Advertisment

ସମନ ପରେ ଦିଲ୍ଲୀ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଲେ ମାଳଦ୍ୱୀପ ରାଷ୍ଟ୍ରଦୂତ

ମାଳଦ୍ୱୀପ ମନ୍ତ୍ରୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତିକ୍ତ ହେଉଛି ଦୁଇ ଦେଶର ସମ୍ପର୍କ।

author-image
Debibandita Barick
ଅଦ୍ୟତନ ହୋଇଛି
Maldives High Commissioner Ibrahim Shaheeb

Maldives High Commissioner Ibrahim Shaheeb

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଭିଜିଟ୍ ଉପରେ ମାଳଦ୍ୱୀପ ମନ୍ତ୍ରୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତିକ୍ତ ହେଉଛି ଦୁଇ ଦେଶର ସମ୍ପର୍କ। ଏ ପ୍ରସଙ୍ଗରେ ଆଜି ଭାରତ ମାଳଦ୍ୱୀପ ହାଇ କମିଶନର ବା ରାଷ୍ଟ୍ରଦୂତ ଇବ୍ରାହିମ ଶାହିବଙ୍କୁ ସମନ ପଠାଇଛି। ସମନ କରିବାର କିଛି ସମୟ ପରେ ମାଳଦ୍ୱୀପ ରାଷ୍ଟ୍ରଦୂତ ଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିବା ଚର୍ଚ୍ଚା ହେଉଛି।

Advertisment

ମାଳଦ୍ୱୀପ ରାଷ୍ଟ୍ରଦୂତ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିବା ସମୟର କିଛି ଦୃଶ୍ୟ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ସୋଶାଲ ମିଡିଆରେ ପୋଷ୍ଟ ଭିଜୁଆଲରେ ଦେଖିବାକୁ ମିଳୁଛି ଯେ, ମାଳଦ୍ୱୀପ ରାଷ୍ଟ୍ରଦୂତ ଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟର ଦକ୍ଷିଣ ବ୍ଲକରେ ପହଞ୍ଚିଥିଲେ। ଏହା ପରେ ସେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଉପରେ ଅପମାନଜନକ ମନ୍ତବ୍ୟକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଇବ୍ରାହିମ ଶାହିବଙ୍କୁ ତାଗିତ କରିଛି ଭାରତ। 

Advertisment

ପ୍ରକାଶ ଥାଉ କି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଭିଜିଟର କିଛି ଫଟୋ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ନେଟିଜେନ୍ସ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରିଥିଲେ। ଏହାପରେ ମାଳଦ୍ୱୀପ ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟର ଉପମନ୍ତ୍ରୀ ତଥା ମାଲେ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ମରିୟମ ଶିଉନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋକର କହିବା ସହ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରାଯାଉଥିବାରୁ ପରିହାସ କଲା ପରି ମନ୍ତବ୍ୟ ଦେଇଥିଲେ।

ଏହାକୁ ନେଇ ବିବାଦ ଉପୁଜିଥିଲା। ସୋଶାଲ ମିଡିଆରେ  #BoycottMaldives ଏବଂ #ExploreIndianIslands ଟ୍ରେଣ୍ଡ୍ କରିଥିଲେ। ଏଥିରେ ମାଳଦ୍ୱୀପରୁ ସର୍ବାଧିକ ଗସ୍ତ କରୁଥିବା ବଲିଉଡ ଷ୍ଟାରମାନେ ମଧ୍ୟ ସାମିଲ୍ ହୋଇଥିଲେ। ପରେ ପରିସ୍ଥିତିକୁ ଦେଖି ମାଳଦ୍ୱୀପ ସରକାର କ୍ୟାବିନେଟର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବନ କରିଥିଲେ।

Lakshadweep Maldives Row Explore Indian Islands Lakshadweep Vs Maldives Maldives High Commissioner