କୁ ଗିରଫ କରିଛି। ସେହିପରି ଆୟୋଜକମାନେ ଫ୍ୟାନ୍ସ ଟିକେଟ ଫି’ ଫେରାଇବାକୁ ପ୍ରତିଶ୍ରୁତି ଦେଇଥିବା ପୁଲିସ୍‌ ସୂଚନା ଦେଇଛି। ଅନେକ ଫ୍ୟାନ୍ସ ମେସିଙ୍କୁ ଦେଖିବା ପାଇଁ ୧୨ ହଜାର ଟଙ୍କା ଦେଇ ଟିକେଟ କାଟିଥିବା କହିଥିଲେ। 

Lionel Messi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe