Advertisment

ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ିବା ପରେ ଭାରତ ଶରଣରେ ମୁଇଜୁ!

୪ ଦିନିଆ ଭାରତ ଗସ୍ତରେ ଥିବା ମୁଇଜୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

Maldives President Muizzu in india

Maldives President Muizzu in india

Advertisment

ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ିଯିବା ପରେ ଭାରତ ଶରଣରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ୪ ଦିନିଆ ଭାରତ ଗସ୍ତରେ ଥିବା ମୁଇଜୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହେବ।

Advertisment

ଏହି ଆଲୋଚନା ବେଳେ ଘୋର ଆର୍ଥିକ ସଂକଟରୁ ମୁକୁଳିବାକୁ ମୁଇଜୁ ପିଏମ୍ ମୋଦିଙ୍କ ଆଗରେ ବେଲଆଉଟ୍ ବା ଆର୍ଥିକ ସହାୟତା ପ୍ରସ୍ତାବ ରଖିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗତକାଲି ଗସ୍ତର ପ୍ରଥମ ଦିନରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଛନ୍ତି ମୁଇଜୁ।

ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଭାରତରେ ରହିବେ। ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ପତ୍ନୀ ସାଜିଦାଙ୍କ ସହ ଭାରତ ଆସିଛନ୍ତି। ସେ ମୁମ୍ବାଇ ଓ ବେଙ୍ଗଳୁରୁକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଜୁନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ଆସିଥିଲେ ମୁଇଜୁ।

Advertisment

ସୂଚନା ଯୋଗ୍ୟ ଯେ, ମାଳଦ୍ୱୀପରେ ଇଣ୍ଡିଆ ଆଉଟ୍ ନାରା ଦେଇ ଚର୍ଚ୍ଚାକୁ ଓ କ୍ଷମତାକୁ ଆସିଥିଲେ ମୁଇଜୁ। ମାଳଦ୍ୱୀପରୁ ଭାରତୀୟ ସୈନ୍ୟଙ୍କ ଅପସାରଣ ପାଇଁ ମଧ୍ୟ ତାଙ୍କ ସରକାର ନିଷ୍ପତ୍ତି ନେଇଥିଲା। ମୁଇଜୁଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ଅସମ୍ମାନସୂଚକ ମନ୍ତବ୍ୟ ରଖିବା ପରେ ଭାରତ ସହ ସଂପର୍କ ତିକ୍ତ ହୋଇଥିଲା।

ଏହାର ପରିଣାମ ସ୍ୱରୂପ ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପ ପରିବର୍ତ୍ତେ ଲାକ୍ଷାଦ୍ୱୀପ ଯିବାକୁ ପସନ୍ଦ କରିଥିଲେ। ଫଳରେ ମାଳଦ୍ୱୀପର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ି ପଡ଼ିଛି। କେବଳ ସେତିକି ନୁହେଁ ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ଖାଲି ହେବାକୁ ବସିଲାଣି। କୁହାଯାଉଛି, ମାଳଦ୍ୱୀପ ପାଖରେ ଏବେ ଆମଦାନୀ ପାଇଁ ମାତ୍ର ଦେଢ଼ ମାସର ବୈଦେଶିକ ମୁଦ୍ରା ଗଚ୍ଛିତ ରହିଛି।

Mohamed Muizzu PM Modi Mohamed Muizzu In India Maldives President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe