Advertisment

ଜେକଲ ଏବଂ ହାଇଡଙ୍କ ଭଳି ବ୍ୟବହାର କରୁଛନ୍ତି ମମତା ବାନାର୍ଜୀ: ବେଙ୍ଗଲ ରାଜ୍ୟପାଳ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହୁଛନ୍ତି ପ୍ରଥମେ ଫାଶୀରେ ଝୁଲାଇ ଦିନ, ତା ପରେ ବିଚାର ପ୍ରକ୍ରିୟା କର।

author-image
Debibandita Barick
ଅଦ୍ୟତନ ହୋଇଛି
Bengal Governor

Bengal Governor

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥାବାର୍ତ୍ତାକୁ ହାସ୍ୟାସ୍ପଦ କହିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜେକଲ ଏବଂ ହାଇଡଙ୍କ ଭଳି ବ୍ୟବହାର କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। 

Advertisment

କୋଲକାତାର ଏହି ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଧର୍ମଘଟ ଜାରି ରହିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନକାରୀଙ୍କ ସହ ଯୋଗ ଦେବା ସହ ରାଜ୍ୟପାଳଙ୍କୁ ଭେଟି ଘଟଣା ବାବଦରେ ଆଲୋଚନା କରିଛନ୍ତି।

ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟପାଳ କହିଛନ୍ତି, "ମୁଖ୍ୟମନ୍ତ୍ରୀ କହୁଛନ୍ତି ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ଫାଶୀରେ ଝୁଲାଇ ଦିଅ, ତା ପରେ ରୋମ ସମ୍ରାଟଙ୍କ ପରି ବିଚାର ପ୍ରକ୍ରିୟା ଜାରି ରଖ। ଏହା ସବୁଠୁ ବଡ ଜୋକ୍। ମୁଖ୍ୟମନ୍ତ୍ରୀ ଜେକଲ ଏବଂ ମିଷ୍ଟର୍ ହାଇଡଙ୍କ ଭଳି ଆଚରଣ କରୁଛନ୍ତି, ଲୋକମାନେ ଜାଣନ୍ତି ଜେକଲ ଏବଂ ମିଷ୍ଟର୍ ହାଇଡ?"

Advertisment

ଏହି ଘଟଣାକୁ ନେଇ ପୁଲିସର ତଦନ୍ତ ଉପରେ ତାଙ୍କ ମତାମତ ବାବଦରେ ପଚରାଯିବାରୁ ବୋଷ କହିଛନ୍ତି ଯେ, କୋଲକାତାରେ ବର୍ତ୍ତମାନର ପୁଲିସ କାର୍ଯ୍ୟାପନ୍ଥାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି।

ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣା ପରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲମ୍ବା ଚିଠି ଲେଖିସାରିଛି ଏବଂ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି। ଏଥିସହ ସମ୍ବିଧାନର ଧାରା 167 ଅନୁଯାୟୀ ତାଙ୍କଠାରୁ ରିପୋର୍ଟ ମାଗିଛି। ବଡ଼ କଥା ହେଲା, ଗତବର୍ଷ ମଧ୍ୟରେ ମୁଁ ଏପରି 30ଟି ଚିଠି ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛି, ହେଲେ ମୋ ପାଖକୁ କୌଣସିର ଉତ୍ତର ଆସି ନାହିଁ। 

Mamata Banerjee Kolkata Doctor Rape Case Bengal Governor