Advertisment

ମମତାଙ୍କ ମନ୍ତବ୍ୟକୁ ନେଇ ଝଡ଼, ବର୍ଷିଲେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ବିଜେପି ଏପରି କରୁଥିବା କହି ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ଖୋଲା ଧମକ ଦେଇଛନ୍ତି। ଯଦି ପଶ୍ଚିମବଙ୍ଗ ଜଳିବ ତେବେ ଆସାମ, ନର୍ଥ ଇଷ୍ଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଜଳିବ। କାହାକୁ ଛାଡ଼ିବୁ ନାହିଁ। ଆପଣଙ୍କ ଚେୟାର ଟଳମଳ କରିଦେବୁ ବୋଲି ସେ ଚେତାବନୀ ଦେଇଛନ୍ତି।

Mamata Banerjee

Mamata Banerjee

Advertisment

ଅଭୟା ଘଟଣାକୁ ନେଇ କମ୍ପୁଛି କୋଲକାତା। ଚାରିଆଡେ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି। ବିଭିନ୍ନ ସ୍ଥାନରେ ପୋଡାଜଳା ସାଙ୍ଗକୁ ହେଉଛି ଭଙ୍ଗାରୁଜା। ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ରାଜନୀତିକରଣ କରି ବିଜେପି ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ନେଇ ଗତକାଲି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Advertisment

ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ବିଜେପି ଏପରି କରୁଥିବା କହି ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଧମକ ଦେଇଛନ୍ତି। ଯଦି ପଶ୍ଚିମବଙ୍ଗ ଜଳିବ ତେବେ ଆସାମ, ନର୍ଥ ଇଷ୍ଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଜଳିବ। କାହାକୁ ଛାଡ଼ିବୁ ନାହିଁ। ଆପଣଙ୍କ ଚେୟାର ଟଳମଳ କରିଦେବୁ ବୋଲି ସେ ଚେତାବନୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି। ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଓଡ଼ିଶା ସମ୍ପର୍କରେ ଦିଦିଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାପସନ୍ଦ କରିଛନ୍ତି। ଓଡ଼ିଶା ସଂପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବା ଲାଗି ଆପଣଙ୍କୁ ଏ ଅଧିକାର ଦେଲା କିଏ ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡିଶାବାସୀ ଦାୟିତ୍ୱବାନ ଓ ସଚେତନ। ତେଣୁ ଆପଣଙ୍କର ଏହି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ସମ୍ବେଦନହୀନ। ଆମ ଓଡ଼ିଶାବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ। ଅପରାଧର ଶିକାର ଝିଅକୁ ନ୍ୟାୟ ନେଦେଇ ପ୍ରତିଶୋଧ ପରାୟଣ ହେଉଛନ୍ତି। ଯେଉଁ ମନ୍ତବ୍ୟ ଦେଉଛନ୍ତି ଦେଶ ପାଇଁ ବିପଦଜନକ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ଆସାମ ଓ ମଣିପୁର ମୁଖ୍ୟମନ୍ତ୍ରୀ ମଧ୍ୟ ନାପସନ୍ଦ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ କଡ଼ା ସମାଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ। ଧମକ ଦେବାକୁ କିଏ ସାହସ ଦେଲା ବୋଲି ମମତାଙ୍କୁ ପଚାରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେହିପରି ଉତ୍ତରପୂର୍ବାଞ୍ଚଳ ପ୍ରତି ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦିଦିଙ୍କୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ। ରାଜନେତା ହୋଇ ପବ୍ଲିକ ପ୍ଲାଟଫର୍ମରେ ହିଂସା କଥା କହିବା ନିନ୍ଦନୀୟ ବୋଲି ସେ ଉଲ୍ଲେଖ କରିଛନ୍ତି।

ସେହିପରି ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିନ୍ଦା କରିଛନ୍ତି। ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ, ଏପରି ଘୃଣାଭାବ ପ୍ରଚାରକୁ ଲୋକେ ପ୍ରଶୟ ଦେବେନି। ଆମ ସମାଜରେ ଏପରି ଚିନ୍ତାଧାରାର କୌଣସି ସ୍ଥାନ ନାହିଁ ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି।

Mamata Banerjee Biren Singh Himanta Biswa Sarma CM Mohan Charan Majhi Kolkata Rape-Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe