Advertisment

ଲାକ୍ଷାଦ୍ୱୀପ ଗଲେ ମୋଦି, ରାଗିଗଲେ ମଲଦ୍ୱୀପ ମନ୍ତ୍ରୀ

ସୋଶାଲ ମିଡିଆରେ #BoycottMaldives ଟ୍ରେଣ୍ଡ କରୁଛି।

author-image
Madhupriya Mistry
Modi in Lakshadweep

Modi in Lakshadweep

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଯାଇଥିଲେ। ସେଠାରୁ ସେ ଅନେକ ଫଟୋ ସୋଶାଲ ମିଡିଆରେ ଶେଆର କରିଥିଲେ। ତାଙ୍କର ଲାକ୍ଷାଦ୍ୱୀପ ଯାତ୍ରାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଲାକ୍ଷାଦ୍ୱୀପର ସୁନ୍ଦରତା ଦେଖି ଲୋକେ ଏବେ ସେଠାକୁ ବୁଲି ଯିବା ପାଇଁ ଯୋଜନା ବନାଉଛନ୍ତି। ଏହାକୁ ନେଇ ଏବେ ମଲଦ୍ୱୀପର ଜଣେ ମନ୍ତ୍ରୀ ଇର୍ଷା କରିଛନ୍ତି। ସେ ମୋଦିଙ୍କ ଲାକ୍ଷାଦ୍ୱୀପ ଯାତ୍ରାକୁ ନେଇ ରାଗି ଯାଇଛନ୍ତି।

Advertisment

ମଲଦ୍ୱୀପର ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ ପାର୍ଟିର ନେତା ଅବଦୁଲ୍ଲା ମହଜୁମ ମାଜିଦ ଭାରତକୁ ଟାର୍ଗେଟ କରି ସୋଶାଲ ମିଡିଆରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ମଲଦ୍ୱୀପ ଟାର୍ଗେଟ କରାଯାଉଥିବା ନେଇ ସେ ଭାରତ ନାଁରେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଏବେ ବିବାଦ ଉପୁଜିଛି। ମନ୍ତ୍ରୀଙ୍କ ପୋଷ୍ଟକୁ ଦେଖି ଭାରତର ଅନେକ ଲୋକେ ମଲଦ୍ୱୀପ ଯାତ୍ରାକୁ କ୍ୟନ୍‌ସଲ କରୁଛନ୍ତି ଓ ଲାକ୍ଷାଦ୍ୱୀପ ଯିବା ପାଇଁ ପ୍ଲାନିଂ କରୁଛନ୍ତି। ସୋଶାଲ ମିଡିଆରେ #BoycottMaldives ଟ୍ରେଣ୍ଡ କରୁଛି।

ମଲଦ୍ୱୀପ ମନ୍ତ୍ରୀ ଅବଦୁଲ୍ଲା ମହଜୁମ୍ ମାଜିଦ୍ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ 'ପର୍ଯ୍ୟଟନ କ୍ଷେତ୍ରରେ ମଲଦ୍ୱୀପ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେବ।' ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦ୍ୱୀପ ଗସ୍ତ ପରେ ଲୋକମାନେ ଲାକ୍ଷାଦ୍ୱୀପଙ୍କୁ ମାଲଦ୍ୱୀପର ବିକଳ୍ପ ଭାବରେ ଦେଖୁଛନ୍ତି। ଏଥିପାଇଁ ମଲଦ୍ୱୀପର ନେତାମାନେ ଖୁସି ନୁହନ୍ତି ବୋଲି କୁହାଯାଉଛି।

Advertisment

ସେପଟେ ଭାରତ ସମ୍ବନ୍ଧରେ ମଲଦ୍ୱୀପ ନେତାଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟକୁ ନେଇ ଅନେକ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ମଲଦ୍ୱୀପ ଗସ୍ତକୁ ବାତିଲ କରିବା ବିଷୟରେ କହିଛନ୍ତି। ମଲଦ୍ୱୀପକୁ ତାଙ୍କର ଯାତ୍ରା ବାତିଲ କରି 'X' ରେ ଜଣେ ୟୁଜର୍ସ ଲେଖିଛନ୍ତି, 'ଫେବ୍ରୁଆରୀ ୨ରେ ମୁଁ ମୋର ଜନ୍ମଦିନ ପାଇଁ ମଲଦ୍ୱୀପ ଯିବାକୁ ଯୋଜନା କରୁଥିଲି। ଟ୍ରାଭେଲ ଏଜେଣ୍ଟ ସହିତ ଏକ ଚୁକ୍ତି ମଧ୍ୟ କରାଯାଇଥିଲା। କିନ୍ତୁ ମାଲଦ୍ୱୀପ ମନ୍ତ୍ରୀଙ୍କ ଟୁଇଟ୍ ଦେଖିବା ପରେ ଏହାକୁ ତୁରନ୍ତ ବାତିଲ କରିଦିଆଗଲା।'

ଉଲ୍ଲେଖଯୋଗ୍ୟ, ମଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କ୍ଷମତାକୁ ଆସିବା ପରେ ଗତ କିଛି ମାସ ମଧ୍ୟରେ ଭାରତ-ମଲଦ୍ୱୀପ ସମ୍ପର୍କ ତିକ୍ତ ହୋଇପଡିଛି। ନଭେମ୍ବର ୨୦୨୩ରେ ମୁଇଜୁ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ନିର୍ବାଚନ ପ୍ରତିଶ୍ରୁତିରେ କହିଥିଲେ ଯେ ସେ ମଲଦ୍ୱୀପର 'ଇଣ୍ଡିଆ ପ୍ରଥମ' ନୀତିରେ ପରିବର୍ତ୍ତନ କରିଦେବେ।

PM Modi In Lakshadweep Maldives Abdulla Mahzoom Majid