Advertisment

ଖଡ଼ଗେ ଆଣିଲେ ଅଭିଯୋଗ: କହିଲେ, ବିଜେପି ସାଂସଦ ଠେଲିଦେଲେ, ମୋ ଆଣ୍ଠୁରେ ଲାଗିଛି ଆଘାତ

ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ତାଙ୍କୁ ବି ଠେଲାପେଲା ହୋଇଥବା ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି।

ଅଦ୍ୟତନ ହୋଇଛି
Mallikarjun Kharge

Mallikarjun Kharge

Advertisment

ଆଜି ସଂସଦରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଯୁଦ୍ଧ। ଉଭୟ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିବା ବେଳେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ।

Advertisment

ସଂସଦ ଶିଡ଼ିରୁ ପଡ଼ି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ଚୌହାନ ଆହତ ହେବା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବିଜେପି ଘେରିଥିବା ବେଳେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ତାଙ୍କୁ ବି ଠେଲାପେଲା ହୋଇଥବା ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍ ଖଡ଼ଗେ। ତାଙ୍କ ଆଣ୍ଠୁରେ ବି ଆଘାତ ଲାଗିଥିବା ନେଇ ସେ ନିଜ ଅଭିଯୋଗପତ୍ରରେ ଉଲ୍ଳେଖ କରିଛନ୍ତି।

ନିଜ ପତ୍ରରେ ଖଡଗେ ଲେଖିଛନ୍ତି, ଗତ ୧୭ ତାରିଖରେ ରାଜ୍ୟ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଆମ୍ବେଦକରଙ୍କ ବିରୋଧରେ ଦେଇଥିବା ଅପମାନସୂଚନା ମନ୍ତବ୍ୟ ବିରୋଧରେ ଏହି ଶୋଭାଯାତ୍ରା ବାହାରିଥିଲା। ଅମିତ ଶାହଙ୍କ ଇସ୍ତଫା ଦାବି କରି ଆଜି ସକାଳେ ବିରୋଧୀ ସାଂସଦମାନେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମା ନିକଟରୁ ମକର ଦ୍ୱାର ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିଥିଲେ। ଏହି ସମୟରେ ଠେଲାପେଲା ହୋଇଥିବା ବେଳେ ବିଜେପି ସାଂସଦ ଆମକୁ ସଂସଦରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ଉକ୍ତ ସମୟରେ ବିଜେପି ସାଂସଦ ମୋତେ ଧକ୍କା ମାରିଥିବା ବେଳେ ମୋ’ ଆଣ୍ଠୁରେ ଆଘାତ ଲାଗିଛି।

Advertisment

ଆମ୍ବେଦକର ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ଚୌହାନ ଆହତ ହୋଇଛନ୍ତି। ଉଭୟଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।

ରାହୁଲ ଗାନ୍ଧି ସେମାନଙ୍କୁ ଧକ୍କା ଦେଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଚାରିଆଡୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରାଯାଉଥିବା ବେଳେ ତାଙ୍କ ବିରୋଧରେ ଲିଗାଲ ଆକ୍ସନ ନେବାକୁ ଅଣ୍ଟା ଭିଡିଲାଣି ବିଜେପି।

ସଂସଦ ଇତିହାସରେ ଏହା ଏକ କଳା ଦିନ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ। କହିଥିବା ବେଳେ ରାହୁଲ ଗାନ୍ଧି କହିଛନ୍ତି, ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦ ସେ ରୋକିଥିଲେ। ସେ ମୋତେ ଧକ୍କା ମାରିବା ସହ ଧମକାଇଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ସେ ଧକ୍କା ମାରିଥିଲେ। ସେ ଆମକୁ ସଂସଦ ଭିତରେ ପ୍ରବେଶ କରିବାରୁ ରୋକୁଥିଲେ। ସଂସଦରେ ପ୍ରବେଶ କରିବା ନିମନ୍ତେ ଆମର ଅଧିକାର ଅଛି। କୌଣସି ବିଜେପି ସାଂସଦ ଆମକୁ ଏଥିରୁ ରୋକି ପାରିବେନି।

Bjp Congress Mallikarjun Kharge Loksabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe