Advertisment

ଲାଲୁଙ୍କ ପାଦ ଛୁଇଁଲେ, ଗୋଟିଏ ପରିବାର ହୋଇ ଲଢ଼ିବେ କହିଲେ ମମତା ବାନାର୍ଜୀ

ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏହାପରେ ମମତା ଆରଜେଡି ସୁପ୍ରିମୋ ଲାଲୁଙ୍କ ପାଦ ଛୁଇଁ ଆଶୀର୍ବାଦ ଦେଇ ନେଇଥିଲେ।

author-image
Hemant Lenka
RJD

RJD

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଯୋଗ ଦେବା ପାଇଁ ଆଜି ଠାରୁ ପାଟନାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ପାଟନାରେ ପହଞ୍ଚିବା ପରେ ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି।

Advertisment

ଏହି ସମୟରେ ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏହାପରେ ମମତା ଆରଜେଡି ସୁପ୍ରିମୋ ଲାଲୁଙ୍କ ପାଦ ଛୁଇଁ ଆଶୀର୍ବାଦ ଦେଇ ନେଇଥିଲେ। ୨୦୨୪ରେ ସବୁ ବିରୋଧୀ ଗୋଟିଏ ପରିବାର ହୋଇ ଲଢ଼େଇ କରିବେ ବୋଲି ମମତା ଭେଟଘାଟ ପରେ କହିଛନ୍ତି।

ମେଗା ବିରୋଧୀଙ୍କ ବୈଠକ ପୂର୍ବରୁ ମମତା ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସାଥୀରେ ଧରି ପାଟନାରେ ପହଞ୍ଚିଛନ୍ତି। ସେ ଲାଲୁ ଓ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ କରିଛନ୍ତି। ଏହାପରେ ମମତା କହିଛନ୍ତି, “ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଗୋଟିଏ ପରିବାର ଭାବେ ଲଢ଼େଇ କରିବେ। ଲାଲୁଜୀ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ମୁଁ ତାଙ୍କୁ ଦେଖି ବହୁତ ଖୁସି। ମୁଁ ନିଶ୍ଚିତ ଯେ ସମସ୍ତେ ଏକାଠି ହୋଇ ଲଢ଼ିବେ ଓ ଜିତିବେ।”

Advertisment

୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ଆସନ୍ତାକାଲି ବିରୋଧୀ ଦଳଗୁଡ଼ିକ ପାଟନାରେ ବୈଠକ କରୁଛନ୍ତି। ଏଥିରେ ପ୍ରାୟ ୨୦ଟି ଦଳର ନେତା ଯୋଗ ଦେବେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କୁ ଏକାଠି କରିବାକୁ ବୈଠକ ଡାକିଥିବା ବେଳେ ଏଥିରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରାଯିବ।

Mamata Banerjee Bihar Lalu Prasad Yadav