Spot
ରିଲ୍ସ କରିବା ନିଶା କାଳ ହେଲା। ଅକାଳରେ ଚାଲିଗଲା ଜୀବନ । ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲାରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ରିଲ୍ସ କରିବା ନିଶାରେ ମାତିଥିବା ଜଣେ ଯୁବକ ଶହେ ଫୁଟ ଉଚ୍ଚରୁ ପାଣିକୁ ଡେଇଁ ପଡ଼ିଲେ। ହେଲେ ଆଉ ପାଣି ଭିତରୁ ଜୀବନ ନେଇ ଫେରି ପାରିଲେନି। ବହୁ ଖୋଜାଖୋଜି ପରେ ବାହାରିଲା ମୃତଦେହ।
Advertisment
ସାହିଗଗଞ୍ଜ ଜିଲ୍ଲାର କରମ ପାହାଡ଼ ନିକଟରେ ଏକ ପଥର ଖାଦାନ ରହିଛି। ସେଠାରେ ଏକ ଗଭୀର ସ୍ଥାନରେ ପାଣି ଜମି ରହିଛି। ତୌସିଫ ନାମକ ଯୁବକ ନିଜର କିଛି ସାଙ୍ଗଙ୍କ ସହ ସେଠାକୁ ବୁଲିବାକୁ ଯାଇଥିଲେ। ଉକ୍ତ ସମୟରେ ସେ ରିଲ୍ସ କରିବା ପାଇଁ ପ୍ରାୟ ଶହେ ଫୁଟ ଉଚ୍ଚରୁ ପାଣିକୁ ଡେଇଁଥିଲେ।
ଦୀର୍ଘ ସମୟ ଧରି ତୌସିଫ ପାଣିରୁ ନ ବାହାରିବାରୁ ସାଙ୍ଗମାନେ ଏ ନେଇ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ବହୁ ଖୋଜିବା ପରେ ପାଣିରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
