/odisha-reporter/media/post_attachments/uploadimage/library/16_9/16_9_0/Kumbha_1738144656.jpg)
Kumbha
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ଧାର୍ମିକ କାର୍ଯ୍ୟକ୍ରମ ମହାକୁମ୍ଭ ମେଳାରେ ବୁଧବାର ଦଳାଚକଟା ହୋଇଛି। ଏଠାରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବାକୁ ଆସିଥିବା କୋଟି କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୧୦ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଆହତ ହୋଇଛନ୍ତି। ବିଶେଷ କରି ଆଜି ମୌନି ଅମାବାସ୍ୟାରେ ଅମୃତ ସ୍ନାନ ପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିବା ବେଳେ ଅଘଟଣ ଘଟିଛି।
ଆଖଡ଼ା ମାର୍ଗରେ ଥିବା ବ୍ୟାରିକେଡ ଉପରେ କିଛି ଶ୍ରଦ୍ଧାଳୁ ଚଢ଼ି ଯିବାରୁ ରାତି ୧ଟାରୁ ୨ଟା ମଧ୍ୟରେ ଦଳା ଚକଟା ହୋଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଅମୃତ ସ୍ନାନ ପାଇଁ ଆଖଡ଼ା ମାର୍ଗର ବ୍ୟବସ୍ଥା କରାଯାଇଥିଲା। କିଛି ଶ୍ରଦ୍ଧାଳୁ ଏଠାରେ ଥିବା ବ୍ୟାରିକେଡରେ ଚଢ଼ି ଯିବାରୁ ଏହା ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁ ଏହା ତଳେ ଅନେକ ଲୋକ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ପୂରା ଦେଶରେ ତମ୍ବିତୋଫାନ ଦେଖାଯାଇଛି।
କୁମ୍ଭ ମେଳାକୁ ବିଶ୍ୱର ସର୍ବବୃହତ୍ତ ଧାର୍ମିକ ସମାବେଶ ବୋଲି କୁହାଯାଏ। କିନ୍ତୁ ଏହି କୁମ୍ଭ ମେଳାରେ ଅଘଟଣ ଘଟିବା ଘଟିବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ କୁମ୍ଭ ମେଳା ସମୟରେ ଅନେକ ଦୁଃଖଦ ଓ ଭୟଙ୍କର ଘଟଣା ଘଟିବାର ନଜିର ରହିଛି।
କୁମ୍ଭ ମେଳାରେ ଘଟିଥିବା ଅଘଟଣ
୧୯୫୪: ସ୍ୱାଧୀନତା ପରେ ପ୍ରଥମଥର ୧୯୫୪ରେ କୁମ୍ଭର ଆୟୋଜନ କରାଯାଇଥିଲା। ଏହା ଭାରତ ପାଇଁ ସବୁଠାରୁ ଐତିହାସିକ ଦିନ ଥିଲା। କିନ୍ତୁ ଏହି ଐତିହାସିକ ଦିନରେ ଘଟିଥିଲା ଅଘଟଣ। ୧୯୫୪ ଫେବୃଆରୀ ୩ରେ ପ୍ରବଳ ଭିଡ଼ ଯୋଗୁ ଆହ୍ଲାବାଦ(ଏବେ ପ୍ରୟାଗରାଜ)ରେ ଘଟିଥିଲା ଦଳଚକଟା। ଲୋକମାନେ ମୌନି ଅମବାସ୍ୟା ପାଇଁ ବୁଡ଼ ପକାଇବାକୁ ଏକାଠି ହୋଇଥିବା ସମୟରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୮୦୦ ଲୋକଙ୍କ ଜୀବନ ଯାଇଥିଲା। ଉଭୟ ଦଳଚକଟା ଓ ପବିତ୍ର ନଦୀରେ ବୁଡ଼ି ଶ୍ରଦ୍ଧାଳୁମାନେ ଆଖି ବୁଜିଥିଲେ।
୧୯୫୪ କୁମ୍ଭ ମେଳା ୧୯୮୬: ହରିଦ୍ୱାରରେ ଆୟୋଜିତ ୧୯୮୬ କୁମ୍ଭ ମେଳା ସମୟରେ ଦଳାଚକଟା ହେବାରୁ ୨୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। କୁମ୍ଭ ମେଳା ପାଇଁ ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂହ ହରିଦ୍ୱାର କୁମ୍ଭ ମେଳାକୁ ଅନେକ ମନ୍ତ୍ରୀ ଓ ସାଂସଦଙ୍କୁ ଧରି ଆସିଥିଲେ। ତାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ପାଇଁ ସୁରକ୍ଷାକର୍ମୀମାନେ ନଦୀ କୂଳକୁ ସାଧାରଣ ଶ୍ରଦ୍ଧାଳୁଙ୍କୁ ଛାଡ଼ି ନଥିଲେ। ଫଳରେ ଶ୍ରଦ୍ଧାଳୁଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା।
୧୯୮୬ କୁମ୍ଭ୨୦୦୩: ମହାରାଷ୍ଟ୍ରର ନାଶିକ ଠାରେ ଥିବା ଗୋଦାବରୀ ନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁ କୁମ୍ଭ ମେଳା ବେଳେ ବୁଡ଼ ପକାଇବାକୁ ଏକାଠି ହୋଇଥିଲେ। ପ୍ରଶାସନ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ପ୍ରାୟ ୩୯ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ବି ଥିଲେ। ସେହିପରି ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
୨୦୦୩ କୁମ୍ଭ୨୦୧୩: ଆହ୍ଲାବାଦର ରେଳ ଷ୍ଟେସନରେ ୨୦୧୩ ଫେବୃଆରୀ ୧୦ରେ ଭୟଙ୍କର ଦଳାଚକଟା ହୋଇଥିଲା। କୁମ୍ଭ ମେଳା ପାଇଁ ଆହ୍ଲାବାଦ ରେଳ ଷ୍ଟେସନରେ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିବା ବେଳେ ଗୋଟିଏ ଫୁଟ ଓଭରବ୍ରିଜ ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଏଥିରେ ୪୨ ଜଣ ପ୍ରାଣ ହରାଇଥିବା ବେଳେ ଆଉ ୪୫ ଜଣ ଆହତ ହୋଇଥିଲେ।
୨୦୧୩ କୁମ୍ଭ ୨୦୨୫: ସଙ୍ଗମ ସ୍ଥଳ ଠାରୁ ଆରମ୍ଭ କରି ସମସ୍ତ ଘାଟକୁ ଲୋକମାନେ ଯିବାକୁ ଚେଷ୍ଟା କରୁଥିବା ବେଳେ ପ୍ରବଳ ଭିଡ଼ ଜମିଥିଲା। ଏଥିଯୋଗୁ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମଗୁଡ଼ିକ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କିନ୍ତୁ ଏଯାଏ ସରକାରୀ ଭାବେ ମୃତାହତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ଦିଆଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
