Advertisment

ଆସିଲା ସାଂଘାତିକ ଅଭିଯୋଗ; ନିଲମ୍ବିତ ହେଲେ ୫୬ ପୁଲିସ୍‌ କର୍ମୀ

କିଏ ପାସପୋର୍ଟ ଜଲଦି କରାଇ ଦେବା ପାଇଁ ଲାଞ୍ଚ ନେଉଥିଲା ତ କିଏ ନିଜ ଦାୟିତ୍ୱ ପ୍ରତି ଅବହେଳା କରୁଥିଲା। ଏନେଇ ଅଭିଯୋଗ ହେବା ପରେ ତୁରନ୍ତ ୫୬ ପୁଲିସ୍‌ କର୍ମୀଙ୍କୁ ଆଗ୍ରା କମିଶନରେଟ ପୁଲିସ୍‌ ପକ୍ଷରୁ ନିଲମ୍ବିତ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Police

Police

ଅନୁଶାସନହୀନତା, ଦାୟିତ୍ୱହୀନତା ଏବଂ ଲାଞ୍ଚ ନେବା ଅଭିଯୋଗରେ ୫୬ ପୁଲିସ୍‌ କର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉତ୍ତରପ୍ରଦେଶ ପୁଲିସ୍‌ । ନିଲମ୍ବିତ ହୋଇଥିବା ପୁଲିସ୍‌ କର୍ମଚାରୀ ଆଗ୍ରାରେ ବିଭିନ୍ନ ଥାନାରେ କାର୍ଯ୍ୟରତ ଥିଲେ। ତେବେ କିଏ ପାସପୋର୍ଟ ଜଲଦି କରାଇ ଦେବା ପାଇଁ ଲାଞ୍ଚ ନେଉଥିଲା ତ କିଏ ନିଜ ଦାୟିତ୍ୱ ପ୍ରତି ଅବହେଳା କରୁଥିଲା। ଏନେଇ ଅଭିଯୋଗ ହେବା ପରେ ତୁରନ୍ତ ୫୬ ପୁଲିସ୍‌ କର୍ମୀଙ୍କୁ ଆଗ୍ରା କମିଶନରେଟ ପୁଲିସ୍‌ ପକ୍ଷରୁ ନିଲମ୍ବିତ କରାଯାଇଛି।

Advertisment

ନିଲମ୍ବିତ ପୁଲିସ୍‌ କର୍ମୀଙ୍କ ମଧ୍ୟରେ ୬ ଜଣ ଇନ୍ସପେକ୍ଟର, ୪ ହେଡ କନଷ୍ଟେବଳ, ୪ ଆକାଉଣ୍ଟାଣ୍ଟ ଓ ୧୬ ସିପାହୀ ଅଛନ୍ତି। ସେହିପରି ପଶ୍ଚିମ ଜୋନରେ ୪ ଇନ୍ସପେକ୍ଟର, ୪ ହେଡ କନଷ୍ଟେବଳ, ଜଣେ କମ୍ପ୍ୟୁଟର ଅପରେଟର, ଜଣେ ଊର୍ଦ୍ଧ୍ୱୁ ଅନୁବାଦକ, ୧୩ ସିପାହୀଙ୍କୁ ସସପେଣ୍ଟ କରାଯାଇଛି। ଏହାବାଦ ପଶ୍ଚିମ ଜୋନ୍‌ରେ ଜଣେ ଟ୍ରେନି ଇନ୍ସପେକ୍ଟର ଓ ଜଣେ ହେଡ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହାବାଦ ୧୨ ଇନ୍ସପେକ୍ଟର ଓ ୬ ଆକାଉଣ୍ଟାଣ୍ଟ ଙ୍କ ନାଁ ବି ଏଥିରେ ସାମିଲ ଅଛନ୍ତି।

ଆଗ୍ରା କମିଶନରେଟ ପୁଲିସ୍‌ ହେବା ପରେ ଏହା ସବୁଠୁ ବଡ଼ ପଦକ୍ଷେପ । ନିଲମ୍ବିତ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ପାସପୋର୍ଟ କରାଇବା ନିମନ୍ତେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।  

Advertisment

ପାସପୋର୍ଟ ଆବେଦନ କେନ୍ଦ୍ରରେ ଥିବା ଫିଡବ୍ୟାକ୍‌ ସେଲ୍‌ରେ ୨୧ ଜଣ ଏନେଇ ଅଭିଯୋଗ କରିଥିଲେ। ଏହାପରେ ଛାନଭିନ ଆରମ୍ଭ ହୋଇ ଏହି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗ୍ରା ପୁଲିସ୍‌ କମିଶନରଙ୍କ ଅଧୀନରେ ଥିବା ୯ ଥାନାର ଇନ୍ସପେକ୍ଟରଙ୍କଠାରୁ ତଳିଆ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ନାଁରେ ବାରମ୍ବାର ଅଭିଯୋଗ ହେଉଥିଲା।

କେବଳ ସେତିକି ନୁହେଁ ୫ ପୁଲିସ୍‌ କର୍ମଚାରୀ ସାଇବର ସେଲ୍‌ ଅପରାଧୀଙ୍କ ସହ ବି ମିଶିଥିବା ଜଣାପଡ଼ିଥିଲା। ସେମାନେ ସାଇବର ସେଲ୍‌ରେ ଅଭିଯୋଗ କରିବାକୁ ଆସୁଥିବା ପୀଡ଼ିତଙ୍କୁ ଉତ୍ପୀଡ଼ନ କରୁଥିଲେ। ଏପରି ବିଭିନ୍ନ ଅଭିଯୋଗରେ ଏହି ୫୬ ଜଣଙ୍କୁ  ନିଲମ୍ବିତ କରାଯାଇଛି। 

Police Suspend;