Advertisment

ଦକ୍ଷିଣ ଆଫ୍ରିକାରୁ ଆସିଥିବା ଅଣ୍ଡିରା ଚିତା ପ୍ରାଣ ହରାଇଲା

ଦକ୍ଷିଣ ଆଫ୍ରିକାରରୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଥିବା ଅନ୍ୟତମ ଆଣ୍ଡିରା ଚିତା ବାଘ ‘ଉଦୟ’ର ଆଜି ମୃତ୍ୟୁ ହୋଇଛି।

undefined

Tiger

Advertisment

ଦକ୍ଷିଣ ଆଫ୍ରିକାରରୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଥିବା ଅନ୍ୟତମ ଆଣ୍ଡିରା ଚିତା ବାଘ ‘ଉଦୟ’ର ଆଜି ମୃତ୍ୟୁ ହୋଇଛି। ଏନେଇ ମଧ୍ୟପ୍ରଦେଶ ମୁଖ୍ୟ ବନ ସଂରକ୍ଷକ ଜେଏସ୍ ଚୌହାନ୍ ସୂଚନା ଦେଇଛନ୍ତି।

Advertisment

ରୋଗରେ ପଡ଼ିଥିବା ଉଦୟର ଚିକିତ୍ସା ହେଉଥିଲା। ତେବେ ସେ କେଉଁ ପ୍ରକାର ରୋଗରେ ପଡ଼ି ଜୀବନ ହରାଇଛି ତାହା ଜଣାପଡ଼ିନି। ଆଜି ସକାଳେ ସେ ଅସୁସ୍ଥ ହୋଇପଡ଼ିବା ଦେଖି ବନ ବିଭାଗ କର୍ତ୍ତୃପକ୍ଷ ତାହାର ଚିକିତ୍ସା ଆରମ୍ଭ କରିଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବେ ବେଳେ ଅପରାହ୍ନ ୪ଟାରେ ତାହାର ମୃତ୍ୟୁ ହୋଇଛି।

ଅସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ହେବ। ଏହି ସମୟରେ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ। ଉଦୟକୁ ଚଳିତ ବର୍ଷ ଫେବ୍ରୁଆରୀ ୧୮ ତାରିଖରେ ଅନ୍ୟ ୧୧ ଚିତାଙ୍କ ସହ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଅଣାଯାଇଥିଲା। ଉଦୟକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଦୁଇ ଚିତାଙ୍କ ମୃତ୍ୟୁ ହୋଇଛି।

Advertisment

କାରଣ ନାମିବିଆ ଓ ସାଉଥ୍ ଆଫ୍ରିକାରୁ ମୋଟ ୨୦ ଚିତା ଭାରତକୁ ଅଣାଯାଇଥିବା ବେଳେ ଗତ ମାର୍ଚ୍ଚରେ ଅନ୍ୟତମ ଚିତା ଶାଶ୍‌ର ମୃତ୍ୟୁ ହୋଇଥିଲା। ତେଣୁ ୨ ଚିତାଙ୍କ ଅକାଳ ମୃତ୍ୟୁ ପରେ ଏହି ଜାତୀୟ ଉଦ୍ୟାନରେ ଏବେ ୧୮ଟି ଚିତା ରହିଛନ୍ତି।

Unnatural Death Tiger Count
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe