Advertisment

ଡାକ୍ତରଙ୍କ କଥା ଶୁଣିଲେନି ମମତା, ହ୍ୱିଲଚେୟାର ବସି ହସ୍ପିଟାଲରୁ ବାହାରିଗଲେ

ସେଠାରେ ଡାକ୍ତରଙ୍କ ପରାମର୍ଶ ନ ମାନି ମମତା ହ୍ୱିଲଚେୟାର ବସି ହସ୍ପିଟାଲ ଛାଡ଼ିଛନ୍ତି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ଡାକ୍ତରୀ ଟିମ ତାଙ୍କୁ ଏସଏସକେଏମ ହସ୍ପିଟାଲରେ ଆଡମିଟ ହେବାକୁ କହିଥିଲେ।

Mamata Banerjee

Mamata Banerjee

Advertisment

ଖରାପ ପାଗ ପାଇଁ ହେଲିକପ୍ଟରର ଜରୁରିକାଳୀନ ଅବତରର ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁ ଓ ହିପ୍‌ରେ ଆଘାତ ଲାଗିଛି। ଏଥିପାଇଁ ସେ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଥିଲେ।

Advertisment

ହେଲେ ସେଠାରେ ଡାକ୍ତରଙ୍କ ପରାମର୍ଶ ନ ମାନି ମମତା ହ୍ୱିଲଚେୟାର ବସି ହସ୍ପିଟାଲ ଛାଡ଼ିଛନ୍ତି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ଡାକ୍ତରୀ ଟିମ ତାଙ୍କୁ ଏସଏସକେଏମ ହସ୍ପିଟାଲରେ ଆଡମିଟ ହେବାକୁ କହିଥିଲେ। କିନ୍ତୁ ସେ ଏହାକୁ ବେଖାତିର କରି ହ୍ୱିଲଚେୟାରରେ ହସ୍ପିଟାଲ ଛାଡ଼ିଛନ୍ତି। ସେ ଘରେ ରହି ଆହତ ସମସ୍ୟାର ଚିକିତ୍ସା କରିବେ ବୋଲି କହିଛନ୍ତି।

ହସ୍ପିଟାଲର ଡାକ୍ତରମାନଙ୍କ କହିବା କଥା ଯେ ଏମଆରଆଇ ସ୍କାନରୁ ଜଣାପଡ଼ିଛି ଯେ ମମତାଙ୍କ ବାମ ଗୋଡ଼ ଆଣ୍ଠୁରେ ଲିଗାମେଣ୍ଟ ଜନିତ ଆହତ ସମସ୍ୟା ରହିଛି। ସେହିପରି ବାମ ପଟ ହିପ୍‌ର ଜଏଣ୍ଟରେ ମଧ୍ୟ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଆଡମିଟ ହେବାକୁ କୁହାଯାଇଥିଲା। କିନ୍ତୁ ସେ ଆଡମିଟ ହେବାକୁ ମନା କରି ଦେଇଛନ୍ତି। ସେ ଘରେ ନିଜର ଚିକିତ୍ସା କରିବା ବୋଲି କହି ହସ୍ପିଟାଲ ଛାଡ଼ି ଚାଲି ଯାଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ମମତା ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ସେ ଦୁଇ ଦିନ ପାଇଁ ବେଙ୍ଗଲର ଉତ୍ତର ଭାଗରେ ପ୍ରଚାର କରୁଥିଲେ। ଆଜି ସେ ବାଗଡୋଗ୍ରା ଏୟାରପୋର୍ଟରୁ କୋଲକାତା ଆସିବାର ଥିଲା। ଏଥିପାଇଁ ସେ ହେଲିକପ୍ଟର ଯୋଗେ ଜଲପାଇଗୁଡ଼ିରୁ ବାଗଡୋଗ୍ରା ଯାଉଥିଲେ। ହେଲେ ହେଲିକପ୍ଟରଟି ବୈକୁଣ୍ଠପୁର ଜଙ୍ଗଲ ଉପରେ ରହିଥିବା ବେଳେ ଏହା ଖରାପ ପାଗର ସମ୍ମୁଖୀନ ହୋଇଥିଲା।

ହେଲିକପ୍ଟରଟି ଭୟଙ୍କର ଡଙ୍ଗରେ ଦୋହଲିବାରୁ ଜରୁରୀ ଅବତରଣ ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ। ହେଲିକପ୍ଟରକୁ ସିଲିଗୁଡ଼ିର ସେଭୋକେ ଏୟାର ବେସ୍‌ରୁ ଅବତରଣ କରାଯାଇଥିଲା।

ଏୟାରବେସ୍‌ରେ ସେ ଓହ୍ଲାବା ସମୟରେ ଆହତ ହୋଇଥିଲେ। ତଥାପି ସଡ଼କ ପଥରେ ସେ ଏୟାରପୋର୍ଟରେ ପହଞ୍ଚିଥିଲେ ଓ ସେଠାରୁ ବିମାନ ଯୋଗେ କୋଲକାତା ଆସିଥିଲେ। ଏଠାରେ ପହଞ୍ଚିବା ପରେ ସେ ନିଜର ଚେକଅପ ପାଇଁ ଏସଏସକେଏମ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ଡାକ୍ତରଙ୍କ ପରାମର୍ଶକୁ ସେ ଆଦୌ ଗ୍ରହଣ ନକରି ଘରକୁ ଚାଲି ଯାଇଛନ୍ତି।

Mamata Banerjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe