ଟ୍ରକ୍‌କୁ ଧକ୍କା ଦେଲା କାର୍‌, ଚାଲିଗଲା ୫ ଡାକ୍ତରଙ୍କ ଜୀବନ

ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

Accident

ଦୁର୍ଘଟଣା ବେଳର ଦୃଶ୍ୟ

Madhupriya Mistry
  • Published: Wednesday, 27 November 2024
  • Updated: 27 November 2024, 09:44 AM IST

Sports

Latest News

ପ୍ରଥମେ ଡିଭାଇଡର୍‌ରେ ପିଟି ହେଲା କାର୍। ତା'ପରେ ରୋଡ୍‌ର ଅନ୍ୟ ପାର୍ଶ୍ୱକୁ ଯାଇ ଟ୍ରକ୍ ସହ ହେଲା ମୁହାଁମୁହିଁ ଧକ୍କା। ଏକା ସାଙ୍ଗେ ଚାଲିଗଲା ୫ ଡାକ୍ତରଙ୍କ ଜୀବନ। ସେହିପରି ଆଉ ଜଣେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏଭଳି କିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ୱେରେ।

ଉତ୍ତରପ୍ରଦେଶର କନୌଜ ଜିଲ୍ଲା। ଆଜି ଭୋରୁ ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ୱରେ ଏକ ସ୍କର୍ପିଓ କାର୍‌ ଦ୍ରୁତ ଗତିରେ ଆସି ଡିଭାଇଡର୍‌ରେ ପିଟ ହୋଇ ରାସ୍ତା ଆର ପାର୍ଶ୍ୱକୁ ଚାଲିଯାଇଥିଲା। ଏହାପରେ ସାମ୍ନା ପଟୁ ଆସିଥିବା ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି।

Also Read

ମୃତକଙ୍କ ମଧ୍ୟରେ ୫ ଜଣ ଡାକ୍ତରଙ୍କ ସମେତ କାର୍ ଡ୍ରାଇଭର ଅଛନ୍ତି। ଏହି ୫ ଡାକ୍ତର ସୈଫଇ ମେଡିକାଲ କଲେଜରେ ପୋଷ୍ଟିଂ ଥିଲେ। ଏମାନେ ନିଜର ଅନ୍ୟ ସାଙ୍ଗମାନଙ୍କ ସହ ଲକ୍ଷ୍ନୌରୁ ସୈଫଇକୁ ଫେରୁଥିଲେ। ତେବେ ଅଧ ରାସ୍ତାରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ କାର୍‌ଟି ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ପିଟି ହୋଇ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ୱେକୁ ମାଡି ଯାଇଥିଲା।

୬ ଜଣ ମୃତକଙ୍କ ବ୍ୟତୀତ ଜୟବୀର ସିଂହ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସୈଫଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାରକୁ ପୁଲିସ ସୂଚନା ଦେଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story