Advertisment

ଶୀର୍ଷ ରାଜନୈତିକ ବିରୋଧୀ ଦଳମାନଙ୍କ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷ, ୧୭-୧୮ରେ ଭେଟ

ଆସନ୍ତା ୧୭-୧୮ରେ ବେଙ୍ଗାଲୁରୁ ଠାରେ ସମସ୍ତଙ୍କୁ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି।

ଅଦ୍ୟତନ ହୋଇଛି
undefined

Congress president and Leader of Opposition in Rajya Sabha Mallikarjun Kharge

Advertisment

ଶୀର୍ଷ ରାଜନୈତିକ ବିରୋଧୀ ଦଳମାନଙ୍କ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ। ଆସନ୍ତା ୧୭-୧୮ରେ ବେଙ୍ଗାଲୁରୁ ଠାରେ ସମସ୍ତଙ୍କୁ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆବାହନ କ୍ରମେ ଗତ ଜୁନ୍‌ ୨୩ ତାରିଖରେ ହୋଇଥିବା ବିରୋଧୀ ଦଳ ବୈଠକ ସମ୍ପର୍କରେ ମଧ୍ୟ ସେ ସମସ୍ତଙ୍କୁ ମନେ ପକାଇ ଦେଇଛନ୍ତି।

Advertisment

ନିମନ୍ତ୍ରଣ ପତ୍ରରେ ଖଡଗେ ଉଲ୍ଲେଖ କରିଛନ୍ତି ଯେ , ହୋଇଥିବା ବୈଠକରେ ଗଣତାନ୍ତ୍ରିକ ରାତନୀତିରେ ଥିବା ବିପଦ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ଏଥିସହ ମିଳିମିଶି ଆସନ୍ତା ସାଧାରଣ ନିର୍ବାଚନରେ ଲଢ଼ିବାକୁ ଚୁକ୍ତି ହୋଇଥିଲା। ଏହି ବୈଠକରେ ଆସନ୍ତା ଜୁଲାଇରେ ଆଉଥରେ ଭେଟିବାକୁ ମଧ୍ୟ ସହମତି ହୋଇଥିଲା। ତେଣୁ ଏହି ବିଷୟରେ ପୁଣି ଆଲୋଚନା କରାଯାଇ ନେଇଥିବା ନିର୍ଣ୍ଣୟକୁ ଗତିଶୀଳ କରାଇବା ବୋଲି ବିଶ୍ୱାସ ରହିଛି।

ଆସନ୍ତା ଜୁଲାଇ ୧୭ ଅପରାହ୍ନ ୬ଟାରେ ବାଙ୍ଗାଲୁରୁ ଠାରେ ବୈଠକ ଓ ରାତ୍ରୀ ଭୋଜନରେ ସାମିଲ ହେବା ସହିତ ପରଦିନ ପୂର୍ବାହ୍ନ ୧୧ରୁ ହେଉଥିବା ବୈଠକରେ ମଧ୍ୟ ଯୋଗ ଦେବାକୁ ଖଡଗେ ଆହ୍ୱାନ ଦେଇଛନ୍ତି।

Advertisment

ସୂଚନା ଥାଉକି, ଆସନ୍ତା ଲୋକସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ବିହାରର ପାଟଣା ଠାରେ ପ୍ରଥମ ବିରୋଧୀ ଦଳମାନଙ୍କ ବୈଠକରେ ୧୫ଟି ଦଳ ଯୋଗଦେଇଥିଲେ। ଯେଉଁଥିରେ ଖଡର୍ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଟାଲିନ୍‌ ପ୍ରମୁଖ ଯୋଗଦେଇଥିଲେ।

ବିଜେପିକୁ ଆସନ୍ତା ସାଧାରଣ ନିର୍ବାଚନରେ ହରାଇବା ପାଇଁ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ଏହି ଚକ୍ରବ୍ୟୁହ ରଚନା କରୁଛନ୍ତି।

Congress All Party Meeting Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe