Advertisment

ଦେଶରେ ଘଟିଥିବା କିଛି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା, ଜାଣନ୍ତୁ କେତେ ଯାଇଛି ଜୀବନ

୨୦୧୪ ମେ’ ୨୬ରେ ଉତ୍ତରପ୍ରଦେଶର ସନ୍ଥ କବିର ନଗର ଅଞ୍ଚଳରେ ଗୋରଖଧାମ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନ୍‌ ସହ ଧକ୍କା ହୋଇଥିଲା। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଗୁରୁତର ହୋଇଥିଲେ।

Train Tragedy

Train Tragedy

Advertisment

ବାଲେଶ୍ୱର ବାହାନଗାରେ ଗତକାଲି ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ସମଗ୍ର ଦେଶବାସୀଙ୍କୁ ଗଭୀର ଝଟକା ଦେଇଛି। ଗୋଟିଏ ମାଲବାହୀ ଟ୍ରେନ୍‌ ଓ ୨ଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ୨୮୦ରୁ ଅଧିକ ଯାତ୍ରୀ ମୃତାହତ ହୋଇଥିବା ବେଳେ ପ୍ରାୟ ୯ଶହରୁ ଅଧିକ ଯାତ୍ରୀ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Advertisment

ଏପରି ଭୟଙ୍କର ଦୁର୍ଘଟଣା କିପରି ଓ କାହିଁକି ହେଲା, କାହା ତ୍ରୁଟି ଯୋଗୁ ଅକାଳରେ ଏତେ ଜୀବନ ଚାଲିଗଲା ତାହା ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହାବାଦ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ନେପାଳ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଦେଶ ଏପରି ବହୁ ଛାତି ଥରା ରେଳ ଦୁର୍ଘଟଣାର ସାକ୍ଷୀ ପାଲଟିଛି। ଯେଉଁଥିପାଇଁ ଅକାଳରେ ବହୁ ଜୀବନ ଚାଲି ଯାଇଥିବା ବେଳେ ବହୁ ଲୋକ ଜୀବନସାରା ପାଇଁ ପାଲଟି ଯାଇଛନ୍ତି ପଙ୍ଗୁ।

Advertisment

- ୨୦୧୧ ମସିହା ଜୁଲାଇ ୭ ତାରିଖରେ ଛାପ୍ରା- ମଥୁରା ଏକ୍ସପ୍ରେସ ଏକ ବସ୍‌ ସହ ଧକ୍କା ହୋଇଥିଲା। ଏଥିରେ ୬୯ ଜଣଙ୍କ ଜୀବନ ଯାଇଥିବା ବେଳେ ବହୁ ଜଣ ଗୁରୁତର ଭାବେ ଆଘାତ ହୋଇଥିଲେ। ଏକ ମାନବ ବିହୀନ କ୍ରସିଂରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍‌ଟି ବସ୍‌କୁ ପ୍ରାୟ ଅଧ କିମି ପର୍ଯ୍ୟନ୍ତ ଟାଣି ନେଇଥିଲା।

- ୨୦୧୨ ମସିହା ଭାରତୀୟ ରେଳ ବିଭାଗ ପାଇଁ କଳା ବର୍ଷ ଥିଲା। ଏହି ବର୍ଷ ୧୪ଟି ରେଳ ଦୁର୍ଘଟଣା ଘଟିଥିଲା। ବହୁ ଟ୍ରେନ୍‌ ଟ୍ରାକ୍‌ରୁ ତଳକୁ ଖସିଥିବା ବେଳେ ବହୁ ସ୍ଥାନରେ ମୁହାଁମୁହିଁ ଧକ୍କା ଯୋଗୁ ଯାଇଥିଲା ବହୁ ଜୀବନ ।

-୨୦୧୨ ମସିହା ଜୁଲାଇ ୩୦ରେ ଦିଲ୍ଲୀ- ଚେନ୍ନାଇ ତାମିଲନାଡ଼ୁ ଏକ୍ସପ୍ରେସ୍‌ ନେଲୁରେରେ ନିଆଁ ଲାଗି ଯାଇଥିଲା। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା।

-୨୦୧୪ ମେ’ ୨୬ରେ ଉତ୍ତରପ୍ରଦେଶର ସନ୍ଥ କବିର ନଗର ଅଞ୍ଚଳରେ ଗୋରଖଧାମ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନ୍‌ ସହ ଧକ୍କା ହୋଇଥିଲା। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଗୁରୁତର ହୋଇଥିଲେ।

-ବାରଣାସୀରୁ ଡେରାଡୁନ ଯାଉଥିବା ଜନତା ଏକ୍ସପ୍ରେସ ୨୦୧୫ ମସିହା ମାର୍ଚ୍ଚ ୨୦ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଗୁରୁତର ହୋଇଥିଲେ।

-୨୦୧୬ ମସିହା ନଭେମ୍ବର ୨୦ ତାରିଖରେ ଇନ୍ଦୋର-ପାଟଣା ଏକ୍ସପ୍ରେସ୍‌ ଲାନ୍‌ଚ୍ୟୁତ ହୋଇଥିବା ବେଳେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା।

-୨୦୧୭ ଅଗଷ୍ଟ ୧୯ରେ ହରିଦ୍ୱାର-ପୁରୀ ମଧ୍ୟରେ ଚାଲୁଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଉତ୍ତରପ୍ରଦେଶର ମୁଜଫରନଗରରେ ଦୁର୍ଘଟଣାର ସମ୍ମୁଖନ ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନ୍‌ର ୧୪ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ୨୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

-୨୦୨୨ ଜାନୁୟାରୀ ୧୩ ତାରିଖରେ ବିକାନିର-ଗୌହାଟି ଏକ୍ସପ୍ରେସତ ପଶ୍ଚିମବଙ୍ଗରେ ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ୯ ଜୀବନ ଚାଲି ଯାଇଥିଲା ଓ ୩୬ ଜଣ ଗୁରୁତର ହୋଇଥିଲେ।

Train Accident TrainMishapInOdisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe