Advertisment

କଂଗ୍ରେସକୁ ସମର୍ଥନ କରିବାର ସଙ୍କେତ ଦେଲେ ମମତା ବାନାର୍ଜୀ

କର୍ଣ୍ଣାଟକାରେ କଂଗ୍ରେସର ବିପୁଳ ବିଜୟ ପରେ ମମତା ବାନାର୍ଜୀଙ୍କ ସ୍ୱର ବଦଳିଛି। ତାଙ୍କ ଦଳ ଟିଏମସି ଦରକାର ପଡ଼ିଲେ କଂଗ୍ରେସକୁ ସମର୍ଥନ ଦେବ ବୋଲି ମମତା କହିଛନ୍ତି।

Mamata Banerjee

Mamata Banerjee

Advertisment

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ପାଇଁ ଆସିଛି ବଡ଼ ଖବର। ସବୁବେଳେ ଅଣ କଂଗ୍ରେସ ଓ ଅଣ ବିଜେପି ମେଣ୍ଟ କଥା କହୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ରାଜିଥିବା ସଙ୍କେତ ଦେଇଛନ୍ତି।

Advertisment

କର୍ଣ୍ଣାଟକାରେ କଂଗ୍ରେସର ବିପୁଳ ବିଜୟ ପରେ ମମତା ବାନାର୍ଜୀଙ୍କ ସ୍ୱର ବଦଳିଛି। ତାଙ୍କ ଦଳ ଟିଏମସି ଦରକାର ପଡ଼ିଲେ କଂଗ୍ରେସକୁ ସମର୍ଥନ ଦେବ ବୋଲି ମମତା କହିଛନ୍ତି। ଯେଉଁ ସବୁ ସ୍ଥାନରେ କଂଗ୍ରେସର ଭଲ ସ୍ଥିତି ରହିଛି, ସେଠାରେ ଟିଏମସି ସମର୍ଥନ କରିବ। କିନ୍ତୁ ସମର୍ଥନ ଆଶା କରୁଥିବା କଂଗ୍ରେସକୁ ମଧ୍ୟ ଟିଏମସି ପ୍ରତି ସମାନ ଆଚରଣ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ଦିଦି କହିଛନ୍ତି।

ମମତା ବାନାର୍ଜୀ କହିଛନ୍ତି, “କଂଗ୍ରେସ ଯେଉଁ ସବୁ ରାଜ୍ୟରେ ଭଲ ସ୍ଥିତିରେ ରହିଛି, ସେଠାରେ ସେମାନେ ଲଢ଼େଇ କରନ୍ତୁ। ଆମେ ତାଙ୍କୁ ସମର୍ଥନ କରିବୁ। କଂଗ୍ରେସ ମଧ୍ୟ ଅନ୍ୟ ଶକ୍ତିଶାଳୀ ଆଞ୍ଚଳିକ ଓ ଜାତୀୟ ଦଳ ପ୍ରତି ସମାନ ଆଭିମୁଖ୍ୟ ରଖିବା ଦରକାର। ନୀତି ସମାନ ରହିବା ଉଚିତ।

Advertisment

ଟିଏମସି ଆପଣଙ୍କୁ କର୍ଣ୍ଣାଟକାରେ ସମର୍ଥନ କରିବ। କିନ୍ତୁ ଆପଣ ବେଙ୍ଗଲରେ ଆସି ମୋ ବିରୋଧରେ ଲଢ଼ିଲେ ଚଳିବ ନାହିଁ। ଯଦି କିଛି ଭଲ ଜିନିଷ ପାଇବାକୁ ଚାହୁଁଛନ୍ତି, ତା’ହେଲେ କିଛି ସ୍ଥାନରେ ବଳିଦାନ ଦେବାକୁ ପଡ଼ିବ। ଯେଉଁ ସବୁ ସ୍ଥାନରେ ଆଞ୍ଚଳିକ ଦଳ ଶକ୍ତିଶାଳୀ ରହିଛନ୍ତି, ସେଠାରେ ବିଜେପି ଆଦୌ ଲଢ଼େଇ କରିପାରିବ ନାହିଁ। ଯେଉଁ ସବୁ ସ୍ଥାନରେ ଯେଉଁ ଦଳ ଶକ୍ତିଶାଳୀ, ସେଠାରେ ଏକାଠି ଲଢ଼ିବା ଉଚିତ।”

ମମତା ବାନାର୍ଜୀ କହିଛନ୍ତି, “ଟିଏମସି ଯାହା ଆକଳନ କରୁଛି କଂଗ୍ରେସ ୨୦୦ଟି ଆସନରେ ଶକ୍ତିଶାଳୀ। ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶରେ ଶକ୍ତିଶାଳୀ। ତେଣୁ ଆମକୁ ସେଠାରେ ତାଙ୍କୁ ସମର୍ଥନ କରିବା ଦରକାର। ମୁଁ କହୁନି ଯେ କଂଗ୍ରେସ ସେଠାରେ ନ ଲଢ଼ୁ। ଆମେ ଏ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେଇପାରିବା।”

ଦିଦି ଭାରତରେ ଥିବା ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି ହେବାକୁ ଆହ୍ୱାନ ଦେବା ସହ ଯେଉଁ ସବୁ ସ୍ଥାନରେ ଯେଉଁ ଦଳ ଶକ୍ତିଶାଳୀ ଅଛନ୍ତି, ସେମାନଙ୍କୁ ସେଠାରେ ସମର୍ଥନ କରିବା ପାଇଁ କହିଛନ୍ତି। ସେ କହିଛନ୍ତି, “ଯେକୌଣସି ରିଜନରେ ଯେଉଁ ଦଳ ଶକ୍ତିଶାଳୀ, ସେଠାରେ ଉକ୍ତ ଦଳକୁ ଆମେ ସମସ୍ତେ ସମର୍ଥନ କରିବା ଉଚିତ।

ଉଦାହରଣ ସ୍ୱରୂପ ଆପ୍‌କୁ ଦିଲ୍ଲୀର, ଟିଏମସିକୁ ବେଙ୍ଗଲ, ଜେଡିୟୁ-ଆରଜେଡିକୁ ବିହାରରରେ ସବୁ ଦଳ ସମର୍ଥନ କରିବା ଉଚିତ। ନୀତୀଶ କୁମାର ଓ ତେଜସ୍ୱୀ ଯାଦବ କଂଗ୍ରେସ ସହ କାମ କରୁଛନ୍ତି। ସେମାନେ ଆଲୋଚନା ଦ୍ୱାରା ଏହାର ନିଷ୍ପତ୍ତି ନେଇପାରିବେ। ଏହସବୁ କଥାକୁ ସବୁ ବିରୋଧ ଦଳ ଚିନ୍ତା କରିବା ଦରକାର।”

Congress Mamata Banerjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe