Advertisment

କଂଗ୍ରେସକୁ ବାଦ ଦେଇ ନୂଆ ମେଣ୍ଟ ପାଇଁ ମମତା-ଅଖିଲେଶ ରାଜି, ଫୋକସରେ ନବୀନ

ନବୀନ ମଧ୍ୟ ସବୁବେଳେ ବିଜେପି-କଂଗ୍ରେସ ଠାରୁ ସମଦୂରତା ସପକ୍ଷରେ ମତ ରଖିଥିଲେ। ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ମମତା କମାଣ ସମ୍ଭାଳିଛନ୍ତି।

Akhilesh Yadav

Akhilesh Yadav

Advertisment

ଦେଶର ୩ ପ୍ରମୁଖ ବିରୋଧୀ ଦଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ଅବଲମ୍ବନ କରିବାକୁ ରାଜି ହୋଇଛନ୍ତି। ସେମାନେ ଉଭୟ ଦଳ ପ୍ରତି ସମାନ ଆଭିମୁଖ୍ୟ ରଖି ବିରୋଧୀ ମେଣ୍ଟ ଗଠନ କରିବେ ବୋଲି ସଙ୍କେତ ଦେଇଛନ୍ତି।

Advertisment

ଆଜି କୋଲକାତାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଏପରି ସମୀକରଣ ସାମ୍ନାକୁ ଆସିଛି। କଂଗ୍ରେସକୁ ବାଦ ଦେଇ ନୂଆ ମେଣ୍ଟ ଗଠନ କରିବାକୁ ମମତା ଓ ଅଖିଲେଶ ରାଜି ହୋଇଛନ୍ତି। ଏବେ ସେମାନଙ୍କ ଫୋକସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି।

ନବୀନ ମଧ୍ୟ ସବୁବେଳେ ବିଜେପି-କଂଗ୍ରେସ ଠାରୁ ସମଦୂରତା ସପକ୍ଷରେ ମତ ରଖିଥିଲେ। ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ମମତା କମାଣ ସମ୍ଭାଳିଛନ୍ତି। ଏନେଇ ଆସନ୍ତା ସପ୍ତାହରେ ନିଜେ ମମତା ଓଡ଼ିଶା ଆସିବେ। ଏହି ସମୟରେ ସେ ନବୀନଙ୍କୁ ଭେଟି ନୂଆ ମେଣ୍ଟ ସପକ୍ଷରେ ଆଲୋଚନା କରିବେ।

Advertisment

ଗୋଟିଏ ପଟେ ବିଜେପି ରାହୁଲ ଗାନ୍ଧିଙ୍କୁ ବିରୋଧୀ ଚେହେରା ଭାବେ ଚିତ୍ରଣ କରି ଏହାର ଫାଇଦା ହାସଲ କରିବାକୁ ଉଦ୍ୟମ କରୁଛି। ଏହାକୁ କାଉଣ୍ଟର କରିବା ପାଇଁ ଏପରି ଯୋଜନା ହୋଇଥିବା କୁହାଯାଉଛି। ସଂସଦରେ ବିରୋଧୀଙ୍କ ମାଇକ ବନ୍ଦ କରି ଦିଆଯାଉଥିବା ରାହୁଲ ଗାନ୍ଧି ଅଭିଯୋଗ କରିଥିବା ବେଳେ ବିଜେପି ତାଙ୍କର ଲଣ୍ଡନ ସ୍ପିଚ୍‌କୁ ନେଇ କ୍ଷମା ମାଗିବାକୁ ଜିଦ କରୁଛି। ରାହୁଲ ବିରୋଧୀଙ୍କ ଚେହେରା ଭାବେ ନିଜକୁ ପ୍ରଦର୍ଶିତ କରୁଥିବା ବେଳେ ଏବେ ମମତା-ଅଖିଲେଶ ନୂଆ ଟ୍ୱିଷ୍ଟ ଆଣିଛନ୍ତି।

ଟିଏମସି ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି, “ରାହୁଲ ଗାନ୍ଧି ବିଦେଶରେ ବୟାନ ରଖିଥିବା ବେଳେ ବିଜେପି ତାଙ୍କ କ୍ଷମା ଦାବି କରି ସଂସଦ ଚଳାଇ ଦେଉନି। ଏହାର ଅର୍ଥ ସେମାନେ କଂଗ୍ରେସକୁ ବ୍ୟବହାର କରି ସଂସଦକୁ ଚଳାଇବାକୁ ଚାହୁଁନାହାନ୍ତି। ବିଜେପି ଚାହୁଁଛି ଯେ ରାହୁଲ ଗାନ୍ଧି ବିରୋଧୀଙ୍କ ଚେହେରା ହୁଅନ୍ତୁ। ଏହା ବିଜେପିକୁ ଫାଇଦା ଦେବ। ବର୍ତ୍ତମାନ ଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜଣେ ପ୍ରାଧାନମନ୍ତ୍ରୀ ଚେହେରା ବାଛିବା କିଛି ଦରକାର ନାହିଁ।”

କଂଗ୍ରେସକୁ ବିରୋଧୀ ଦଳଗୁଡ଼ିକ ବିଗ ବସ୍‌ ଭାବେ ବିବେଚନା କରିବା ଭୁଲ ବୋଲି ମଧ୍ୟ ସୁଦୀପ କହିଛନ୍ତି। ସେ କହିଛନ୍ତି, ‘‍‘ମାର୍ଚ୍ଚ ୨୩ରେ ମମତା ବାନାର୍ଜୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି। ଆମେ ଆମ ଯୋଜନା ସମ୍ପର୍କରେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମଧ୍ୟ ଆଲୋଚନା କରିବୁ। ଆମେ ଏହାକୁ ତୃତୀୟ ସାମ୍ମୁଖ୍ୟ ବୋଲି କହୁନାହୁଁ। କିନ୍ତୁ ବିଜେପିକୁ ମୁକାବିଲା କରିବା ପାଇଁ ଆଞ୍ଚଳିକ ଦଳଗୁଡ଼ିକର ଶକ୍ତି ରହିଛନ୍ତି।”

ଅଖିଲେଶ ଯାଦବ ମଧ୍ୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି, “ବେଙ୍ଗଲରେ ଆମ ପାଖରେ ମମତା ଦିଦି ଅଛନ୍ତି। ବର୍ତ୍ତମାନ ଆମର ଆଭିମୁଖ୍ୟ ହେଲା କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ଅବଲମ୍ବନ କରିବୁ। ଯେଉଁମାନେ ବିଜେପି ଟିକା ନେଇଛନ୍ତି, ସେମାନଙ୍କୁ ସିବିଆଇ, ଇଡି ଓ ଆୟକରର ବିଭାଗର ଡର ନାହିଁ।”

Bjp Akhilesh Yadav Congress Mamata Banerjee Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe