Advertisment

ମଧ୍ୟାହ୍ନରେ ବର୍ଷିଥିଲେ, ସନ୍ଧ୍ୟାରେ ମମତାଙ୍କୁ ଭେଟିଲେ ମୋଦି

ରାଜଭବନରେ ହୋଇଥିବା ଏହି ଭେଟଘାଟ ବେଳର ଫଟୋ ସାମ୍ନାକୁ ଆସିଛି। ସେହିପରି ଭେଟଘାଟ ସୌଜନ୍ୟମୂଳକ ଓ ପ୍ରୋଟକଲ ଅନୁସାରେ ହୋଇଥିବା ମମତା ବାନାର୍ଜୀ କହିଛନ୍ତି।

PM Modi

PM Modi

Advertisment

ପଶ୍ଚିମବଙ୍ଗରେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗଲରେ ଦଳୀୟ ସମାବେଶ କରି କ୍ଷମତାସୀନ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଥିଲେ।

Advertisment

ସନ୍ଦେଶଖାଲି ପ୍ରସଙ୍ଗରେ ସେ ଟିଏମସି ଉପରେ ହମଲା କରିଥିଲେ। ତେବେ ସନ୍ଧ୍ୟାରେ ମୋଦି ରାଜଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।

ରାଜଭବନରେ ହୋଇଥିବା ଏହି ଭେଟଘାଟ ବେଳର ଫଟୋ ସାମ୍ନାକୁ ଆସିଛି। ସେହିପରି ଭେଟଘାଟ ସୌଜନ୍ୟମୂଳକ ଓ ପ୍ରୋଟକଲ ଅନୁସାରେ ହୋଇଥିବା ମମତା ବାନାର୍ଜୀ କହିଛନ୍ତି।

Advertisment

ମମତା କହିଛନ୍ତି, “ବିଭିନ୍ନ ପ୍ରସଙ୍ଗରେ କଥା ହେବା ସହ ରାଜ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛି।” କେନ୍ଦ୍ର ଉପରେ ବାକି ପଡ଼ିଥିବା ରାଜ୍ୟର ଭାଗ ସମ୍ପର୍କରେ କଥାବାର୍ତ୍ତା ହୋଇଛି କି ପ୍ରଶ୍ନରେ ମମତା କହିଛନ୍ତି, “ମୁଁ ଉକ୍ତ ପ୍ରସଙ୍ଗ ମଧ୍ୟ ଉଠାଇଛି।”

ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ମଧ୍ୟାହ୍ନରେ ଏକାଧିକ ଜନସମାବେଶକୁ ସମ୍ବୋଧନ କରିଥିଲେ। ଏଥିସହ ଏକାଧିକ ସରକାରୀ ପ୍ରକଳ୍ପ ଉଦଘାଟନ କରିଥିଲେ। ଆଜି ରାତିରେ ସେ ରାଜଭବନରେ ରହିବେ।

ଆଜିର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦି ରାଜଭବନକୁ ଯାଇଥିଲେ। ସେ ପହଞ୍ଚିବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାଜଭବନକୁ ଯାଇଥିଲା।

ରାଜ୍ୟପାଳ ସିଭି ଆନନ୍ଦା ବୋଷ କହିଛନ୍ତି ଯେ ସେ ରଜଭନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ। ଅର୍ମବାଗରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ରାଜ୍ୟପାଳ ସାମିଲ ହୋଇଥିଲେ। ଏଠାରେ ୭,୨୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ ମୋଦି କରିଥିଲେ।

Mamata Banerjee West Bengal PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe