Mamta Banarjee
ପଶ୍ଚିମବଙ୍ଗରେ ୨୦୧୦ ମସିହା ଠାରୁ ଜାରି ହୋଇଥିବା ୩୭ଟି ସମସ୍ତ ଅନ୍ୟ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ରକୁ କଲିକତା ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ୟଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇଛନ୍ତି। ଏହି ରାୟକୁ ବିରୋଧ କରିବା ସହ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ସେ ସଫା ସଫା କହିଛନ୍ତି।
ଦମ୍ଦମ୍ ଲୋକସଭା ନିର୍ବାଚନମଣ୍ଡଳୀର ଖାଡଦହଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଜୋରଦାର ବର୍ଷିଛନ୍ତି ମମତା। ସେ କହିଛନ୍ତି, ହାଇକୋର୍ଟଙ୍କ ଓବିସି ମାନ୍ୟତା ରଦ୍ଦ ଓ ଓବିସି ସାର୍ଟିଫିକେଟ୍ ରଦ୍ଦ କରିବା ନିଷ୍ପତ୍ତି ମୋ ପାଇଁ ଗ୍ରହଣୀୟ ନୁହେଁ। ଏଥିସହ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ନ୍ୟାୟଳୟରେ ଚ୍ୟାଲେଞ୍ଜ କରିବାକୁ ଦିଦି ଇସାରା ଦେଇଛନ୍ତି।
ସହିତ ମମତା ବାନାର୍ଜୀ କହିଛନ୍ତି ଯେ ସେ କୋର୍ଟକୁ ସମ୍ମାନ କରନ୍ତି, କିନ୍ତୁ ମୁସଲମାନମାନଙ୍କୁ ଓବିସି ସଂରକ୍ଷଣରୁ ଦୂରେଇ ରଖିବା ନିଷ୍ପତ୍ତିକୁ ସେ ଗ୍ରହଣ କରିବେ ନାହିଁ। ସମ୍ବିଧାନର ରୂପରେଖ ଭିତରେ ଏ ସମ୍ବନ୍ଧୀୟ ବିଲ୍ ପାରିତ ହୋଇଥିବାରୁ ପଶ୍ଚିମବଙ୍ଗରେ ଓବିସି ସଂରକ୍ଷଣ ଜାରି ରହିବ ବୋଲି ମମତା ବାନାର୍ଜୀ କହିଛନ୍ତି। ବିଜେପି ନେତା ଅମିତ ମାଲଭିୟା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ମମତା ବାନାର୍ଜୀଙ୍କ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କୋର୍ଟଙ୍କ ରାୟକୁ ମାନିବାକୁ ମନା କରୁଥିବା ସ୍ପଷ୍ଟ ଦେଖାଯାଉଛି।
କହିରଖୁ ଯେ, ଗତକାଲି କଲିକତା ହାଇକୋର୍ଟ ୨୦୧୦ ମସିହା ପରେ ପ୍ରସ୍ତୁତ ହେଇଥିବା ଓବିସି ତାଲିକାକୁ ରଦ୍ଦ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଏବେ କୌଣସି ବି ନୂଆ ପ୍ରମାଣପତ୍ର ଜାରି କରାଯିବନି। ୧୯୯୩ ମସିହା ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆକ୍ଟ ଅନୁସାରେ ନୂଆ ଓବିସି ତାଲିକା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆଇନ ଅନୁସାରେ ତାଲିକା ପ୍ରସ୍ତୁତ କରିବେ। ୨୦୧୦ ଠାରୁ ପ୍ରସ୍ତୁତ ହୋଇଥିବା ଓବିସି ତାଲିକା ବେଆଇନ ବୋଲି କୋର୍ଟ ରୁଲିଂ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1716434193.jpg)