Advertisment

ମମତାଙ୍କ ବଡ଼ ଘୋଷଣା: ଅସହାୟ ବାଂଲାଦେଶୀଙ୍କୁ ବେଙ୍ଗଲରେ ମିଳିବ ଆଶ୍ରୟ

ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ଘଟି ଚାଲିଛି।

author-image
Hemant Lenka
Mamata

Mamata

ଅଶାନ୍ତ ବାଂଲାଦେଶ ପାଇଁ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ଘଟି ଚାଲିଛି।

Advertisment

ଏଥିରେ ୧୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ବାଂଲାଦେଶ ଜଳୁଥିବା ବେଳେ ଏବେ ମମତା ବାନାର୍ଜୀଙ୍କ ବୟାନ ସାମ୍ନାକୁ ଆସିଛି। ଯଦି ହିଂସାଗ୍ରସ୍ତ ବାଂଲାଦେଶର ଲୋକମାନେ ସହାୟତା ପାଇଁ ବେଙ୍ଗଲର କବାଟ ବାଡ଼େଇବେ, ତା’ହେଲେ ସେମାନଙ୍କୁ ଏଠାରେ ଆଶ୍ରୟ ମିଳିବ ବୋଲି ମମତା କହିଛନ୍ତି।

ମମତା କହିଛନ୍ତି, ”ବାଂଲାଦେଶର ସ୍ଥିତି ବିଷୟରେ ମୁଁ କିଛି କହିପାରିବି ନାହିଁ। କାରଣ ଏହା ଆଉ ଗୋଟିଏ ଦେଶ। ଏ ସମ୍ପର୍କରେ ଭାରତ ସରକାର କହିବେ। କିନ୍ତୁ ଅସହାୟ ଲୋକମାନେ ଯଦି ବେଙ୍ଗଲର କବାଟ ବାଡ଼େଇବେ, ତା’ହେଲେ ଆମେ ନିଶ୍ଚିତ ସେମାନଙ୍କୁ ଆଶ୍ରୟ ଦେବୁ। ମିଳିତ ଜାତିସଂଘ ସଂକଳ୍ପରେ ମଧ୍ୟ ଏହା ରହିଛି। ପଡ଼ୋଶୀମାନେ ଶରଣାର୍ଥୀଙ୍କୁ ସମ୍ମାନ ଦେବାର ନିୟମ ରହିଛି।”

Advertisment

ଟିଏମସିର ସହିଦ ଦିବସ କାର୍ଯ୍ୟକ୍ରମକୁ କୋଲକତାରେ ସମ୍ବୋଧନ କରିବା ବେଳେ ମମତା ଏକଥା କହିଛନ୍ତି। ମମତାଙ୍କ ଭାଷଣ ସମୟରେ ପ୍ରବଳ ବର୍ଷା ହେଉଥିଲେ ହେଁ ସେ ନିଜର କଥା ବନ୍ଦ କରି ନଥିଲେ।

ସେ ଆହୁରି କହିଛନ୍ତି, “ବେଙ୍ଗଲରେ ରହୁଥିବା ଯେଉଁ ଲୋକମାନଙ୍କ ସମ୍ପର୍କୀୟମାନେ ହିଂସା କ୍ଷତିଗ୍ରସ୍ତ ବାଂଲାଦେଶରେ ଫସିଛନ୍ତି, ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା କରିବା ମୁଁ ପ୍ରତିଶ୍ରୁତିବଦ୍ଧ।”

ହିଂସାକୁ ଦେଖି ପୂରା ବାଲାଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ଢାକାରେ ସେନା ପକ୍ଷରୁ ପ୍ୟାଟ୍ରୋଲିଂ କରାଯାଉଛି।

Mamata Banerjee West Bengal Bangladesh