Advertisment

କଶ୍ମୀର ପାକିସ୍ତାନର ଜାତୀୟ ପ୍ରସଙ୍ଗ କହିଲା ବିଶ୍ୱସ୍ତରୀୟ ଆତଙ୍କୀ ମକ୍କି

କଶ୍ମୀରକୁ ଲାଗି ରହିଥିବା ବିବାଦର ସାମାଧାନ ଜାତିସଂଘ ଦ୍ୱାରା ଗୃହୀତ ସଂକଳ୍ପ ଦ୍ୱାରା କରାଯିବା ଦରକାର। ଏହାଦ୍ୱାରା କଶ୍ମୀରର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହୋଇପାରିବ ବୋଲି ସେ କହିଛି।

author-image
Hemant Lenka
Abdul Makki

Abdul Makki

ଜାତିସଂଘ ଦ୍ୱାରା ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ ହୋଇଥିବା ଲସ୍କର-ଇ-ତାଏବାର ସଦସ୍ୟ ଅବଦୁଲ ରେହମାନ ମକ୍କି କଶ୍ମୀରକୁ ପାକିସ୍ତାନର ଜାତୀୟ ପ୍ରସଙ୍ଗ ବୋଲି କହିଛି। ପାକିସ୍ତାନରେ ସକ୍ରିୟ ଲସ୍କରର ଡେପୁଟି କମାଣ୍ଡର ଲାହୋରର କୋଟ ଲଖପତ ଜେଲରୁ ଗୋଟିଏ ଭିଡିଓ ଜାରି କରିଛି। ଏଥିରେ ଅଲକାଏଦା କିମ୍ବା ଇସଲାମିକ ଷ୍ଟେଟ ସହ ତା’ର କୌଣସି ଲିଙ୍କ ନଥିବା କହିଛି। ଏଥିସହ ସେ କଶ୍ମୀରରେ ଲାଗି ରହିଥିବା ବିବାଦର ସାମାଧାନ ଜାତିସଂଘ ଦ୍ୱାରା ଗୃହୀତ ସଂକଳ୍ପ ଦ୍ୱାରା କରାଯିବା ଦରକାର। ଏହାଦ୍ୱାରା କଶ୍ମୀରର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହୋଇପାରିବ ବୋଲି ସେ କହିଛି।

Advertisment

ମକ୍କି ଭିଡିଓରେ କହିଛି, “ମୁଁ ଏଠାରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଓସାମା ବିନ ଲାଡେନ, ଆୟମନ ଅଲ ଜୱାରି ଓ ଅବଦୁଲ୍ଲା ଆଜମ ଭଳି ଲୋକଙ୍କ ମତ, ଚିନ୍ତାଧାରା ଓ କାର୍ଯ୍ୟକଳାପ ସହ ଆଦୌ ଏକମତ ନୁହେଁ। ମୁଁ ସବୁବେଳେ ସେମାନଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆସିଛି। ଶିକ୍ଷକତା କ୍ୟାରିୟରରୁ ମୁଁ ସେମାନଙ୍କୁ ବିରୋଧ କରୁଛି।”

ଇସଲାମାବାଦର ଇସଲାମିକ ବିଶ୍ୱବିଦ୍ୟାଳୟରେ କାମ କରିବା ବେଳେ ସେ ୧୯୮୦ରେ ଅଲକାଏଦା ନେତା ଓ ଆଫଗାନ କମାଣ୍ଡର୍ସକୁ ଭେଟିଥିବା ଅଭିଯୋଗ ହୋଇଥିଲେ। କିନ୍ତୁ ଏହାକୁ ମକ୍କି ଖଣ୍ଡନ କରିଛି। ସେ କହିଛି, “ହିଂସାକୁ ମୁଁ ସବୁବେଳେ ବିରୋଧ କରିଛି। ଆତଙ୍କବାଦ ଓ ନିରୀହ ଲୋକଙ୍କ ହତ୍ୟାକୁ କେବେ ହେଲେ ମୁଁ ସମର୍ଥନ କରିନି। ତେଣୁ ସେଭଳି କାମ କରୁଥିବା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ସହ ମୋର କୌଣସି ଲିଙ୍କ ନାହିଁ। ମୋ ବିଷୟରେ ଅପପ୍ରଚାର କରାଯାଉଛି।”

Advertisment

ମକ୍କି ହେଉଛି ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଭିଣୋଇ। ତେବେ ମକ୍କି ୨୬/୧୧ ମୁମ୍ବାଇ ହମଲା ବିଷୟରେ ଜାରି କରିଥିବା ଭିଡିଓ କିଛି ବି କହିନି।

Pakistan India Terrorist